Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିଶା” ଦୂରତା କମ କରିବା ର ପ୍ରୟାସ

କଳାହାଣ୍ଡି, ୦୪/୦୭ (ଜଗନ୍ନାଥ ନାଏକ) :
ମଣିଷ ଜୀବନ ର କିଛି ନ କିଛି ଆବଶ୍ୟକତା ସାହାଯ୍ୟ ସହାୟତା କେଉଁଟି ନା କେଉଁଟି କୋନସି କାରଣ ବସତ୍ ମିଲିପରେନି। ନିହାତି ଦରକରି ମଣିଷ ବେସରକାରୀ ହେଉ ବା ସରକାରୀ ସହାୟତା ପାଇପାରେ ନାହିଁ। ଦରକାର ପଡେ ଗୋଟିଏ ମଧ୍ୟମ , ଅଭଳି ସମସ୍ୟା କୁ ଦୃଷ୍ଠୀରେ ରଖି ଲୋକଙ୍କ ହିତ ପାଇଁ ଖାସ କରି ସିନିଅର ସିଟିଜେନ , ବିକଳାଙ୍ଗ, ସମାଜ ରେ ଅବହେଳିତ ଲୋକଙ୍କୁ ସମାଜ ର ମୁଖ୍ୟ ସ୍ରୋତରେ ସାମିଲ କରି କିଭଳି ସାଧାରଣ ଲୋକଙ୍କ ଭଳି ବଞ୍ଚି ପାରିବେ, ସରକାରଙ୍କ ଠାରୁ ମିଳିଥିବା ପ୍ରତ୍ୟେକ ସହାୟତା ପାଇ ପାରିବେ ତାହାର ଆଭିମୁଖ୍ୟ ନେଇ ଗଢିଉଠିଛି ଦିଶା ଫାଉଣ୍ଡେସନ। ଦିଶା ତାହାର ଆଭିମୁଖ୍ୟ, ଆଗାମୀ ଯୋଜନା ବିଷୟ ରେ ଲୋକାଭିମୁଖୀ କରିବା ପାଇଁ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ୍ ଅନ୍ତର୍ଗତ କଲମପୁର ମିଟିଂ ହଲ ଠାରେ ଏକ ସଭା ଆୟୋଜନ କରିଥିଲେ। ଦୀଶା ଫାଉଣ୍ଡେସନ ଚେୟାରମେନ ଦୁସ୍ମନ୍ତ ଛତ୍ରିଆ ଙ୍କ ସଭାପତିତ୍ୟ ରେ, ଆୟୋଜିତ ସଭା ରେ ମୁଖ୍ୟ ଅତିଥି ଭାବେ ବିପିଏମ ରଗନୁ ଏକା, ସମ୍ମାନୀୟ ଅତିଥି ଜି ପି ଡି ଓ଼. ନରେଶ କୁମାର ମେହେର, ଶ୍ରୀ ରବିନ୍ଦ୍ର , ଶ୍ରୀଯୁକ୍ତ ଶ୍ରୀକାନ୍ତ ଛତ୍ରିଆ, ସମାଜ ସେବୀ ହେମନ୍ତ କୁମାର ତାଣ୍ଡି, ଦୋଲମନି ପ୍ରଧାନ, ଓଡ଼ିଶା ବିକଳାଙ୍ଗ ମୋର୍ଚ୍ଚା ସଭାପତି କମଳାକାନ୍ତ ଖର୍ସେଲ, ଉପ ସଭାପତି ନୀଳମାଧବ ବେହେରା ପ୍ରମୁଖ ମଞ୍ଚାଷିନ ଥିଲେ। କାର୍ଯ୍ୟ କ୍ରମ କୁ ଦିଷା ସଭାପତି ଲଛମନ ନାଗ, ଉପାସ ଉପସଭାପତି ନୀଳାଚଳ କଣ୍ଟା, ଜଏଣ୍ଟ ସେକ୍ରେଟାରୀ ସଙ୍କୀର୍ତ୍ତନ ମାଝି, କୋଷାଧ୍ୟକ୍ଷ ବିଦ୍ୟାଧର ନାଏକ ପ୍ରମୁଖ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ