Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଆଜିଠୁ ମାଓବାଦୀଙ୍କ ସହିଦ ସପ୍ତାହ : କଳାହାଣ୍ଡିରେ ଉପସ୍ଥିତି ଜାହିର କଲେ

କଳାହାଣ୍ଡି,୨୮/୦୭- ଦୀର୍ଘ ଦିନର ବ୍ୟବଧାନ ପରେ କଳାହାଣ୍ଡିରେ ପୁଣିଥରେ ନିଜର ଉପସ୍ଥିତି ଜାହିର କରିଛନ୍ତି ମାଓବାଦୀ। ଆଜି ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଶିକରଗୁଡା ନିକଟସ୍ଥ ରାସ୍ତା କଡ଼ରେ ବ୍ୟାନର ଲଗାଇବା ସହିତ ଆଜିଠୁ ଆସନ୍ତା ଅଗଷ୍ଟ ତିନି ତାରିଖ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ କରିବାକୁ ଆହ୍ୱାନ ଦେଇଛି ଲାଲବାହିନୀ। ଏହାସହିତ ବ୍ୟାନର ନିକଟରେ ଏକ ପ୍ରତୀକ ସହିଦ ସ୍ତମ୍ଭ ସ୍ଥାପନ କରିଛନ୍ତି ମାଓବାଦୀମାନେ। ପୁଲିସ ଏନକାଉଣ୍ଟରରେ ମୃତ୍ୟୁବରଣ କରିଥିବା ମାଓନେତାମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ସେମାନଙ୍କ ସଂଗଠନକୁ ସମର୍ଥନ ଦେବା ଓ ଆସନ୍ତା ତିନି ତାରିଖ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ କରିବାକୁ ଜନସାଧାରଣଙ୍କୁ ଆହ୍ୱାନ ଦେଇଛି ମାଓ ସଂଗଠନ। ସିପିଆଇ ମାଓବାଦୀଙ୍କ ଦ୍ୱାରା ଜାରି କରାଯାଇଥିବା ବ୍ୟାନର ସମ୍ପର୍କରେ ଆଜି ସୂଚନା ପାଇବା ପରେ ପୁଲିସ ପ୍ରଶାସନ ଏହାକୁ ଗୁରୁତ୍ୱର ସହିତ ନେଇଛି। ତେବେ ବ୍ୟାନର ଲାଗିବା ପରେ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି। ଅତୀତରେ ବିଭିନ୍ନ ସମୟରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲାଲବାହିନୀ ସକ୍ରିୟ ଥିବାବେଳେ ପୁଲିସର ଲଗାତାର କମ୍ବିଙ୍ଗ ଅପରେସନ ଫଳରେ ଗତ କିଛି ମାସ ହେଲା ମାଓ ଗତିବିଧି ହ୍ରାସ ପାଇଥିଲା। କିନ୍ତୁ ଆଜି ଜିଲ୍ଲା ମୁଖ୍ୟାଳୟ ଭବାନୀପାଟଣାରୁ ୧୫ କିଲୋମିଟର ଦୂରତା ମଧ୍ୟରେ ମାଓବାଦୀ ନିଜର ଉପସ୍ଥିତି ଜାହିର କରିଥିବାବେଳେ ଏହାକୁ ନେଇ ପୁଲିସ ପ୍ରଶାସନର ଚିନ୍ତା ବଢିଯାଇଛି।