Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁଭଦ୍ରା ଯୋଜନା ପାଇଁ ଏସଓପି ପ୍ରସ୍ତୁତ, ଖୁବ୍ ସରଳ ରହିବ ପଞ୍ଜୀକରଣ-ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୧୭ ତାରିଖରୁ ଲାଗୁ ହେବ ରାଜ୍ୟ ସରକାରଙ୍କ ମହତ୍ୱାକାଂକ୍ଷୀ ସୁଭଦ୍ରା ଯୋଜନା ଏଥିନିମନ୍ତେ ଆସନ୍ତା କିଛି ଦିନ ମଧ୍ୟରେ ଏସ୍‌ଓପି ପ୍ରକାଶ ପାଇବ। ଏହା ପୂର୍ବରୁ ସାଧାରଣ ଲୋକଙ୍କ ମତାମତ ସଂଗ୍ରହ କରାଯାଉଛି। ଆବଶ୍ୟକ ସ୍ଥଳରେ ଏସ୍‌ଓପିରେ ପରିବର୍ତ୍ତନ ବି ହେବ ।’ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏପରି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା।

ଉପମୁଖ୍ୟମନ୍ତ୍ରୀ ଗଣମାଧ୍ୟମ ସହ ଆଲୋଚନା ବେଳେ କହିଛନ୍ତି, ମହିଳାଙ୍କ ବିକାଶ ପାଇଁ ଏହି ଯୋଜନା ଉଦ୍ଦିଷ୍ଟ। ୫୦% ମହିଳା କିପରି ଅର୍ଥନୈତିକ ସ୍ୱାବଲମ୍ବୀ ହେବେ, ଲକ୍ଷପତି ଦିଦି ହେବେ, ସେମାନଙ୍କ ନିମନ୍ତେ ସୁଭଦ୍ରା ଯୋଜନା ରୋଡମ୍ୟାପ ପ୍ରସ୍ତୁତ କରିବ ବୋଲି ଆଶା ରଖୁଛୁ। ତେଣୁ କିପରି ଅଧିକରୁ ଅଧିକ ମହିଳା ଏହାଦ୍ୱାରା ଉପକୃତ ହେବେ ସେଥିପ୍ରତି ଦୃଷ୍ଟି ଦିଆଯାଉଛି। ଏସ୍‌ଓପିକୁ ଅଧିକ ତ୍ରୁଟିମୁକ୍ତ ତଥା ଦକ୍ଷ କରିବା ନିମନ୍ତେ ବିଭିନ୍ନ ବର୍ଗର ଲୋକଙ୍କ ମତାମତ ନିଆଯାଉଛି।

ସାରା ରାଜ୍ୟରେ ୧୦ଟି କ୍ଲଷ୍ଟରରେ ଲୋକମାନଙ୍କଠାରୁ ମତାମତ ନିଆଯାଉଛି। ଲୋକମାନେ ଯାହା ମତାମତ ଦେବେ, ସେହି ହିସାବରେ ସଂଶୋଧନ କରାଯିବ। ଆସନ୍ତା ୧୪ ତାରିଖ ସୁଦ୍ଧା କଲେକ୍ଟରଙ୍କ ପାଖରୁ ଫିଡବ୍ୟାକ୍ ନିଆଯିବ। ଏହାପରେ ଉପରିସ୍ଥ ବିଭାଗୀୟ ଅଧିକାରୀ ବସି ପୁଣି ଥରେ ତର୍ଜମା କରାଯିବ।

ସୁଭଦ୍ରା ଯୋଜନା ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବେଳେ ସେମାନଙ୍କ ସୁବିଧା ନିମନ୍ତେ ଏହାକୁ ଖୁବ୍ ସରଳ କରାଯିବ। ସୁଭଦ୍ରା ଯୋଜନାରେ ସବୁବେଳେ ହିତାଧିକାରୀ ନିଜ ନାମ ପଞ୍ଜୀକୃତ କରିପାରିବେ। ନିଜ ଅଭିଯୋଗ ଜଣାଇପାରିବେ। ଫର୍ମ ଅଧିକ କଠିନ ହେବନି, ଏହାକୁ ଖୁବ୍ ସରଳ କରିବାକୁ ଚେଷ୍ଟା କରାଯାଉଛି। ଯେପରି ସାଧାରଣ ଲୋକେ ନିଜେ ଏହି ଫର୍ମ ଫିଲଅପ୍ କରି ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ ସେ ନେଇ ବ୍ୟବସ୍ଥା କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ