ବରିଷ୍ଠ ଶିକ୍ଷକ ନାଟ୍ୟ ନିର୍ଦେଶକ ସାଗର ବାବୁଙ୍କ ଦେହାନ୍ତ
 
        ବରପାଲି: ବରପାଲି ବ୍ଲକ ବାଗବାଡି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଓ ନାଟ୍ୟ ନିର୍ଦେଶକ ସାଗର ଗଡତିଆଙ୍କ ନିଜ ବାସଭବନରେ ୭୫ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ଗୁରୁବାର ପୁର୍ବାହ୍ନରେ ବିୟୋଗ ଘଟିଥିବା ବେଳେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ତାଙ୍କ ଦେହାନ୍ତରେ ଦୁଇ ପୁତ୍ର ଜଗଜ୍ଜୀବନ ଓ ନିହାର ରଞ୍ଜନ, ପତ୍ନୀ କସ୍ତୁରୀ ଦୁଇ ନାତି ବିଭୁ ଓ ତ୍ରିଶୁ ପୁତ୍ରବଧୂ ହିରାକାଞ୍ଚନ ଭାଇ ମିତ୍ରଭାନୁ ତଥା ଅନ୍ୟାନ୍ୟ ପରିବାର ସ୍ବଜନ ଦୁଖଃରେ ମର୍ମାହତ ହୋଇଛନ୍ତି। ସମ୍ବଲପୁର ନିକଟସ୍ଥ ଦୁର୍ଗାପାଲୀରୁ ଶିକ୍ଷକତା ଆରମ୍ଭ କରିଥିବା ବେଳେ ପରମୁହୁର୍ତ୍ତରେ ବରଗଡ଼ ଜିଲ୍ଲାର ରେମତା ଓ ତୁରୁଙ୍ଗା ରେ ଶିକ୍ଷକତା କରି ପରେ ଅବସର ଗ୍ରହଣ କରିଥିଲେ। ବିଶିଷ୍ଟ ସମାଜସେବୀ,କବି, ବକ୍ତା,ନାଟ୍ୟକାର, ନାଟ୍ୟ ନିର୍ଦେଶକ ଭାବେ ଅଚଂଳରେ ବେଶ ପରିଚିତ ରହିଥିଲେ। ତାଙ୍କ ଦ୍ବାରା ସମ୍ପାଦିତ ଶିଶୁ ସାହିତ୍ୟ ପତ୍ରିକା ଗୋଲାପ କଢି ବେଶ୍ ଜନାଦୃତ ହୋଇଥିଲା। ତାଙ୍କ ଜୀବନ କାଳ ମଧ୍ୟରେ ବାଗବାଡୀ, ରେମତା, କୁମ୍ଭାରୀ, ଖୁଣ୍ଟପାଲି ଆଦି ଗ୍ରାମ ମାନଙ୍କରେ ୩୦ରୁ ଊର୍ଦ୍ଧ୍ବ ନାଟକ ର ନିର୍ଦେଶନା ଦେଇଥିଲେ ।

 
                        
 
                                 
                                 
                                 
                                 
                                