Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁତ୍ୟାଲୁମାଁ ଙ୍କ ଯାତ୍ରା ରେ ପୁଣି ଜଣକୁ ଛୁରା ମାଡଅଶାନ୍ତ ହେଉଛି ମହୋସ୍ଚବ..

ଲକ୍ଷ୍ମୀପୁର.୨୩।୦୪ ….ଗାଁ ର ଶାନ୍ତି ଓ ପ୍ରଗତି ସକାଶେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଲକ୍ଷ୍ମୀପୁର ରେ ଆରମ୍ଭ ହୋଇଛି ମୁତ୍ୟାଲୁମାଁ ଙ୍କ ଘଟଯାତ୍ରା।ଏହି ଯାତ୍ରା ୯ଦିନ ଦିନ ହେବାକୁ ଥିବା ବେଳେ ଆସନ୍ତା ବୁଧବାର ଦିନ ସମାପ୍ତ ହେବ।ଯାତ୍ରା ରେ ମନରୋଞ୍ଜନ ସକାଶେ କମିଟି ତରଫରୁ ଅନେକ ସାଂସ୍କତିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ବେଳେ କିଛି ଯୁବ ପିଢିଙ୍କ ଦ୍ବାରା ଯାତ୍ରା ମହିସ୍ଚବ ଅଶାନ୍ତ ହେଉଛି।ମୁତ୍ୟାଲୁମା ଯାତ୍ରା ଆରମ୍ଭରୁ ଛୁରି ଭୁସା ଭୁସି ବନ୍ଦ ହେବାର ନାଁ ଧରୁନି।ଯାତ୍ରା ଆରମ୍ଭ ର ସୋମବାର ଦିନ ଜଣେ ଯୁବକଙ୍କୁ ଛୁରା ମାଡ ହୋଇଥିବା ବେଳେ ସେ ବର୍ତମାନ କୋରାପୁଟ ଜିଲ୍ଲା ସ୍ଵାସ୍ଥ୍ୟକେନ୍ଦ୍ରରେ ୫ ଦିନ ହେଲାଣି ଚିକିସ୍ଛାଧିନ ଅବସ୍ଥାରେ ରହିଥିବା ବେଳେ ପୁଣି ଗତ କାଲି ରାତିରେ କାଣିମୁଷା ସ୍କୁଲର ଜଣେ ନବମ ଶ୍ରେଣି ପାଠ ପଢୁଥିବା ଛାତ୍ରଙ୍କୁ ଛୁରା ମାଡ ହୋଇଛି। ଛାତ୍ରଟିର ଘର କୁତୁକାଝୋଲା ଗ୍ରାମ ର ହୋଇଥିବା ବେଳେ ସେ ଯାତ୍ରା ଦେଖିବାକୁ ଆସି ଛୁରାମାଡର ଶିକାର ହୋଇଛି।ରାତାରାତି ଲକ୍ଷ୍ମୀପୁର ଡାକ୍ତରଖାନାରେ ପ୍ରା୍ଥମିକ ଚିକିସ୍ଚା କରାଯିବା ପରେ କୋରାପୁଟ ଏସଏଲଏନ୍ ମେଡିକାଲ୍ କଲେଜ କୁ ସ୍ଥାନାନ୍ତର କରା ଜାଇଥିବା ଡାକ୍ତର କହିଛନ୍ତି।
ଛୁରା ମାଡର କାରଣ ଏଜାଏଁ ଜଣା ପଡି ନଥିବା ବେଳେ ଖବର ଲେଖା ହେବା ପର୍ଯ୍ୟନ୍ତ ଲକ୍ଷ୍ମୀପୁର ଥାନାରେ କୌଣସି ମାମଲା ରୁଜୁ ହୋଇ ନଥିବା ଜଣାପଡିଛି।ଏନେଇ ଯାତ୍ରା ପଡିଆରେ ଏକ ପ୍ରକାର ଭୟର ବାତାବରଣ ଖେଳି ଜାଇଛି।ଯାତ୍ରାକୁ ନେଇ ବ୍ୟାପକ ପୋଲିସ ମୃତୟନ ହୋଇଥିଲେ ମଧ୍ୟ ଏଇ ଭଳି ଅପରାଧିକ ଘଟଣା କଣ ପାଇଁ ବଢୁଚି ବୋଲି ସାଧାରଣରେ ପ୍ରଶ୍ନବାଚି ଶୃଷ୍ଟି କରିଛି।ଅନ୍ୟପକ୍ଷରେ ସୋମବାର ଦିନ ଜିଲ୍ଲା ପ୍ରସିଦ୍ଦ ଥାନା ନିଆଁ ବ୍ଲକ ପଡିଆରେ ପ୍ରଦାନ କରାଯିବ,ସେହିସମୟରେ ହିଁ ମେଲୋଡି କାର୍ଯ୍ୟକ୍ରମ ରହିଥିବାରୁ ହଜାର ହଜାର ଲୋକଙ୍କ ସମାଗମ ହେବାର ସମ୍ଭାବନା ରହିଛି,ପୋଲିସ ଭିଡ କୁ ନିୟନ୍ତ୍ରଣ କରିବା ସହ କୌଣସି ଅଘଟନ ଯେମିତି ନହୁଏ ସେଥିସକାଶେ ଏକ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ