ଭଟିଗାଁରେ ଆତ୍ମା ପକ୍ଷରୁ ବ୍ଳକ ସ୍ତରିୟକ୍ରୁଷକ ଦିବସ


ବରପାଲି: ବରପାଲି ବ୍ଲକ କୃଷି ବିଭାଗ ଆତ୍ମା ପକ୍ଷରୁ ଆୟୋଜିତ କୃଷକ ଦିବସ ପରାମ୍ପାରିକ ଭିତ୍ତିରେ ପାଳିତ ହୋଇଯାଇଛି । ରବିବାର ପୂର୍ବାହ୍ନରେ ମୁଖ୍ୟଅତିଥି ଭାବରେ ଭଟିଗାଁ ନାଗରିକ କମିଟି ସଭାପତି ଦିପ୍ତି କୁମାର ସିଂ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ପ୍ରାରମ୍ଭରୁ ଭଟିଗାଁ ଗ୍ରାମରେ ଆୟୋଜିତ ଉପବରେ ପଣ୍ଡିତଙ୍କ ଦ୍ୱାରା ବସୁନ୍ଧରା ମାତାଙ୍କ ସହିତ ହଳ ଲଙ୍ଗଳ ଓ ଧାନବିହନ ପୂଜନ କରାଯାଇଥିଲା । ପୂଜାକାର୍ଯ୍ଯ ସମାପନ ପରେ ପର୍ବର ପ୍ରଥମ ଚରଣ ଆତିଥି ମାନଙ୍କ ଦ୍ବାରା ଶୁଭାରମ୍ଭ ହୋଇ ସମାପନ ହୋଇଥିଲା । ପରେ ଅଚଂଳର ଗ୍ରାମବାସିଙ୍କୁ ନେଇ କୃଷକ ଦିବସ ସମ୍ବନ୍ଧିତ ଏକ ଆଲୋଚନା ସଭାର ଆୟୋଜନ କରାଯାଇଥିଲା । ବ୍ଲକ କୃଷିବିଭାଗ ଅଧିକାରୀ ବିପିନ ବିହାରୀ ଉଦ୍‌ଗାତା ଭଟିଗାଁ ସରପଚଂ ହିମାଚଂଳ ସାହୁଙ୍କ ସଭାପତିତ୍ବରେ ସର କାର୍ଯ୍ୟ ପରିଚାଳିତ ହୋଇଥିଲା । ସମ୍ମାନିତ ଅତିଥି ଭାବରେ ବ୍ଲକ କୃଷିବିଭାଗ ଅଧିକାରୀ ବିପିନ ବିହାରୀ ଉଦ୍‌ଗାତା, ରେଟାମୁଣ୍ଡା ଗଁତିଆ ଜିତେନ୍ର୍ଦିୟ ଧରୁଆ ,ସମିତି ସଭ୍ୟ ଅନି ଭୁଏ , ଜିଲ୍ଲା ପରିଷଦ ସଦସ୍ୟ ଅନନ୍ତ ସେଠ,ସଂଯୁକ୍ତା ସାହୁ , ଗୋଷ୍ଠି ପ୍ରାଣି ଚିକିତ୍ସାଧିକାରୀ ପ୍ରଣବ କୁମାର ପଟ୍ଟନାୟକ , ପୂର୍ବତନ ସମିତିସଭ୍ୟ ମଧୁ ପ୍ରଧାନ, ସହକାରୀ ଉଦ୍ୟାନ ଅଧିକାରୀ ନିହାର କାନ୍ତ ଭୋଇ,ଆତ୍ମା ସଂଯୋଜକ ବିଟିଏମ ଶୁକଦେବ ମହାରଣା,ଏଟିଏମ ଜଗଦିଶ ପାଣ୍ଡେ ଓ ଜଗଦାନନ୍ଦ ଦିଶ୍ରି ପ୍ରମୁଖ ଯୋଗ ଦେଇଥିଲେ। ସଭାରେ ଅତିଥି ମାନେ ସରକାରୀ ଯୋଜନା ସମ୍ପର୍କିତ କୃଷି ଓ କୃଷକ ମାନଙ୍କ ବିକାଶ ମୂଳକ ସହାୟତା ସମ୍ବନ୍ଧରେ ବୁଝାଇଥିଲେ । ପରିଶେଷରେ ସତଲମା ସମବାୟ ସମିତି ନିର୍ଦେଶକ ଧନେଶ୍ବର ସିଂ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଗାଁକମିଟି ପକ୍ଷରୁ ୧୦ଜଣ ମହିଳା ସଫଳ ଚାଷୀଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ଉଦ୍ଯାନ ବିଭାଗ ପକ୍ଷରୁ ତୁଲାରାମ ପାଣ୍ଡେ ଓ ପ୍ରାଣି ଚିକିତ୍ସା ବିଭାଗ ଦ୍ବାରା ପଦ୍ମଲୋଚନ ଗହିରଙ୍କୁ ଉତ୍ତରିୟ ଓ ପ୍ରୋତ୍ସାହନ ରାଶି ପ୍ରଦାନ ମାଧ୍ଯମରେ ସମ୍ବର୍ଦ୍ଧିତ କରାଯାଇଥିଲା। ପରିଚଳନାରେ ବିଭାଗିୟ କର୍ମଚାରୀ ଓ କୃଷକସାଥି ମାନଙ୍କ ସହୟତାରେ ପରିଚାଳିତ ହୋଇଥିଲା।