ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ରେ ବନ ମହୋତ୍ସବ


ବେଲଗୁଣ୍ଠା, 06/07,ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟାପକ ସନ୍ତୋଷ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି I ଏହି ଅବସରରେ ଅନୁଷ୍ଠିତ ଏକ ସଭାରେ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ତଥା ସମାଜସେବୀ ଶୂଳପାଣି ଶତପଥି ଏବଂ ବନପାଳ ଶରତଚନ୍ଦ୍ର ମହାନ୍ତି ଅତିଥି ରୂପେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ବୃକ୍ଷର ଉପଯୋଗିତା ଏବଂ ଜଙ୍ଗଲ ସୁରକ୍ଷା ସମ୍ପର୍କରେ ମତ ପ୍ରଦାନ କରିଥିଲେ I ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଅଶୋକ କୁମାର ସ୍ୱାଇଁ, ଅଜୟ କୁମାର ବିଶ୍ୱାଳ, ବିଶ୍ୱରଂଜନ ସ୍ଵାଇଁ, ରଞ୍ଜିତ୍ କୁମାର ସାମଲ୍, ସାମ୍ବାଦିକ ଶିବରାମ ଚୌଧୂରୀ ପ୍ରମୁଖ ମଞ୍ଚାସୀନ ଥିଲେ I ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ସପନ କୁମାର ପ୍ରଧାନ ଏବଂ ଯୁବ ରେଡ଼କ୍ରସ୍ କାଉନସିଲର୍ ଡ଼.ପ୍ରଫୁଲ୍ଲ କୁମାର ଜେନା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I ଏହି ଅବସରରେ ଅନୁଷ୍ଠାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବନରକ୍ଷୀ, ଜଙ୍ଗଲ ସୁରକ୍ଷା ସ୍କ୍ୱାଡ୍ ଙ୍କ ସମେତ ଅନୁଷ୍ଠାନର କର୍ମଚାରୀ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ I