Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ହାଟକୁ ଆସୁଥିବା ବେଳେ ପରିବା ବେପାରୀଙ୍କ ଉପରେ ମାଡ଼ିଗଲା ଅଜଣା ଗାଡ଼ି

ବଲାଙ୍ଗୀର: ସାପ୍ତାହିକ ହାଟକୁ ପରିବା ନେଇ ଆସୁଥିବା ବେଳେ ଜଣେ ପରିବା ବେପାରୀଙ୍କ ଉପରେ କୌଣସି ଏକ ଗାଡ଼ି ଚଢ଼ି ଯିବାରୁ ତାଙ୍କ ମୃତ୍ୟୁ ଘଟିଛି । ଘଟଣା ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଚଟୁଅନଖା ଗାଁ ନିକଟରେ ଘଟିଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ ଜଳନ୍ଧର ଦୀପ । ତାଙ୍କ ଘର ମୁଣ୍ଡାଗାଁରେ ।

ଆଜି ସକାଳେ ଜଳନ୍ଧର କଣ୍ଟାବାଞ୍ଜି ସାପ୍ତାହିକ ହାଟକୁ ଆସୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ରାସ୍ତା ଉପରେ ମୃତଦେହ ରଖି ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ କଣ୍ଟାବାଞ୍ଜି-ବଲାଙ୍ଗୀର ରାସ୍ତା ଅବରୋଧ କରିଥିଲେ । ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ିମଟର ଅଟକି ରହିଥିଲା ।