Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କାଳବୈଶାଖୀ ଝଡ଼ବର୍ଷା ସାଙ୍ଗକୁ କୁଆପଥର ମାଡ଼ ବଜ୍ରପାତ, ବ୍ୟାପକ ଫସଲ ହାନି, ଜଣଙ୍କ ମୃତ୍ୟୁ; କ୍ଷତିପୂରଣ ଦାବିରେ ଚାଷୀ ସଂଗଠନର ଆନ୍ଦୋଳନ ଚେତାବନୀ

ଅତାବିରା: ବରଗଡ଼ ଜିଲ୍ଲାରେ ଶନିବାର ସନ୍ଧ୍ୟାରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଥିଲା । ଗତ କାଲି ସକାଳୁ ମେଘୁଆ ପାଗ ଲାଗି ରହିଥିବା ବେଳେ ସନ୍ଧ୍ୟା ୫ଟାରୁ ଝଡ଼ପବନ ସାଙ୍ଗକୁ କୁଆପଥର ବର୍ଷା ହୋଇଛି। ଘଡ଼ଘଡ଼ି ବଜ୍ରପାତ ରେ ଅତାବିରା ଥରି ଉଠିଥିଲା l ବଜ୍ରପାତରେ ଜଣଙ୍କ ଅକାଳରେ ଜୀବନ ଚାଳିଗଲା l କାଳବୈଶାଖୀ ଝଡ଼ ବର୍ଷା ସହ କୁଆପଥର ମାଡ଼ରେ ଓଡିଶା ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲା ଅତାବିରା ଅଞ୍ଚଳର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ପଡିଛି l ଅମଳ ହେବାକୁ ଥିବ ଧାନ କେଣ୍ଡାରୁ ଧାନ କ୍ଷେତରେ ହିଁ ଝଡି ପଡିଛି l ଧାନ ଗଛ ଗୁଡାକ ଧାନ କେଣ୍ଡା ବିହୀନ ହୋଇ ଝାଡୁ ଗଛ ଭଳି ଛିଡା ହୋଇ ରହିଯାଇଛି l ସେଥିରୁ ଆଉ ଧାନ ବିଜା ନାହିଁ l ଯେତକ କି ସାଗୁଆ ଧାନ କେଣ୍ଡା ଦେଖାଯାଉଛି ସେତକବି ଚୋପା ଅର୍ଥାତ ପୋଲ ହୋଇଯିବାର ଆଶଙ୍କା ରହିଛି l ଗ୍ରୀଷ୍ମ ପ୍ରବାହରୁ ସାମାନ୍ୟ ଆଶ୍ବସ୍ତି ମିଳିଛି ସତ, କିନ୍ତୁ କୁଆପଥର ବୃଷ୍ଟି ଯୋଗୁ ଅମଳକ୍ଷମ ଅବସ୍ଥାରେ ରହିଥିବା ଚାଷୀଙ୍କ ଧାନଫସଲ ଉଜୁଡି ଯାଇଛି। ଜିଲାର ଅତାବିରା ବ୍ଲକର ଅତାବିରା, ଚକୁଳି, ଗୋଡ଼ଭଗା, ଲସ୍ତଲା ଆଦି ଅଞ୍ଚଳରେ ଏହାର ପ୍ରଭାବ ଅଧିକ ରହିଥିଲା । ଫଳରେ ସମ୍ପୃକ୍ତ ଅଞ୍ଚଳରେ ଧାନଫସଲ ଅଧିକ ପ୍ରଭାବିତ ହୋଇଛି। ବହୁ ସମୟ ଧରି ବର୍ଷା ଲାଗି ରହିଥିବାରୁ ଚାଷୀ ଚିନ୍ତିତ ହୋଇପଡ଼ିଛି। ଗତ କିଛିଦିନ ହେଲା ଅଜଣା ରୋଗରେ ଧାନକେଣ୍ଡା ଶୁଖି ଯାଇଥିଲା। ତା’ର ପ୍ରତିକାର ହୋଇ ପାରି ନ ଥିବା ବେଳେ କୁଆପଥର ବର୍ଷା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଜିଲା ପ୍ରଶାସନ କ୍ଷୟକ୍ଷତି ଆକଳନ କରି ଚାଷୀମାନଙ୍କୁ କ୍ଷତିପୂରଣ ପ୍ରଦାନ ବ୍ୟବସ୍ଥା କରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ହୋଇଛି। ଏହି ପରିପ୍ରେକ୍ଷୀରେ ମନାପଡ଼ା ଗ୍ରାମ୍ୟ କୃଷି ଅଧିକାରୀ ନିଲମ ଅଗ୍ରୱାଲ ଓ ରାଜସ୍ବ ନିରୀକ୍ଷକ ସସ୍ମିତା ଭୋଇ କ୍ଷେତ୍ର ଅନୁଧ୍ୟାନ କରିଛନ୍ତି l କ୍ଷତିଗ୍ରସ୍ତ ଧାନ କିଆରି ଅନୁଧ୍ୟାନ କରି ପ୍ରଶାସନିକ ଅଧିକାରୀ ମିଳିତ ଅନୁଧ୍ୟାନ କରି ଚାଷୀର ବହୁତ କ୍ଷତି ହୋଇଥିବା ସ୍ୱୀକାର କରିଛନ୍ତି l
ଅନ୍ୟ ପକ୍ଷେ ଗତ କାଲିର କାଳ ବୈଶାଖୀ ଝଡ଼ ବର୍ଷା ସହ କୁଆ ପଥର ମାଡ଼ ଓ ବଜ୍ରପାତ ଯୋଗୁଁ ଜଣକ ଙ୍କ ଜୀବନ ଯାଇଛି l ବ୍ୟାପକ ଧାନ ଚାଷ କ୍ଷତିଗ୍ରସ୍ତ ହୋଇଥିବାରୁ ଚାଷୀଙ୍କୁ ସବସିଡି ଇନ୍ସୁରାନ୍ସ ସହିତ କ୍ଷତିପୂରଣ ପାଇଁ ଓଡିଶା ରାଜ୍ୟ କୃଷକ ସଂଗଠନ, ଅତାବିରା, ଆନ୍ଦୋଳନ ଡାକରା ଦେଇଛି l ଆସନ୍ତାକାଲି ସକାଳ ୯ ଟାରେ ଶହ ଶହ ଚାଷୀ ଅତାବିରା ରେ ଏକ ବିରାଟ ରାଲି କରି ତହସିଲ ଅଫିସ ଘେରାଓ ସହ ବିକ୍ଷୋଭ ପ୍ରଦର୍ଶନ କରି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟ ରେ ଅତାବିରା ତହସିଲଦାର ଙ୍କୁ ସ୍ମାରକ ପତ୍ର ପ୍ରଦାନ କରି ଅଫିସ ସମ୍ମୁଖରେ ଧାରଣା ଦେବାକୁ ସଭାପତି ବୀରେନ୍ଦ୍ର କର ଗଣମାଧ୍ୟମକୁ ଜଣାଇଛନ୍ତି l ଅଜଣା ରୋଗପୋକ ପରେ କାଳବୈଶାଖୀ ଝଡବର୍ଷା ସାଙ୍ଗକୁ କୁଆପଥର ମାଡ଼ରେ ଅତାବିରା ଅଞ୍ଚଳର ଚାଷୀଙ୍କ ଉଜୁଡି ଯାଇଥିବା ଧାନ ଚାଷ ର କ୍ଷତିପୂରଣ ଦିଗରେ ସରକାର କିଭଳି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା l

ଇନ୍ସୁରାନ୍ସ ଦେଉନ
ଧାନ ସବୁ ଝଡି ଯାଇ ନଷ୍ଟ ହୋଇଯାଇଛି l ଖେତେ ଧାନ ଦାଇଲେ ବି ଭୂତି ନାଇଁ ବାହାରେ l ଯେନଟା ଥିଲା ସବୁ ଝଡି ଯାଇଛି, ବାକି ସବୁ ପୋଲ ଆଏ l ସରକାର ଆମର ଦୁଃଖ ଜାଣିକରି ଲୋନ ଛାଡ଼ କରୁନ ଆଉ ଇନ୍ସୁରାନ୍ସ ଦେଉନ l
ବୃନ୍ଦାବନ ପ୍ରଧାନ, କ୍ଷତିଗ୍ରସ୍ତ ଚାଷୀ ଲସ୍ତଳା

କ୍ଷତିପୂରଣ ପାଇଁ ଆମର ଦାବି
ମୁଁ ଜଣେ ଭାଗ ଚାଷୀ ଅଟେ l ୨୦ଏକର ମଧ୍ୟରୁ ୧୮ ଏକର ଭାଗ ଚାଷ କରିଛି l ସବୁ ଫସଲ ଗତକାଲିର କରା ମାଡ଼ ଯୋଗୁଁ ସବୁ ପାଚିଲା ଧାନ ଝଡି ଯାଇଛି ଆଉ ଯେଉଁ ଧାନ ରହିଛି ପୋଲ ହୋଇଯିବ l କ୍ଷତିପୂରଣ ପାଇଁ ଆମର ଦାବି l
ଅମୂଲ୍ୟ ସାହୁ, ଚାଷୀ ଲସ୍ତଳା

ଧାନ ଦାନା ହୃଷ୍ଟପୃଷ୍ଟ ହୋଇ ନ ପାରି ପୋଲ ଆଶଙ୍କା
ଆମେ ଆରଆଇ ଙ୍କ ସହ ମିଳିତ ଭାବେ ମନାପଡା ପଞ୍ଚାୟତ ର ବିଭିନ୍ନ ଗ୍ରାମ ସହ ଲସ୍ତଳା ଗ୍ରାମର ଧାନ ଚାଷ ଜମି ପରିଦର୍ଶନ କରିଛୁ l ବହୁ ଚାଷୀ ଧାନ ଝଡି ଜମିରେ ପଡିଯାଅଛି l ଯାହା ବି ଧାନ ଖେଡ଼ ଅଛି ସେହିଟା ବି କୁଆପଥର ମାଡ଼ ହୋଇଥିବାରୁ ସେହି ଧାନ ଦାନା ହୃଷ୍ଟପୃଷ୍ଟ ହୋଇ ନ ପାରି ପୋଲ ହୋଇଯିବାର ଆଶଙ୍କା ରହିଛି l
ନିଲମ ଅଗ୍ରୱାଲ, ଗ୍ରାମ୍ୟ କୃଷି ଅଧିକାରୀ, ମନାପଡା

କ୍ଷୟକ୍ଷତି ହୋଇଛି ସର୍ଭେ ରିପୋର୍ଟ ଦେବୁ
କୁଆପଥର ମାଡ଼ ଯୋଗୁଁ କ୍ଷୟ କ୍ଷତି ତ ହୋଇଛି l ଯେଉଁଟା ପଚିବାକୁ ଗଲାଣି ତାହା ସବୁ ଝାଡୁ ଭଳିଆ ହୋଇଯାଇଛି l ଆଉ ବି କ୍ଷେତ୍ର ପରିଦର୍ଶନ କରିବାର ଅଛି, ସବୁ ସରିଲା ପରେ ଆମେ ଆମ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ସର୍ଭେ ରିପୋର୍ଟ ଦେବୁ l
ସସ୍ମିତା ଭୋଇ, ରାଜସ୍ବ ନିରୀକ୍ଷକ, ମନାପଡା,

ଆସନ୍ତାକାଲି ଆନ୍ଦୋଳନ
ଗତକାଲିର କୁଆପଥର ମାଡ଼ରେ ଅତାବିରାର ୨୪ ଟି ପଞ୍ଚାୟତ ଓ ଏନଏସି ଅଞ୍ଚଳରେ ସମ୍ପୂର୍ଣ୍ଣ ଧାନ ଚାଷ ଉଜୁଡିଜାଇ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି l ଋଣଗ୍ରସ୍ତ ଚାଷୀ ଆହୁରି ଋଣଗ୍ରସ୍ତ ହୋଇଯିବ l ଏଣୁ ଚାଷୀଙ୍କୁ ଇନପୁଟ ସବସିଟି, ଇନ୍ସୁରାନ୍ସ ଏବଂ କ୍ଷୟକ୍ଷତି ର ଆକାଳନ କରି ଚାଷୀଙ୍କୁ ଶୀଘ୍ର କ୍ଷତିପୂରଣ ପ୍ରଦାନ ଦାବିରେ ଆସନ୍ତାକାଲି ଆମ ସଂଗଠନ ପକ୍ଷରୁ ଅତାବିରା ତହସିଲ ଅଫିସରେ ଧାରଣା ସହ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟ ରେ ସ୍ମାରକ ପତ୍ର ଦିଆଯିବ l
ବୀରେନ୍ଦ୍ର କର, ସଭାପତି, ଓଡିଶା ରାଜ୍ୟ କୃଷକ ସଂଗଠନ , ଅତାବିରା

ଚଷା ଲକ୍ଷେ ଜୀବ ପୋଷା
ଚଷା ଲକ୍ଷେ ଜୀବ ପୋଷା l ହେଲେ ଅଜଣା ରୋଗ ପୋକ ରେ 50% ଧାନ କ୍ଷତି ହୋଇଥିଲା ବାକି ଝଡବର୍ଷା ଓ କୁଆ ପଥର ମାଡ଼ ଯୋଗୁଁ ନଷ୍ଟ ହୋଇ ଧାନ ଝଡି ଯାଇ ଶତ ପ୍ରତିଶତ କ୍ଷତିଗ୍ରସ୍ତ ହୋଇଛି ଚାଷୀ l ସମସ୍ତଙ୍କୁ ଚଷା ପୋଷୁଛି ହେଲେ ସବୁ ଆଡୁ ତାକୁ ମାଡ଼ ପଡୁଛି l ଧାନ ଅଭାବୀ ବିକ୍ରୀ, ରୋଗପୋକ, ଦୈବୀ ଦୂର୍ବିପାକ ସବୁ ଚାଷୀ ସହୁଛି l ସରକାରଙ୍କ ଦୃଷ୍ଟି ପଡ଼ୁ l
ରମଣୀ ଦନ୍ତା, ସମ୍ପାଦକ, ଅତାବିରା କୃଷକ ସଂଗଠନ ଅତାବିରା