Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୋଠା ନିର୍ମାଣ ହୋଇଛି ହେଲେ ସ୍ବାସ୍ଥ୍ୟ ବିଭାଗ ହସ୍ତାନ୍ତର ନାହି।ଅଭିଯୋଗ କରିଛନ୍ତି ଜନ ସଂଗ୍ରାମ ସମିତି

କଳାହାଣ୍ଡି, ୦୩/୦୭ (ଜଗନ୍ନାଥ ନାଏକ) : ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୋଠା ନିର୍ମାଣ ହୋଇଛି ହେଲେ ଦୁର୍ଭାଗ୍ୟ କଥା ସ୍ୱାସ୍ଥ୍ୟ ବିଭାଗ କୁ ହସ୍ତାନ୍ତର ନାହି, ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳୁଛି ଯେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଖୋଦ୍ ଗୋଲାମୁଣ୍ଡାରେ, ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଅଞ୍ଚଲର ଜନ ସାଧାରଣ ଙ୍କ ସ୍ୱାସ୍ଥ୍ୟ ଚିକିତ୍ସା ଅଭାବରୁ ରୋଗୀଙ୍କ ପାଇଁ ଅଞ୍ଚଳର ଜନସାଧାରଣ ଙ୍କ ମଙ୍ଗଳ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କାର କୋଠା ନିର୍ମାଣ ହୋଇଛି ହେଲେ ଦୁର୍ଭାଗ୍ୟ ବଶତଃ ଆଜି ପର୍ଯ୍ୟନ୍ତ ସେହି ନବ ନିର୍ମାଣ କୋଠାରେ ଲୋକଙ୍କ ଚିକିତ୍ସା ହୋଇ ପାରୁ ନାହିଁ, ଯାହା ଫଳରେ ଆଜି ମଧ୍ୟ ଲୋକେ ଚପ୍ରିୟା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରକୁ ୧୫/୨୦କିଲୋ ମିଟର ଦୂରତା କୁ ଯାଇ ଚିକିତ୍ସା କରୁ ଥିବା ଅଭିଯୋଗ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି, ଏହି ପରୀପ୍ରେକ୍ଷୀରେ ସ୍ଥାନୀୟ ତଥା ଜନ ସଂଗ୍ରାମ ସମିତି ପକ୍ଷରୁ ସଭାପତି ସାହୁଲ ମଙ୍ଗରାଜ ଓ ଅନୀଲ କୁମାର ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲା ଚିକିତ୍ସା ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି ଯେ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଓ ଉଦ୍ଘାଟନ କରିବା ସହ ଆନୁସାଙ୍ଗିକ ବ୍ୟବସ୍ଥାକରା ଯାଇ ଲୋକଙ୍କ ଚିକିତ୍ସାରେ ସୁବିଧା ସୁଯୋଗ ଦିଆ ଯାଉ,ଯଦିଓ ଏହାର ତୁରନ୍ତ ତଦନ୍ତକରି ଉଦ୍ଘାଟନ କରା ନ ଯାଏ ତେବେ ଆଗମୀ ଦିନରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ ଦାୟି ବୋଲି ଶ୍ରୀ ମଙ୍ଗରାଜ ଚେତାବନୀ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ