୭୫ତମ ବନମହୋତ୍ସବ ସପ୍ତାହରେ ଗାଙ୍ଗେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚାରାରୋପଣ


ପଟ୍ଟାଙ୍ଗି୦୬/୦୭ପଟ୍ଟାଙ୍ଗି ସ୍ଥିତ ଗାଙ୍ଗେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୭୫ତମ ବନମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ଗାଙ୍ଗେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରାମକୃଷ୍ଣ ସାମଲ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନକିରି ସାମ୍ପ୍ରତିକ ପରିସ୍ଥିତିରେ ବୃକ୍ଷର ଉପଯୋଗିତାର ସମ୍ବନ୍ଧରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଓଡିଶା ବନବିଭାଗ ପଟ୍ଟାଙ୍ଗି ଫରେଷ୍ଟର ସୁଶାନ୍ତ କୁମାର ସେଠୀ ଯୋଗ ଦେଇ ସ୍ୱେଛାସେବି ଏବଂ ଛାତ୍ରଛାତ୍ରୀ ମାନଙ୍କୁ ପ୍ରତ୍ୟେକ ଛାତ୍ରଛାତ୍ରୀ ବୃକ୍ଷଟିଏ ଲଗାଇ ତାହାର ଯତ୍ନନେବା ଆବଶ୍ୟକ ବୋଲି ମତ ପ୍ରକାଶ କରି ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଓଡିଶା ବନବିଭାଗର ଫରେଷ୍ଟଗାର୍ଡ  ମନୋରଞ୍ଜନ ବିଶୋଇ ତାଙ୍କ ଅଭିଭାଷଣରେ ଜିବଜଗତପାଇଁ ବୃକ୍ଷ ଏକାନ୍ତ ପ୍ରୟୋଯନ ବୋଲି ପ୍ରକାଶ କରିଥିଲେ । ଇଂରାଜୀ ବିଭାଗର ଅଧ୍ୟାପକ ଅଶୋକ ନାୟକ ମଞ୍ଚ ପରିଚାଳନା କରିଥିବା ବେଳେ  କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନେ ଲିମ୍ବ , ଅଂଳା , କାଜୁ , ମେହେଗାନି , ଫଣଫଣା , ବେଲ , ଡୋଳି ଚନ୍ଦନ, ଜାମୁ, ଅର୍ଜୁନ, ଲେମ୍ବୁ ଆଦି ବିଭିନ୍ନ କିଷମର ଚାରା ଲଗାଇଥିଲେ । ଚଳିତ ବର୍ଷା ଋତୁରେ ଆହୁରି ଅନେକ ପ୍ରକାରର ଔଷଧିୟ ଏବଂ ମସଲା କିଷମର ଚାରା ଲଗାଇବା ପାଇଁ ଯୋଜନା ରହିଛି ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷ ସାମଲ ପ୍ରକାଶ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଯୁବରେଡ୍‌କ୍ରସ କାଉନସିଲର ଅଧ୍ୟାପକ ସରୋଜ ରଞ୍ଜନ ଭୂୟାଁ , ଅଧ୍ୟାପିକା ଯୋସ୍ନାମୟୀ ସାହୁ , ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଅଶୋକ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିଲା । କାର୍ଯ୍ୟକ୍ରମରେ ଓଡିଶା ବନବିଭାଗର ପାରା ଫରେଷ୍ଟ୍ରୀ ଅଶୋକ ପୁଜାରୀ , ଗାଙ୍ଗେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଶେଷଦେବ ବାରିକ ,  ଲାଇବ୍ରେରିୟାନ ସଂଜୟ କୁମାର ପରିଡା , ଶିକ୍ଷାବିଭାଗର ଡେମୋନେଷ୍ଟ୍ରେଟର ସୁଧାଂଶୁଭୁଷଣ ଜେନା ଏବଂ ମହାବିଦ୍ୟାଳୟର ହୃଷିକେଶ ପ୍ରଧାନ , ଅନିଲ କୁମାର ଖିଲ୍ଲ , ମନୋଜ କୁମାର ଦାସ , ତୋଟାପାଡିଆ ଯିନୁ , ଫକିର ମୋହନ ପଣ୍ଡା , ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।