Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଞ୍ଚମ ମୂଲିଆ ସ୍ମାରକୀ ଛାତ୍ରବୃତି- 27 ଜଣ ମେଧାବୀ ପାଇଲେ 2 ଲକ୍ଷ 27 ହଜାର ଟଙ୍କା

ବେଲଗୁଣ୍ଠା- ୧୪/୭-ସୁଦୂର ୟୁ.ଏସ.ଏରେ ରହି ପ୍ରବାସୀ ଓଡ଼ିଆ ତଥା ବେଲଗୁଣ୍ଠା ଗୋପିନାଥ ସାହିର ମୁଳ ବାସିନ୍ଦା ଡଃ ଦାମୋଦର ସାହୁ ନିଜ ମାତୃଭୂମିର ଆର୍ଥିକ ଅନଗ୍ରସର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ କିଛି କରିବା ପାଇଁ ଆରମ୍ଭ କରିଥିଲେ ମୁଳିଆ ସ୍ମାରକ ଛାତ୍ରବୃତ୍ତି ।ଗତ ୪ ବର୍ଷ ପୁର୍ବେ ଏହାର ଶୁଭାରମ୍ଭ ହୋଇଥିବା ବେଳେ ପ୍ରଥମ ବର୍ଷ କେବଳ ୩ ଜଣଙ୍କୁ ବୃତ୍ତି ପ୍ରଦାନ କରାଯାଇଥିଲା । କିନ୍ତୁ ଆଜି ଏହା ବ୍ଳକ ସ୍ତରୀୟ ହୋଇ ବିଭିନ୍ନ ଉଚ୍ଚ ବିଦ୍ୟାଳୟର ୨୭ ଜଣ ଛାତ୍ରଛାତ୍ରୀଙ୍କୁ ମୋଟ ୨ ଲକ୍ଷ ୧୬ ହଜାର ବୃତ୍ତି ପ୍ରଦାନ କରାଯାଇଛି ।ଜି.ଟି ହାଇସ୍କୁଲର ପୁର୍ବତନ ପ୍ରଧାନଶିକ୍ଷକ ତଥା ମୁଳିଆ ସ୍ମାରକୀ ଛାତ୍ରବୃତ୍ତିର ଅନ୍ୟତମ ଉପଦେଷ୍ଟା ଚନ୍ଦ୍ରଭାନୁ ପାଢୀଙ୍କ ସଂଯୋଜନା ଓ କୋର୍ କମିଟି ସଦସ୍ୟ ତଥା ହାଇକୋର୍ଟ ଆଇନଜୀବି ଓଁ ପ୍ରକାଶ ସାହୁଙ୍କ ସଭାପତିତ୍ବରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହିତ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିବା ବେଳେ,ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା ମୁଖ୍ୟ ବକ୍ତା,ବେଲଗୁଣ୍ଠା ପ୍ରେସ୍ କ୍ଳବ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ର ଓ ବଡବୋରସିଂ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଆଦିତ୍ୟ କୁମାର ବ୍ରହ୍ମା ସମ୍ମାନିତ ଅତିଥି ଓ ମୁଳିଆ ସ୍ମାରକୀ ଛାତ୍ରବୃତ୍ତି କୋର୍ କମିଟି ସଦସ୍ୟ ଭାବେ ପ୍ରେସ୍ କ୍ଳବ ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି ଓ ଉପ ସଭାପତି ପ୍ରଭାତ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ ।ବିଦେଶରେ ରହି ନିଜ ମାତୃଭୂମି ପାଇଁ ଚିନ୍ତା କରିବା ଏବଂ ତାକୁ କାର୍ଯ୍ୟକ୍ଷମ କରିବା ନିଶ୍ଚିତ ଭାବରେ ଅଞ୍ଚଳ ପ୍ରତି ଗର୍ବର ବିଷୟ ବୋଲି କହିବା ସହିତ ଦାମୋଦର ସାହୁ ଘୁମୁସର ଅଞ୍ଚଳ ତଥା ଗଞ୍ଜାମ ଜିଲ୍ଲା ପାଇଁ ଉଦାହରଣ ବୋଲି ଅତିଥି ମାନେ ମତବ୍ୟକ୍ତ କରିବା ସହିତ ଶିକ୍ଷା ହିଁ ସମଗ୍ର ମାନବ ଜାତିକୁ ଉପଯୁକ୍ତ ସଂସ୍କାର ପ୍ରଦାନ କରିବ ବୋଲି ସେମାନେ ଗୁରୁତ୍ୱାରୋପ କରିଥିଲେ ।ସ୍ୱପ୍ନ ଦେଖ,ହେଲେ ଏହାକୁ ସତ୍ୟ ରେ ପରିଣତ କରିବା ଓ ନିଜ ଭବିଷ୍ୟତ ଗଠନ କରିବାରେ ଅକ୍ଳାନ୍ତ ପରିଶ୍ରମ କରି ବୋଲି ତହସିଲଦାର ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ ଏଥି ସହିତ ମୋ କର୍ମମୟ ଜୀବନରେ ଏପରି କାର୍ଯ୍ୟକ୍ରମ ବିରଳ ବୋଲି ତହସିଲଦାର ଶ୍ରୀ ପ୍ରଧାନ ମଧ୍ୟ କହିଥିଲେ ।ନିଜ କର୍ମମୟ ଜୀବନରେ ବ୍ୟସ୍ତ ରହି ମଧ୍ୟ ନିଜ ପିତା ସ୍ୱର୍ଗତ ମୂଳିଆ ସାହୁଙ୍କ ନାମରେ ଛାତ୍ରବୃତ୍ତି ଆରମ୍ଭ କରି ଗରିବ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ସହାୟତା କରିବା ବିଦ୍ୟାଳୟ ପାଇଁ ଗର୍ବର କଥା ବୋଲି ଆଲୋଚନା ହୋଇଥିଲା ।ଡଃ ଦାମୋଦର ସାହୁ ଭିଡିଓ କନଫରେନ୍ସି ଜରିଆରେ ବିଦେଶରୁ ଛାତ୍ରଛାତ୍ରୀ ଓ ଅଭିବାବକ ମାନଙ୍କ ସହିତ ଭାବର ଆଦାନ ପ୍ରଦାନ କରି ନିଜ ଛାତ୍ର ଜୀବନ ଭାବବିହ୍ୱଳ ପୁର୍ଣ ଅନୁଭୂତି ପ୍ରଦାନ କରିଥିଲେ ।ଜି.ଟି ହାଇସ୍କୁଲର ପୁରାତନ ଛାତ୍ର ଦାମୋଦର ନିଜ ଛାତ୍ର ଜୀବନରେ ବହୁ ଆର୍ଥିକ ବାଧାବିଘ୍ନର ସମ୍ମୁଖୀନ ହୋଇମଧ୍ୟ ନିଜ ପରିଶ୍ରମ, ଇଛାଶକ୍ତି ଓ ଅଧ୍ୟବସାୟ ଫଳରେ ଆଜି ଆମେରିକାରେ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ ବାର ବର୍ଷ କାର୍ଯ୍ୟ କଲା ପରେ ଡାଟା ସେଫ୍ ଗାର୍ଡ ନାମକ ଏକ କମ୍ପାନୀର ପ୍ରତିଷ୍ଠାତା ।ନିଜ ହୃଦୟର ପ୍ରତିଟି ସ୍ପନ୍ଦନରେ ସେ ଓଡ଼ିଆ ବାସ୍ନା ଅନୁଭବ କରୁଥିବା ଦାମୋଦର ନିଜ କମ୍ପାନୀରେ ବିଶେଷ କରି ଓଡିଆ ଯୁବକଯୁବତୀ ମାନଙ୍କୁ ନିଯୁକ୍ତି ଦେବାକୁ ସେ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରକାଶ କରିଥିଲେ ।ଏହି ବୃତ୍ତି ଜରିଆରେ ମୁଳିଆ ସ୍ମାରକୀ ତରଫରୁ ବେଲଗୁଣ୍ଠା ବ୍ଳକର ବିଭିନ୍ନ ବିଦ୍ୟାଳୟର ମେଧାବୀ ଆର୍ଥିକ ଅନଗ୍ରସର ବର୍ଗର ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ସହିତ ୮ ହଜାର ଟଙ୍କା ଲେଖାଏଁ ଉଚ୍ଚଶିକ୍ଷା ପାଇଁ ସହାୟତା ପ୍ରଦାନ୍ କରା ଯାଇଥିଲା ।ତତ୍ ସହିତ ବ୍ଳକ୍ ର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ ଓ ନୋଡାଲ ଜି.ଟି ହାଇସ୍କୁଲର ସମସ୍ତ କର୍ମକର୍ତ୍ତାଙ୍କୁ କୋର୍ କମିଟି ଦ୍ବାରା ଉପଢ଼ୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା ।ଛାତ୍ରଛାତ୍ରୀ ମାନେ ଓ ସେମାନଙ୍କ ଅଭିବାବକ ବୃନ୍ଦ ଡଃ ସାହୁଙ୍କୁ ଏହି ମହତାକାଂକ୍ଷା ପାଇଁ ସାଧୁବାଦ ଜଣାଇଥିଲେ ଅନ୍ୟମାନଙ୍କ ମଧ୍ୟରେ ଗଣମାଧ୍ୟମ ପ୍ରତିନିଧି ଶିବରାମ ଚୌଧୁରୀ, ତୋଫାନ୍ କୁମାର ସାହୁ, ପ୍ରଦୀପ କୁମାର ଚୌଧୁରୀ,ନାରାୟଣ ପଣ୍ଡା, ଓ ବିଦ୍ୟାଳୟର ଶିକ୍ଷୟିତ୍ରୀ, କର୍ମଚାରୀ ଉପସ୍ଥିତ ରହି ପରିଚାଳନା କରିଥିବା ବେଳେ ମୁଳିଆ ସ୍ମାରକ କୋର୍ କମିଟି ମୁଖ୍ୟ ଉପଦେଷ୍ଟା ଶିକ୍ଷାବିତ୍ ଚନ୍ଦ୍ରଭାନୁ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories