Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସରକାର ବ୍ୟବସ୍ଥା କଲେ, ଲୋକେ ସୂଚନା ପାଇ ପାରିଲେନିଖୋଦ୍ ମନ୍ତ୍ରୀଙ୍କ ବ୍ଲକ ରୁ ରଥ ଯାତ୍ରା ବସ୍ ଫାଙ୍କା, ଆରମ୍ଭରୁ ଝୁଣ୍ଟିଲା ସରକାରୀ ଯୋଜନାବ୍ଲକ୍ ପ୍ରଶାସନର ଅବହେଳାରୁ ବସ୍ ରେ ଗଲେ ମାତ୍ର ୫ଜଣ

ଗୋପାଳପୁର,୦୭/୦୭
ପବିତ୍ର ରଥ ଯାତ୍ରା ଉପଲକ୍ଷେ ରାଜ୍ୟ ସରକାରଙ୍କ ପରିବହନ ବିଭାଗ ପକ୍ଷରୁ ରାଜ୍ୟର ୩୧୪ ବ୍ଲକ୍ ମୁଖ୍ୟାଳୟ ରୁ ରୁ ପୁରୀ ଅଭିମୂଖେ ବସ୍ ଗଡ଼ିବାର ବ୍ୟବସ୍ଥା ହୋଇଥିଲା। ବ୍ଲକ ପ୍ରଶାସନର ଦାୟିତ୍ଵ ଥିଲା ଯେ ଲୋକଙ୍କ ପାଖରେ ଏହି ସୂଚନା ପହଞ୍ଚାଇବା। କିନ୍ତୁ ଅବହେଳା କାରଣରୁ ଗ୍ରାମାଞ୍ଚଳ ଲୋକଙ୍କ ପାଖରେ ସୂଚନା ପହଞ୍ଚିଲା ନାହିଁ। ଫଳରେ ପରିବହନ ମନ୍ତ୍ରୀଙ୍କ ନିଜ ବ୍ଲକ୍ ରଙ୍ଗେଇଲୁଣ୍ଡାରୁ କେବଳ ୫ ଜଣ ଏଥି ମଧ୍ୟରୁ ୩ ମହିଳା ଓ ୨ ଜଣ ପୁରୁଷ ଏହି ଯାତ୍ରାରେ ସାମିଲ ହୋଇ ପାରିଥିବା ଜଣାପଡିଛି । ଯାହାଫଳରେ ଯାତ୍ରୀ ନହେବାରୁ ବସ୍ ପୁରା ଫାଙ୍କା ପୁରୀ ଯାତ୍ରା କରିଥିଲା।ଏହି ବସରେ ଯାତ୍ରା ନିମନ୍ତେ ରାଜ୍ଯ ସରକାରଙ୍କ ତରଫରୁ ପୁରୁଷ ମାନଙ୍କ ପାଇଁ ୩୦ ଟଙ୍କା ଏବଂ ମହିଳା ମାନଙ୍କ ପାଇଁ ୦୫ ଟଙ୍କା ଧାର୍ଯ୍ୟ କରାଯାଇଥିବାବେଳେ ଏହି ସୁଲଭ ସେବାରୁ ଖୋଦ ବିଭାଗୀୟ ତଥା ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କ ନିଜ ବ୍ଲକ୍ ରଙ୍ଗେଇଲୁଣ୍ଡା ବାସୀ। ଏଥି ପାଇଁ ସମ୍ପୂର୍ଣ୍ଣ ରୂପେ ବ୍ଲକ୍ ପ୍ରଶାସନ ଦାୟୀ ନା କିଏ ଦାୟୀ ପ୍ରଶ୍ନ ଉଠିଛି।

More Stories