Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ହଳ କରୁଥିବା ବେଳେ ଅଘଟଣ ଟ୍ରାକ୍ଟରରେ ଚାପି ହୋଇ ଚାଳକ ମୃତ

ଝାରସୁଗୁଡା ୧୯/୭ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଜାମଗାଁ ପଞ୍ଚାୟତ ଲଛିପାଲି ଗ୍ରାମରେ ଗୁରୁବାର ଦିନ ଏକ ଦୁଃଖଦ ଘଟଣା ଘଟି । ଚାଷ ଜମିରେ ହଳ କରୁଥିବା ବେଳେ ଟ୍ରାକ୍ଟରଟି କାଦୁଅରେ ଫସି ଯାଇଥିଲା । ଉକ୍ତ ଟ୍ରାକ୍ଟରକୁ ବାହାର କରିବା ବେଳେ ଓଲଟି ଯିବାରୁ ସେଥିରେ ଚାପିହୋଇ ଚାଳକଙ୍କ ମୃତ୍ୟୁ ଘଟିଥିଲା । ମୃତ ଟ୍ରାକ୍ଟର ଚାଳକ ଜଣକ ହେଲେ ସମ୍ବଲପୁର ହିରୋପଡାର ଫୁଳଦେଵ କିରୋଙ୍କ ୨୬ ବର୍ଷୀୟ ପୁଅ ଲୋକେଶ କିରୋ । ଖବର ପାଇ ଘଟଣା ସ୍ଥଳରେ ରେଙ୍ଗାଲି ପୁଲିସ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଟ୍ରାକ୍ଟରରେ ଚାପି ହୋଇଥିବା ଲୁକେଶଙ୍କ ମୃତଦେହକୁ ଉଦ୍ଧାର କରି ଜବତ କରିଥିଲା ଏବଂ ପଞ୍ଚନାମା ପରେ ଶବ ବ୍ୟବଚ୍ଛେଦ ପାଇଁ ଝାରସୁଗୁଡାକୁ ପଠାଇ ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟରକୁ ମଧ୍ୟ ପୁଲିସ ଜବତ କରିଥିଲା । ମୃତ ଲୋକେଶଙ୍କ ଶଳା ଅର୍ଜୁନ ଖଡ଼ିଆଙ୍କ ଲିଖିତ ଅଭିଯୋଗ ଅନୁସାରେ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ରେଙ୍ଗାଲି ଥାନାଧିକାରୀ ଅଭିମନ୍ୟୁ ଦୁର୍ଗା ସୂଚନା ଦେଇଛନ୍ତି ।
ପୁଲିସର ସୂଚନା ଅନୁସାରେ ରେଙ୍ଗାଲି ଥାନା ଅନ୍ତର୍ଗତ ଜାମଗାଁ ଗ୍ରାମ ପଞ୍ଚାୟତ ସ୍ଥିତ ଲଛିପାଲି ଭୀମଗୁଡି ନିକଟସ୍ଥ ହୀରାକୁଦ ଜଳଭଣ୍ଡାର ପରିସୀମାରେ ଥିବା ବୁଡ଼ି ଜମିରେ ଟ୍ରାକ୍ଟରରେ ହଲ କରୁଥିବା ବେଳେ ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ଏଗାରଟା ସମୟରେ ଉକ୍ତ ଟ୍ରାକ୍ଟରଟି ମାଟିରେ ଫସି ଯାଇଥିଲା । ଜମି ଭିତରେ ଫସି ଯାଇଥିବା ଟ୍ରାକ୍ଟରକୁ ବାହାର କରିବା ବେଳେ ତାହା ଓଲଟି ପଡିଥିଲା । ଫଳରେ ଟ୍ରାକ୍ଟରରେ ତଳେ ଲୋକେଶ ଚାପି ହୋଇ ଯାଇଥିଲେ । ସୂଚନା ଥାଉକି ମୃତ ଲୋକେଶ ତିନି ମାସ ହେବ ଜାମଗାଁ କାଳୀ ମନ୍ଦିର ପଡାର ନେହେରୁ ଖଡ଼ିଆ ଙ୍କ ଝିଅକୁ ବାହା ହୋଇ ଏଠାରେ ରହି ଅନ୍ୟର କାମଧନ୍ଦା କରି ପରିବାର ପ୍ରତିପୋଷଣ କରୁଥିଲେ ।

More Stories