ତରଭାରେ ଶନିଶ୍ଚର ମହାଗ୍ରହଙ୍କ ବାର୍ଷିକୋତ୍ସବ


ତରଭା,୨୩/୪ ତରଭା ନୂଆପଡା ଶ୍ରୀଶ୍ରୀ ଶନିଶ୍ଚର ମହାଗ୍ରହଙ୍କ ବାର୍ଷିକୋତ୍ସବ ଧୁମଧାମରେ ପାଳନ କରାଯାଇଛି।ଏ ଉପଲକ୍ଷେ ଶୁକ୍ରବାର ଅଧିବାସ ଓ କଳସ ଶୋଭାଯାତ୍ରା ,ଶନିବାର ଅଷ୍ଟପ୍ରହରି ନାମଯଜ୍ଞ ଓ ରବିବାର ପୂର୍ଣ୍ଣାହୁତି ପ୍ରଦାନ ପରେ ନଗର ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା।ଏଥିରେ ଲଷ୍ମଣ ସାହୁ ତାଙ୍କର ଧର୍ମପତ୍ନୀ ପଦ୍ମିନୀ ସାହୁ ଓ ପ୍ରବୀଣ ଅଗ୍ରୱାଲ  ତାଙ୍କର ପତ୍ନୀ ପାୟଲ ଅଗ୍ରୱାଲ କର୍ତ୍ତାର ଦାୟିତ୍ୱ ତୁଲାଇଥିବା ବେଳେ ସୁବାଷ ମିଶ୍ର,ସନ୍ତୋଷ ମିଶ୍ର କିଶୋରଚନ୍ଦ୍ର ବେଜ, ,ସୁରେନ୍ଦ୍ର ବେଜ ପୂଜାର୍ଚ୍ଚନା କରିଥିଲେ।କାର୍ଯ୍ୟକ୍ରମରେ ଶତାଧିକ ଭକ୍ତ ସାମିଲ ହୋଇଥିଲେ।ନୂଆପଡା ଶନିଶ୍ଚର ମନ୍ଦିର କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।