Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଝଞ୍ଜାବତୀ ନଦୀରେ ଭାସିଥିବା ନିଖୋଜ ମା ର ଶବ ଉଦ୍ଧାର , ୨୪ ଘଣ୍ଟା ପରେ ବି ଝିଅ ର ମିଳୁନି ପତ୍ତା

ନାରାୟଣପାଟଣା /ଲକ୍ଷ୍ମୀପୁର ୨୮/୦୭ କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଳକ ସଦର ଝଞ୍ଜାବତୀ ନଦୀ ରେ  ଶୌଚ ହେବାକୁ ଯାଇ  ଜଣେ ଗର୍ଭବତୀ ମହିଳା ଙ୍କ ସହ ୫ ବର୍ଷ ର ଝିଅ ନିଖୋଜ ଘଟଣାରେ ଆଜି ଗର୍ଭବତୀ ଙ୍କ ଶବ ଉଦ୍ଧାର କରାଯାଇଛି ।୨୪ ଘଣ୍ଟା ପରେ ବି ଝିଅ ର ମିଳୁନି ପତ୍ତା ,ଝିଅ କୁ ଖୋଜିବା ସକାଶେ ଓଡ୍ରାଫ ଟିମ ସହ ଅଗ୍ନିଶମ ବିଭାଗ କର୍ମଚାରୀ ଝଞ୍ଜାବତୀ ନଦୀ ରେ ଲାଗିପଡିଛନ୍ତି। କୋରାପୁଟ ଜିଲ୍ଲା ନାରାୟଣପାଟଣା ରେ ଘଟିଛି ଏଭଳି ଅଭାବନୀୟ ଘଟଣା, ଝଞ୍ଜାବତୀ ନଦୀ ରେ ଗର୍ଭବତୀ ମା ମୋତି ତାଡିଙ୍ଗ ଓ ୫ ବର୍ଷ ର ଝିଅ ଭାସିଯିବା ଘଟଣା ଜଣା ପଡିବା ପରେ ନାରାୟଣପାଟଣା ଅଗ୍ନିଶମ ବିଭାଗ ସହ କୋରାପୁଟ ର ଓଡ୍ରାଫ ଟିମ ଝଞ୍ଜାବତୀ ନଦୀ ରେ ପହଞ୍ଚି ଖୋଜା ଖୋଜି ଆରମ୍ଭ କରିଥିଲେ  । ଗତକାଲି ତଳଗୁମାଣ୍ଡି ପଞ୍ଚାୟତ ର ଡକ୍ରିଘାଟି ଗାଁ ର ମୋତି ତାଡିଙ୍ଗ ନାମକ ମହିଳା ଗର୍ଭବତୀ ଥିବା କାରଣ ରୁ ପ୍ରସବ ସକାଶେ ମା ଗୃହ ରେ  ଭର୍ତି ହୋଇଥିଲେ।ମା ଗୃହ ବାହାରେ ସନ୍ଧ୍ୟା ରେ  ବୁଲା ବୁଲି କରୁଥିବା ସମୟରେ ଶୌଚ  ହେବା ସକାଶେ ୬ ବର୍ଷ ର ଝିଅ ସହ ଝଞ୍ଜାବତୀ ନଦୀ କୂଳକୁ ଯାଇଥିଲେ,ଦୀର୍ଘ ସମୟ ଧରି ମା ଏବଂ ଝିଅ ନଫରିବା ପରେ  ମା ଗୃହ କର୍ମଚାରୀ ନଦୀ କୁଳ ରେ ଖୋଜିବାକୁ ଯାଇଥିଲେ,ନଦୀ କୁଳ ରେ ସେମାନଙ୍କ ଲୁଗା ଓ ଡ୍ରେସ ରହିଥିବା ବେଳେ ସେମାନେ ନିଖୋଜ ଥିବା ନେଇଁ ଜଣାପଡିଥିଲା।ପରେ ପ୍ରଶାସନ କୁ ଜଣାଇବା ପରେ ଖୋଜା ଖୋଜି ଆରମ୍ଭ ହୋଇଥିଲା, ଆଜି କୋରାପୁଟ ଉପଜିଲ୍ଲାପାଳ ବେଣୁଧର ଶବର ସହ ବିଡ଼ିଓ, ତହସିଲଦାର ପ୍ରଶାସନିକ ଅଧିକାରୀ ଙ୍କ ଉପସ୍ଥିତରେ ନଦୀ ରେ ଖୋଜା ଖୋଜି କରିବା ପରେ ଗର୍ଭବତୀ ମା ଙ୍କ ର ଶବ ମିଳିଛି।
.୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ନିରୀହ ୫ ବର୍ଷ ର ଝିଅ ର ଖୋଜ ଖବର ମିଳୁନାହିଁ, କେଉଁ ସ୍ଥିତି ରେ ଏପରି ଘଟଣା ଘଟିଲା ତାହା ର ସମୀକ୍ଷା କରିବା ସକାଶେ ସିଡିଏମଓ ନୀଳ ମାଧବ ଶତପଥି ନାରାୟଣପାଟଣା ମା ଗୃହ ରେ ପହଞ୍ଚି କର୍ମଚାରୀ ଙ୍କ ସହ ଆଲୋଚନା କରିଛନ୍ତି। ପ୍ରଶାସନ ତରଫରୁ ତଦନ୍ତ ଜାରି ରଖାଯାଇଥିବା କୁହାଯାଉ ଥିବା ବେଳେ ମୃତ ମହିଳା ଙ୍କ ସ୍ୱାମୀ ରାମ ତାଡିଙ୍ଗ ନିରାଶ ହୋଇ କହିଛନ୍ତି ଆଉ କିଛିଦିନ ପରେ ମା ଗୃହ କୁ ଯିବା ସକାଶେ କହିଲି, କିନ୍ତୁ କେହି ଶୁଣିଲେ ନାହିଁ, ଏଠି ମା ଗୃହ ଆଣିବା ପରେ ତାଙ୍କ ସ୍ତ୍ରୀ ଙ୍କ ଜୀବନ ଚାଲିଗଲା ବୋଲି କହିଛନ୍ତି…. ପ୍ରଶାସନ ତରଫରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବା ସକାଶେ କୁହା ଯାଇଥିବା ବ୍ଳକ ଅଧ୍ୟକ୍ଷ ଗୋଲଦି ତ୍ରିନାଥ ପ୍ରକାଶ କରିଥିବା ବେଳେ ସାହେବ ସିଂ ଭଳି ସାଧାରଣ ଲୋକେ କହିଛନ୍ତି ଡାକ୍ତରଖାନା କର୍ମଚାରୀ ଙ୍କ ଅବହେଳା କାରଣରୁ ଏପରି ଘଟଣା ଘଟିଲା, ତେଣୁ କର୍ମଚାରୀ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଈଁ ଦାବୀ କରିଛନ୍ତି।..
ଏତେବଡ଼ ସମ୍ବେଦନ ଶିଳ ଘଟଣା କୁ ପ୍ରଶାସନ କିପରି ଗ୍ରହଣ କରୁଛି ଓ ମୃତ ମୋତି ତାଡିଙ୍ଗ ର ପରିବାର କୁ ପ୍ରଶାସନ କଣ ସାହାଯ୍ୟ କରୁଛି ତାହା ଦେଖିବାକୁ ଅପେକ୍ଷା ରହିଥିବା ବେଳେ ତଦନ୍ତ ପରେ କିଏ ଏହି ଘଟଣା ରେ ବଳି ପଡୁଛନ୍ତି ତାହା ପରବର୍ତୀ ମୁହୂର୍ତ୍ତ ରେ ଜଣାପଡିବ…

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ