କଳାହାଣ୍ଡି, ୦୩/୦୭ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଅନୁଷ୍ଠିତ ହୋଇଯାଇଛି ରୋଗୀ କଲ୍ୟାଣ ସମିତି ବୈଠକ । ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ମୁଖ୍ୟ ଚିକିତ୍ସଧିକାରୀ ଅକ୍ଷୟ କୁମାର ଗୋଛାୟତ ଙ୍କ ଅଧ୍ୟକ୍ଷତାରେ ଉକ୍ତ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା, ଉକ୍ତ କାର୍ଯକ୍ରମ ରେ ମୁଖ୍ୟ ଅଥିତି ଭାବରେ ନର୍ଲା ର ବିଧାୟକ ମନୋରମା ମହାନ୍ତି ଯୋଗ ଦେଇ ଅଞ୍ଚଳ ର ସ୍ବାସ୍ଥ୍ୟ ସେବା ର ବିଭିନ୍ନ ଦିଗ ଉପରେ ଉପସ୍ଥିତ ସଦସ୍ୟ ମାନଙ୍କୁ ପଚାରି ବୁଝି ଥିଲେ । ଉକ୍ତ ବୈଠକ ରେ ସମ୍ମାନିତ ଅତିଥି ଭାବେ ନାର୍ଲା ଗୋଷ୍ଠୀ ଉନନୀୟ ଅଧିକାରୀ ରୀପୁନଥ ସୁନା, ବ୍ଲକ୍ ଉପାଧ୍ୟକ୍ଷ ଶ୍ରୀ ଯୁକ୍ତ ଦୁର୍ଗା ପ୍ରସାଦ ମହାନ୍ତି , ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୂର୍ୟଦେବ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ସି ଡି ପି ଓ ବିନୋଦିନୀ ପଣ୍ଡା, ପୁସ୍ପା ରାଣୀ ଚନ୍ଦ୍ରାକର୍, ପ୍ରଶାନ୍ତ କୁମାର ରଣା, ଫାର୍ମାସିଷ୍ଟ ଶାନ୍ତନୁ କୁମାର ପାଣିଗ୍ରାହୀ ଓ ସ୍ବାସ୍ଥ୍ୟ ବିଭାଗ ର ଅନେକ କର୍ମଚାରୀ ଉପସ୍ଥିତ ଥିଲେ । ଉକ୍ତ ବୈଠକ ରେ ସବ ବ୍ୟବଚ୍ଛେଦ ଗୃହ, ଡାକ୍ତର ସମସ୍ୟା, ବିଭିନ୍ନ ଯନ୍ତ୍ର ପାତୀ ପରିଚାଳନା ପାଇଁ ଥ୍ରୀ ଫେଜ ଲାଇନ କନେକ୍ସନ, ଡାକ୍ତର ଖାନା ପରିସର ରେ ଷ୍ଟାଫ୍ କ୍ୱାଟର ନିର୍ମାଣ ଆଦି ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା ।