Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଗଜପତି ଜିଲ୍ଲାର ନଳାଘାଟ ଘାଟିର ୧୦ ଫୁଟ ତଳକୁ ଓଲଟିଲା ବସ୍, ୬ ଆହତ

ପାରଳାଖେମୁଣ୍ଡି:୯/୭(ଗରୁଡ଼ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲାର ନଳାଘାଟ ଘାଟିର ୧୦ ଫୁଟ ତଳକୁ ଏକ ଘରୋଇ ବସ ଓଲିଟିବା ଯୋଗୁଁ ୬¡ ଜଣ ଯାତ୍ରୀ ଏଥିରେ ଆହତ ହୋଇଥିବା ଖବର ମିଳିଛି. ଏହି ଘରୋଇ ବସଟି ରାୟଗଡ଼ା ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବାବେଳେ ଗଜପତି ଜିଲ୍ଲା ଅଡ଼ବା ଥାନା ଅଧୀନ ନଳାଘାଟ ନିକଟରେ ବସଟି ୧୦ ଫୁଟ ତଳକୁ ଓଲଟି ପଡ଼ିଛି । ଦୁର୍ଘଟଣାରେ ୬ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଆହତମାନେ ଗଞ୍ଜାମ ଜିଲ୍ଲା ନରେନ୍ଦ୍ରପୁର ଗାଁର ନମିତା ଜେନା, ତରଡ଼ା ଗାଁର ସଜନୀ ବରାଡ଼, ଦେବରାଜ ବରାଡ଼, ରାୟଗଡାର ରିନା ପ୍ରଧାନ, ନର୍ମଦା ବେହେରା, ଓ ସ୍ୱପ୍ନା ବେହେରା। ସୂଚନା ପ୍ରକାରେ, ଘରୋଇ ବସ୍ ରାୟଗଡ଼ାରୁ ବ୍ରହ୍ମପୁର ଯାଉଥିଲା। ବସ୍‌ରେ ପ୍ରାୟ ୩୦ରୁ ଅଧିକ ଯାତ୍ରୀ ରହିଥିଲେ। ଏହି ସମୟରେ ନଳାଘାଟ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ ୧୦ ଫୁଟ ତଳକୁ ଓଲଟି ପଡିଛି।ଗଜପତିର ଅଡ଼ବା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲା। ଘଣ୍ଟାଏ ଧରି ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ରାତି ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ହୋଇଥିଲା। ତଥାପି ପୁଲିସ ସମସ୍ତଙ୍କୁ ଉଦ୍ଧାର କରି ଆହତଙ୍କୁ ପ୍ରଥମେ ବିରିକୋଟ ମେଡିକାଲରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ 6 ଜଣଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଅନ୍ୟ ଯାତ୍ରୀଙ୍କୁ ଆଉ ଏକ ବସ କରି ବ୍ରହ୍ମପୁର ପଠାଇ ଦିଆଯାଇଛି। ଦୁର୍ଘଟଣା କିଭଳି ଘଟିଲା ତାହାର ତଦନ୍ତ ଚାଲିଥିବା ଥାନା ଅଧୂକାରୀ ଶୁଭ୍ରାନ୍ତ ପଣ୍ଡା କହିଛନ୍ତି।

More Stories