Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଅଗଷ୍ଟ ୧ରେ ସମ୍ବଲପୁରୀ ଦିନ:ଇଷ୍ଟଦେବୀ ସମଳେଇଙ୍କୁ ନିୟୁତା

ସମ୍ବଲପୁର:ଆସନ୍ତା ୧ ତାରିଖ ଦିନ ହେବ ସମ୍ବଲପୁରୀ ଦିନ।ସେଥିପାଇଁ ଆଜି ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଇଷ୍ଟଦେବୀ ମାଁ ସମଲେଇଙ୍କ ନିକଟରେ ନିୟୁତା ପ୍ରଦାନ କରାଯାଇଛି।
ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନ ଅଗଷ୍ଟ ଏକ ତାରିଖକୁ ସମ୍ବଲପୁରୀ ଦିନ ଭାବରେ ପାଳନ କରାଯାଇଥାଏ। ଏଥିପାଇଁ ସମ୍ବଲପୁରରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ସୋମବାର ଇଷ୍ଟଦେବୀ ସମଲଇଙ୍କ ଠାରେ ପୁଜାର୍ଚ୍ଚନା କରାଯାଇ ପ୍ରଥମ ନିମନ୍ତ୍ରଣ ପତ୍ର ମାଁଙ୍କୁ ଅର୍ପଣ କରାଯାଇଛି। ଏହାପରେ ପାଟଣେଶ୍ୱରୀ ମନ୍ଦିରରେ ପୁଜର୍ଚ୍ଚନା ପରେ ମାଁ ପାଟନେଶ୍ୱରୀଙ୍କ ମଧ୍ୟ ନିୟୁତା ଅର୍ପଣ କରାଯାଇଥିଲା । ପଶ୍ଚିମାଞ୍ଚଳ ଏକତା ମଞ୍ଚର ଉପଦେଷ୍ଟା ଡ. ଶ୍ୟାମସୁନ୍ଦର ଧରଙ୍କ ପୌରହିତ୍ୟରେ ମଞ୍ଚର ସଦସ୍ୟ ଏବଂ ସମ୍ବଲପୁରୀ ପ୍ରେମୀ ମାନେ ଏହି କାଯର୍ୟକ୍ରମରେ ଉପସ୍ଥିତ ରହିଥିଲେ ।ସାରା ଜୀବନ ସମ୍ବଲପୁରୀ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ କାର୍ଯ୍ୟ କରିଥିବା ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମ ଶତବାର୍ଷିକୀ ଦିନ ଠାରୁ ତାଙ୍କର ଜନ୍ମଦିନକୁ ପଶ୍ଚିମାଞ୍ଚଳ ଏକତା ମଂଚ ସମ୍ବଲପୁରୀ ଦିନ ଭାବେ ପାଳନ ଆରମ୍ଭ କରିଆସୁଛି। ଏହା ପରେ ପରେ ବିଭିନ୍ନ ଅନୁଷ୍ଠାନ ମଧ୍ୟ ସମ୍ବଲପୁରୀ ଦିନର ଆୟୋଜନ କରି ଆସୁଛନ୍ତି। ଏହିଦିନ ସମ୍ବଲପୁରୀ ଖାଦ୍ୟପେୟ, କପଡା ସହ ସମ୍ବଲପୁରୀ ନୃତ୍ୟଗୀତକୁ ଗୋଟିଏ ମଞ୍ଚରେ ପ୍ରଦର୍ଶନ କରାଯାଇଥାଏ। ସମ୍ବଲପୁରୀ ଦିନ ପାଳନ ଦ୍ୱାରା ସମ୍ବଲପୁରୀ ଭାଷା ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ଅଭୁତପୁର୍ବ ସମର୍ଥନ ରହିଛି। ଏହି ନିୟୁତା ଅର୍ପଣ କାଯର୍ୟକ୍ରମରେ ପଶ୍ଚିମାଞ୍ଚଳ ଏକତା ମଂଚ ର ଆବାହକ ଭବାନୀଶ ଭୋଇ, ସମ୍ବଲପୁର ଜିଲା ସଂଯୋଜକ ଦେବାଶିଷ ବେହେରା, ଡ. ସ୍ବୟଂ ପ୍ରକାଶ ପଣ୍ଡା, ରାହୁଲ ଗୁପ୍ତା, ସବ୍ୟସାଚୀ ମିଶ୍ର, ଦେବୀ ପ୍ରସାଦ ଭୋଇ,ଶଙ୍କର ମେହେର,ଯାମିନୀ ଠାକୁର, ସୁଷମା ପ୍ରଧାନ,ନନ୍ଦିନୀ ପ୍ରଧାନ, କିଶୋର ଧରେଇ, ନିଶିକାନ୍ତ ବିଶ୍ୱାଳ, ତୃପ୍ତିମୟୀ ପଣ୍ଡା, ସୁରେନ୍ଦ୍ର ବଗର୍ତ୍ତୀ, ଶରତ ବହିଦାର, ଲକ୍ଷ୍ମୀପ୍ରୀୟା ପ୍ରଧାନ, ସସ୍ମିତ ପଣ୍ଡା, ପଶ୍ଚିମାଂଞ୍ଚଳ ଏକତା ମଞ୍ଚର ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସୀ ପ୍ରମୁଖ ଉପସ୍ଥିତ ରହିଥିଲେ।