Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଭାରତୀୟ କ୍ଷେତ ମଜଦୂର ୟୁନିୟନ ପକ୍ଷରୁ ଘର ହୀନ ଲୋକଙ୍କୁ ଘରଡିହ ପ୍ରଦାନ ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ପାରଳାଖେମୁଣ୍ଡି:୨୩/୭(ଗରୁଡ଼ ଧ୍ୱଜ ଚୌଧୁରୀ)ଭାରତୀୟ କ୍ଷେତ ମଜଦୂର ୟୁନିୟନ ପକ୍ଷରୁ ଘର ହୀନ ଲୋକଙ୍କୁ ଘରଡିହ ପ୍ରଦାନ ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣବିକ୍ଷୋଭ ଓ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ ! ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭାରତୀୟ କ୍ଷେତ ମଜଦୂର ୟୁନିୟନ ପକ୍ଷରୁ ଘରହୀନ ଲୋକଙ୍କୁ ଘରଡିହ ପ୍ରଦାନ ଦାବୀରେ ଗଣ ବିକ୍ଷୋଭ ହୋଇଥିବାର ଦେଖିବାକୁ ମିଳିଛି । ଭାରତୀୟ କ୍ଷେତ ମଜଦୂର ୟୁନିୟନର ରାଜ୍ୟ ସଭାପତି ଜନା ସୁବାଷ ଚନ୍ଦ୍ର ରାଓ ଙ୍କ ନେତୃତ୍ୱରେ ଏହି ଗଣ ବିକ୍ଷୋଭ ହୋଇଥିଲା । ଘର ଡିହ ପ୍ରଦାନରେ ବିଫଳତା ଓ ବିଳମ୍ୱ ଯୋଗୁଁ ଗଜପତି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ବର୍ତ୍ତମାନ ରାଜ୍ୟ ସରକାର ଜବରଦଖଲ ଉଚ୍ଛେଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଭଳି ପଦକ୍ଷେପକୁ ଆମେ ସ୍ବାଗତ କରୁଛୁ । ଜବରଦଖଲ ଉଚ୍ଛେଦ ପରେ ହିତାଧିକାରୀମାନଙ୍କ ତଦନ୍ତ କରି ଯେଉଁମାନେ ଘର ଡିହ ପାଇବାର ହକଦାର ତାଙ୍କୁ ପ୍ରଦାନ କରାଯାଉ ।ଘରଡିହ, ଲିଜ୍ ଦରଖାସ୍ତ ଗୁଡିକ ଦାଖଲ କରିଥିବା ହଜାର ହଜାର ଘରହୀନ, ଟିଣ, ଘର ମାନଙ୍କରେ ବସବାସ କରୁଥୁବା, ଜିଲ୍ଲାରେ ଘଟିଥିବା ଅନେକ ବର୍ଷା ତୋଫାନ ମାନଙ୍କରେ ଘରଦ୍ବାର ହରାଇ ନାନା ଅସୁବିଧାରେ ସମ୍ମୁଖୀନ ହୋଇଆସୁଥିବା ଆଦିବାସୀ, ହରିଜନ ଓ ଅନ୍ୟାନ୍ୟ ସଂପ୍ରଦାୟ, ଜାତିର ଜନସାଧାରଣ,ପ୍ରାୟ ୧ ବର୍ଷରୁ ଉର୍ଦ୍ଧହେଲା ସମସ୍ତ ଦାବୀପତ୍ର, ବରଖାସ୍ତମାନ ଜିଲ୍ଲାପାଳ, ଏ.ଡି.ଏମ ସବ୍-କଲେକ୍ଟରଙ୍କ ଜରିଆରେ ପ୍ରେରଣ କରାଯାଇଥିଲେ ସୁଦ୍ଧା ତଳ ସ୍ତରରେ ତହସିଲଦାର, ରାଜସ୍ବ ବିଭାଗର ସୁପରଭାଇଜର, ଆର୍.ଆଇ, ଆମିନ ମାନେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଭାରତୀୟ କ୍ଷେତ ମଜଦୂର ୟୁନିୟନର ରାଜ୍ୟ ସଭାପତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

More Stories