Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିନ ଦ୍ବିପହରରେ ଶ୍ରୀ ଗଣପତି ସୁନା ଦୋକାନରୁ ଚୋରି ଉଦ୍ୟମ ବିଫଳ ସି ସି ଟିଭି ରେ ଆସିଛି ଡକାୟତ ଙ୍କ ଫଟୋ ପୋଲିସ ର ତନାଘନା ଜାରି

କଳାହାଣ୍ଡି, ୧୦/୦୭ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହର ଫାଟକ ପାଖରେ ଥିବା ଶ୍ରୀ ଗଣପତି ଜୁଏଲର୍ସ ସୁନା ଦୋକାନରୁ ମଙ୍ଗଳବାର ଦିନ ୨.୩୦ ମିନିଟ ସମୟରେ ଏକ ବଡଧରଣର ଡକାୟତି ଉଦ୍ୟମ ବିଫଳ ହୋଇଛି। ସୂଚନା ଅନୁଯାୟୀ କେସିଙ୍ଗା ଆଦର୍ଶ ପୋଲିସ ଷ୍ଟେସନ ରୁ ମାତ୍ର ୧୦୦ ମିଟର ଦୂରରେ ଅବସ୍ଥିତ ଶ୍ରୀ ଗଣପତି ଯୁଏଲର୍ସ ସୁନା ଗହଣା ଦୋକାନ କୁ ଦିନ ପ୍ରାୟ ୩ ଘଣ୍ଟା ସମୟରେ ଦୁଇ ଜଣ ଡକାୟତ ଦୋକାନ ଭିତରକୁ ପଶି ବନ୍ଧୁକ ଦେଖାଇ ସୁନା ଗହଣା ସବୁ ଦେବା ପାଇଁ ଦୋକାନ ମାଲିକ ର ପୁଅ କୁ ଧମକାଇ ଥିଲେ।ହେଲେ ମାଲିକର ପୁଅ ସୁନା ଦେବିନାହିଁ ବୋଲି ରୋକ୍ ଠୋକ୍ ମନା କରିଦେଲେ।ପରେ ଡକାୟତ ଦୁଇଜଣ ଦୋକାନ ବାହାରକୁ ଆସି ବନ୍ଧୁକ ରେ ଗୁଳି ଭର୍ତ୍ତି କରିବା ସମୟରେ ଗୋଟିଏ ଗୁଳି ତଳେ ପଡିଯାଇଥିଲା କେସିଙ୍ଗା ପୋଲିସ ଅଫୁଟା ଗୁଳି କୁ ଜବତ କରିଛି। ପରେ ରାସ୍ତା ରେ ଲୋକଙ୍କୁ ଦେଖି ଲାଲ ରଙ୍ଗର ନୂଆ ହିରୋ ସ୍ପେଲ୍ଡାର ମଟର ସାଇକଲ ରେ ଦୁଇ ଡକାୟତ ଛୁ ମାରିଥିଲେ। ସୁନା ଦୋକାନ ମାଲିକର ର ପୁଅର ସାହସିକତା ପାଇଁ ଆଜି ଡକାୟତ ପଣ୍ଡ ହେଇଛି ବୋଲି ସହରରେ ଚର୍ଚ୍ଚା ହେଉଛି। ଦୋକାନ ର ସି ସି ଟିଭି ରେ ଡକାୟତ ମାନଙ୍କର କାରନାମା ନଜରକୁ ଆସୁଥିବା ବେଳେ ପୋଲିସ କୁ ଖବର ଦେବା ପରେ କେସିଙ୍ଗା ପୋଲିସ ସହର ବାହାରେ ଛକ ମାନଙ୍କରେ ପୋଲିସ ମୁତୟନ କରି ଡକାୟତ ଦୁଇ ଜଣ ଙ୍କୁ ଖୋଜିବାରେ ଲାଗି ତଦନ୍ତ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ