Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସକାଳ ପାହିଲେ ରଥ ଯାତରା,ଚଳ ଚଞ୍ଚଳ ପୁରୀ

ସକାଳ ପାହିଲେ ରଥ ଯାତରା,ଚଳ ଚଞ୍ଚଳ ପୁରୀ
ପୁରୀ:ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି ସରିଛି।ସକାଳ ପାହିଲେ ହେବ ରଥ ଯାତ୍ରା।କାଲି ଅଣସରର ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କ ଘଣା ଏବଂ ଖଳି ପ୍ରସାଦ ଲାଗି ନୀତି ଅନୁଷ୍ଠିତ ହୋଇସାରିଛି।
ଶୁଦ୍ଧ ସୁଆରଙ୍କ ଦ୍ବାରା ପ୍ରସ୍ତୁତ ଦିବ୍ୟ ପ୍ରଲେପକୁ ରୂପା ପିଙ୍ଗଣରେ ରଖି ଦଇତାପତି ସେବକ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିଯାଇଥିଲା । ଏଥିସହ ଶ୍ରୀଜିଉଙ୍କୁ ରକ୍ତବସ୍ତ୍ର ଆବରଣ କରି ସପ୍ତାବରଣ ଶେଷ ହୋଇଛି । ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ।
ସେପଟେ ଚଳଚଞ୍ଚଳ ରଥଖଳା । କାଲି ରଥରେ କାଳିଆ ଠାକୁର ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ବଡ଼ଦାଣ୍ଡରେ ଭକ୍ତଙ୍କ ଗହଣରେ ମାନବୀୟ ଲୀଳା କରିବେ । ଏଥିପାଇଁ ତିନି ରଥରେ ଶେଷ ସ୍ପର୍ଶ ଦେଉଛନ୍ତି ସେବକ । କୋଠ ସୁଆଁଶିଆ ମାନେ ରଥରେ କନାପକା କାର୍ଯ୍ୟ ଜାରି ରଖିଛନ୍ତି । ତିନି ରଥକୁ କଳସ ଉଠି ସାରିଥିବାବେଳେ ଓଲଟ ଶୁଆ ଓ ଅଁଳା ମଧ୍ୟ ଉଠି ସାରିଛି। ଚିତ୍ରକର ସେବାୟତ ତୂଳୀର ସ୍ପର୍ଶରେ ରଙ୍ଗ ଦେଉଛନ୍ତି । ୨୪୦ରୁ ଉର୍ଦ୍ଧ୍ବ ନିର୍ମାଣ ସେବକଙ୍କ ଉପସ୍ଥିତିରେ ଜୋରସୋରରେ ଚାଲିଛି କାମ।
ଅନ୍ୟପଟେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଡିଜିପି। ଆଇନ ଶୃଙ୍ଖଳା, ଟ୍ରାଫିକ ନିୟନ୍ତ୍ରଣ ଓ ଭିଡ ନିୟନ୍ତ୍ରଣ ଉପରେ ଗୁରୁତ୍ବରୋପ କରାଯାଇଛି। ଏହା ପୂର୍ବରୁ ପୁରୀ ଟାଉନ ଥାନାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ଏଥିସହ ରଥଯାତ୍ରାକୁ ଶୃଙ୍ଖଳିତ ତଥା ସୁରକ୍ଷିତ ଭାବେ ସମ୍ପନ୍ନ ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସୁସମନ୍ବୟ ରଖାଯାଇ ମକଡ୍ରିଲ କରାଯାଇଥିଲା । ଯେଉଁଥିରେ ଏନଡିଆରଏଫ, ଓଡ୍ରାଫ, ଅଗ୍ନିଶମ, ମେଡିକାଲ, ପୋଲିସ, ପରିବହନ, ଆମ୍ବୁଲାନ୍ସ, ସ୍ବେଚ୍ଛାସେବୀ ସଙ୍ଗଠନ ଓ ଅନ୍ୟାନ୍ୟ ବିଭାଗ ମକଡ୍ରିଲରେ ସାମିଲ ହୋଇଥିଲେ।
ଶୁକ୍ରବାର ଅଲାରନାଥଙ୍କ ଅନବସର ଦର୍ଶନ ଶେଷଦିନ ହୋଇଥିବାବେଳେ ୧୩ଦିନ ଧରି ଶୀଳାକ୍ଷେତ୍ରରେ କାଳିଆ ସାଆଁନ୍ତଙ୍କ ଲୀଳାଖେଳା ସରିଛି । ଜୁଲାଇ ୭ ତାରିଖରେ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ।ଆରମ୍ଭ ହେବ ଘୋଷ ଯାତ୍ରା।ଏଥିପାଇଁ ଚଳ ଚଞ୍ଚଳ ଜଗନ୍ନାଥ ଧାମ ପୁରୀ।ପୁର ପଲ୍ଲୀରୁ ଭକ୍ତ ଓ ଦର୍ଶକ ସଜବାଜ ହୋଇ ପୁରୀ ଯାତ୍ରା କରିବାକୁ ବାନ୍ଧିଲେଣି ବେଡିଙ୍ଗ୍।ଚଳିତ ବର୍ଷର ରଥ ଯାତ୍ରା ହେବ ନିଆରା।ଏଥିପାଇଁ ସବୁରି ମନରେ ବଢ଼ିଛି ଆନନ୍ଦ,ଉତ୍ସାହ।ସବୁ ବ୍ଲକ୍ ରୁ ପୁରୀକୁ ଗଡିବ ବସ୍।ସ୍ୱତନ୍ତ୍ର ଟ୍ରେନର ମଧ୍ୟ ହୋଇଛି ବ୍ୟବସ୍ଥା। ସବୁରି ଭିତରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଭାରତ ବର୍ଷର ସର୍ବମାନ୍ୟ ପ୍ରଥମ ନାଗରୀକ ମହାମହୀମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ମଧ୍ୟ ରଥଯାତ୍ରାରେ ଭାଗନେବେ।ଘୋଷଯାତ୍ରାରେ ଏଭଳି ବିରଳ ଦୃଶ୍ୟ ପୁରୀ ବଡ ଦାଣ୍ଡ ବିଶ୍ୱବାସୀଙ୍କୁ ଦେବ ଉପହାର।ଏହାକୁ ନେଇ ଓଡିଆ ଜାତି ଗର୍ବିତ।ଗର୍ବରେ ଫୁଲି ଉଠୁଛି ଓଡିଆ ପ୍ରାଣ। ଜଗତର ନାଥ ଜଗନ୍ନାଥ ହୋଇଥିଲେ ବି ଓଡିଆ ଗର୍ବ କରେ ପ୍ରଭୁ ଜଗନ୍ନାଥଙ୍କୁ ନେଇ। ସକାଳ ପାହିଲେ ସାଧୁ ସନ୍ଥ ଭକ୍ତଜନ ଜଗନ୍ନାଥ ରସାମୃତରେ ରସିବେ।ଏଥିପାଇଁ ଓଡିଶା ଆଜିଠୁ ଉଠୁଛି ପଡୁଛି।ଶାସକ ପ୍ରଶାସକ ସମସ୍ତେ ଏକାକାର।ଶାନ୍ତି ଶୃଙ୍ଖଳାର ସହିତ ଘୋଷଯାତ୍ରାୁ ବିଶ୍ୱ ବାସୀଙ୍କୁ ଭେଟି ଦେବାକୁ।