Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିପଦ ସଙ୍କୁଳ ଅବସ୍ଥାରେ ରହିଚି ମାଉସିମା ମନ୍ଦିର

କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ସଦରରେ ଥିବା ମାଉସିମା ମନ୍ଦିରଟି ଏବେ ବିପଦ ସଙ୍କୁଳ ଅବସ୍ଥାରେ ରହିଛି।ବର୍ଷକୁ ଥରେ ଉକ୍ତ ମନ୍ଦିରରେ ପୁଜାର୍ଚନା ହୁଏ ବାକି ଦିନ ଗାଇ ଗୋରୁଙ୍କ ଆସ୍ଥାନ ଜମେ।ପ୍ରତ୍ୟେକ ବର୍ଷ ରଥ ଯାତରା ଆସିଲେ ଜଗତର ନାଥ ଶ୍ରୀଜଗନ୍ନାଥ ଭାଇ ଭୋଉଣିଙ୍କୁ ସାଥିରେ ଧରି ସେଠାରେ ରହି ଆଠ ଦିନ ଧରି ପୂଜା ପାଆନ୍ତି।ଏବେ ଉକ୍ତ ମାଉସିମା ମନ୍ଦିର ଅବସ୍ଥା ନକହିବା ଭଲ।ଏଥି ପ୍ରତି ପୂଜା କମିଟି ଏବେ ନିରବ ଦ୍ରଷ୍ଟା। ଦୈନିକ ଛାତରୁ ସିମେଣ୍ଟ ଖଣ୍ଡ ଖଣ୍ଡ ହୋଇ ଝଡୁଛି।କେତେ ବେଳେ କଣଜେ ହେବ ତାହା କହିବା ମୁସ୍କିଲ୍।ଆଉ ତିନି ମାସ ପରେ ରଥ ଯାତ୍ରା ଅନୁଷ୍ଠିତ ହେବ ତେଣୁ ଏଥି ପୁର୍ବରୁ ପ୍ରସାସନ ଏଥି ପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବି ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ