Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଓଭର ଟେକ୍ କରିବାକୁ ଯାଇ ବସକୁ ପିଟିଲା ବସ୍

ବଲାଙ୍ଗୀର: ବସକୁ ଓଭର ଟେକ୍ କରିବା ବେଳେ ଦୁର୍ଘଟଣା । ବସକୁ ପିଟିଲା ବସ୍ । ଘଟଣା ଘଟିଛି ଭାଗୀରଥୀ ଛକରେ । ଦୁର୍ଘଟଣାରେ ଗୋଟିଏ ବସର ସାମ୍ନା ପଟ ଚୁରମାର ହୋଇଯାଇଛି । ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା । ଦ୍ରୁତ ଗତିରେ ଓଭରଟେକ କରିବା ବେଳେ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।

ବସ୍ ଡ୍ରାଇଭରର ବେପରୁଆ ଗାଡି ଚାଳନା ଯୋଗୁଁ ଦୁର୍ଘଟଣା ଘଟିଥିବା ବେଳେ ଅଳ୍ପକେ ଯାତ୍ରୀ ବଡ ଅଘଟଣରୁ ବର୍ତ୍ତି ଯାଇଛନ୍ତି । ବସ୍ ଡ୍ରାଇଭର ସମେତ ୪ରୁ ୫ ଜଣ ଆହତ ଯାତ୍ରୀଙ୍କୁ ଟାଉନ୍ ଥାନା ପୋଲିସ ଉଦ୍ଧାର କରି ମେଡିକାଲରେ ଭର୍ତି କରିଛି । ରାଇଘର ନବରଙ୍ଗପୁର ଦେଇ ଉଭୟ ବସ୍ ଭୁବନେଶ୍ବର ଯାଉଥିଲା ।

ଘଟଣା ସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଟାଉନ୍ ଥାନା ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଛନ୍ତି । ଦୁର୍ଘଟଣା ଘଟାଇଥିବା ବସକୁ ପୋଲିସ ଜବତ କରି ତଦନ୍ତ ଆରମ୍ଭ କରିଛି ।