Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋଟିଏ ଦିନ ପରେ ଆଜି କୋଟିଆ ରେ ରଥଯାତ୍ରା

ପଟ୍ଟାଙ୍ଗି୦୮/୦୭ସାରା ରାଜ୍ୟରେ ଗୋଟିଏ ଦିନ ରେ ରଥଯାତ୍ରା ମହା ଆଡମ୍ବରରେ ପାଳନ ହେଉଥିବା ସହ ଭକ୍ତ ପ୍ରଭୁ ଜଗନ୍ନାଥଙ୍କୁ ଙ୍କୁ ଦର୍ଶନ କରି ରଥ ଟାଣି ନିଜ ମଧ୍ୟରେ ଉତ୍ସାହିତ ହେଉଥିବା ବେଳେ ରାଜ୍ୟର ତିନୋଟି ସ୍ଥାନ ଯଥା ବାରିପଦା , ଜୟପୁର ଓ କୋଟିଆ ରେ ଗୋଟିଏ ଦିନ ପରେ ରଥଯାତ୍ରା ପାଳନ ହୋଇ ଥାଏ । ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅନେକ ଉତ୍ସାହିତ ଦେଖିବା କୁ ମିଳିଥାଏ । ଏହିପରି ଦୃଶ୍ୟ ଦେଖିବା କୁ ମିଳିଛି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ତଥା ଆନ୍ଧ୍ର ରାଜ୍ୟ ସୀମାକୁ ଲାଗି ରହିଥିବା କୋଟିଆ ପଞ୍ଚାୟତ ସଦର ମହକୁମାରେ । ସୂଚନା ମୁତାବକ ୨୦୦୨ ମେ ୦୧ ତାରିଖରେ ଗଜପତି ମହାରାଜାଙ୍କ ଦ୍ୱାରା ଉକ୍ତ ପଞ୍ଚାୟତ ରେ ଜଗନ୍ନାଥ ମନ୍ଦିର ସ୍ଥାପିତ ହେବା ପରଠାରୁ ସ୍ଥାନୀୟ ବ୍ଲକ ପ୍ରଶାସନ ତଥା ଉକ୍ତ ପଞ୍ଚାୟତ କାର୍ଯ୍ୟାଳୟ ମିଳିତ ସହଯୋଗରେ ପ୍ରଥମ ଦିନରେ ପ୍ରଭୁ ଜଗନ୍ନାଥଙ୍କ ନିତିକାନ୍ତ ବା ପୂଜା ଅର୍ଚ୍ଚନା କରି ପ୍ରଭୁ ଜଗନ୍ନାଥଙ୍କୁ ରଥ ଉପରକୁ ବିଯେ କରାଯାଇ ତା ଆରଦିନ ରଥଟଣା କାର୍ଯ୍ୟକ୍ରମ ହୋଇଥାଏ ଯାହାକି ଚଳିତ ବର୍ଷ ମଧ୍ୟ ସେହି ରିତିନିତି ନିୟମ ରେ ରବିବାର ପୂଜାର୍ଚ୍ଚନା ହୋଇଥିଲା । ଯେଉଁ ଥିରେ କି ପଞ୍ଚାୟତ ର ସରପଞ୍ଚ ଲିୟୁ ଗେମେଲ , କନିଷ୍ଠ ଯନ୍ତ୍ରୀ ଅଜୟ ରାମ ତରାଇ , ପିଇଓ କଣ୍ଡା ଗୋଲରି , ଏପିଓ ସୈମ୍ୟନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହି ପ୍ରଭୁ ଙ୍କ ପୂଜା କାର୍ଯ୍ୟକ୍ରମ ସାରି ସୋମବାର ପାଇଁ ରଥଟଣା ନିମନ୍ତେ ସମସ୍ତ ପ୍ରସ୍ତୁତି କରିଥିବା ଜଣାପଡିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ