Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୦୨୪ ନିର୍ବାଚନକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଅନୁଦାନ ବର୍ଷା

କୋରାପୁଟ: ୨୦୨୪ ନିର୍ବାଚନକୁ ନେଇ ରାଜ୍ୟ ସରକାର ଏବେ ଠାରୁ ସଜାଗ ହୋଇ ଉଠିଲେଣି। ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳିକୁପାଇଁ ବିଭିନ୍ନ ପ୍ରକାରର ଅନୁଦାନ ରାଷି ଘୋଷଣା କରିଥିବା ବେଳେ ଲକ୍ଷ୍ମୀପୁର ବ୍ଲକ ପାଇଁ କୌଣସି ଅନୁଦାନ ମିଳିନି। କିଛି ମାସ ତଳେ ୫-ଟି ସଚିବ ଭି.କେ.ପାଣ୍ଡିଆନ୍ କୋରାପୁଟ ଜିଲ୍ଲା ଗସ୍ତ ସମୟରେ ଆସିଥିବା ବେଳେ ଲକ୍ଷ୍ମୀପୁର ଓ ନାରାୟଣପାଟଣା ଜଗନ୍ନାଥ ମନ୍ଦିର କମିଟି,ନିଲାବାଡି ଅଗ୍ନି ଗଙ୍ଗାମା ମନ୍ଦିର କମିଟି ତାଙ୍କୁ ଭେଟି ସମସ୍ୟା ଉପରେ ଅବଗତ କରାଇଥିଲେ। ହେଲେ ଏବେ ନାରାୟଣପାଟଣା ଓ ବନ୍ଧୁଗାଁ ମନ୍ଦିର ପାଇଁ ରାଜ୍ୟ ସରକାର ଛଅ କୋଟି ଟଙ୍କା ଅନୁଦାନ ରାଶି ଘୋଷଣା କରିଥିବା ବେଳେ ଲକ୍ଷ୍ମୀପୁର ଜଗନ୍ନାଥ ମନ୍ଦିର ପାଇଁ କୌଣସି ଅନୁଦାନ ଘୋଷଣା କରି ନଥିବାରୁ ସବୁ ମହଲରେ ଦୁଃଖ ପ୍ରକାଶ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ