Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ତିନି ଦିନିଆଁ ଓଡିଶା ଗସ୍ତ ରେ ଆସି ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର:ତିନି ଦିନିଆଁ ଓଡିଶା ଗସ୍ତ ରେ ଆସି ଆଜି ସମ୍ବଲପୁର ରେ ପହଞ୍ଚିଲେ ସମ୍ବଲପୁର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ୱର ରୁ ଟ୍ରେନ ଯୋଗେ ଆସି ପହଞ୍ଚିଲେ ସମ୍ବଲପୁର ରେ । ଆସନ୍ତା ଦୁଇ ଦିନ ଧରି କୁଚିଣ୍ଡା, ଦେବଗଡ଼, ତାଲଚେର, ଛେଣ୍ଡିପଦା, ଅନୁଗୁଳ, ଢେଙ୍କାନାଳ ରେ ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟକ୍ରମ ରେ ଯୋଗ ଦେଇ ୭ ତାରିଖ ରେ ପୁରୀ ରେ ରଥଯାତ୍ରା ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଆଜି ଭୋର ରେ ତପସ୍ୱିନୀ ଏକ୍ସପ୍ରେସ ରେ ସମ୍ବଲପୁର ରେଳ ଷ୍ଟେସନ ରେ ପହଞ୍ଚିଲା ବେଲେ ସମ୍ବଲପୁର ବିଜେପି ପକ୍ଷରୁ ସ୍ୱାଗତ କରାଯାଇଥିଲା । ଜିଲ୍ଲା ସଭାପତି ଗିରିଶ ପଟେଲ, ରାଜ୍ୟ ପେନାଲିଷ୍ଟ ମାନସ ବକ୍ସି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାମ ଚନ୍ଦ୍ର ମେହେର, ଗୋବିନ୍ଦ ଅଗ୍ରୱାଲ, ଦାମୋଦର କର, ସମୀର ରଞ୍ଜନ ବାବୁ, ଶମ୍ଭୁ ବାରେଲିଆ, ଗିରିଜା ସାହୁ, ଡ଼.ପ୍ରଭାସ ଦେବତା, ଜୟନ୍ତ ପ୍ରଧାନ, ମୁନ୍ନା ତିୱାରୀ, ରାମଦାସ ପଣ୍ଡା, ମନୋଜ ପଲସନିଆଁ, ସ୍ୱାଗତ ଘଡେଇ, ସୁଧୀର ବହିଦାର, ଅଜୟ ଶାହୀ, ନବଲ ସିଂ, ରଞ୍ଜନ ରାୟ, ବିଶ୍ୱ ରଞ୍ଜନ ଜେନା, ଯଦୁ ତିୱାରୀ, ରୁପେଶ କୁଅଁର, ଦୟାନିଧି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।