କଳାହାଣ୍ଡି, ୧୭/୦୮ (ଜଗନ୍ନାଥ ନାଏକ) :
କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲା ସୀମାନ୍ତ ବାଲିଗୁଡ଼ା ଥାନା ଅନ୍ତର୍ଗତ ପୁଟ୍ରିମହୁଲ ସଂରକ୍ଷିତ ଜଙ୍ଗଲରେ ମାଓବାଦୀଙ୍କର ଏକ କ୍ୟାମ୍ପ ଉପରରେ ଚଢାଉ କରିଛି ପୋଲିସ । ମଦନପୁର ରାମପୁର ଥାନା ଅନ୍ତର୍ଗତ ବୁଡାନାଇ ଉତ୍ତର ସଂରକ୍ଷିତ ଜଙ୍ଗଲ ନିକଟରେ ନାଓବାଦୀଙ୍କର ଗତିବିଧି ସୂଚନା ମିଳିବା ପରେ ପୋଲିସ ଓ ଏସଜିଓ ପକ୍ଷରୁ କୁମ୍ବିଂ ଅପରେସନ ଜାରି ରହିଥିଲା । ଗତ ୧୩ ତାରିଖରେ କୁମ୍ବିଂ ଅପରେସନ ବେଳେ ୧୦ ରୁ ୧୨ ଜଣ ସଶସ୍ତ୍ର ମାଓବାଦୀ କ୍ୟାଡର ଅତର୍କିତ ଗୁଲିଚାଳନା କରିଥିଲେ । ଏସଓଜି ଯବାନଙ୍କ ପକ୍ଷରୁ ପାଳଟା ଗୁଲିଚାଳନା ପରେ ମାଓବାଦୀମାନେ କ୍ୟାମ୍ପ ଛାଡ଼ି ଛାତ୍ରଭଙ୍ଗ ଦେଇଥିଲେ । ସର୍ଚ୍ଚ ଅପରେସନ ବେଳେ ପୋଲିସ ସେଠାରୁ ମାଓବାଦୀ କ୍ୟାମ୍ପ ଠାବ କରିବା ସହ ୪ ଟି କିଡ଼ସ ବ୍ୟାଗ, ୬ ଟି ଛତା, ୧୦ ଟି ଇଲେକ୍ଟ୍ରିକ ଡିଟୋନେଟର, ୧ ମିଟର ବିଦ୍ୟୁତ ତାର, ୨ ଟି ଟାଙ୍ଗିଆ, ୧ ଟି ମାଓବାଦୀ ବେଲ, ୩ ଟି ତରପୋଲିନ, ୫ ଟି ପ୍ଲାଷ୍ଟିକ ବୋତଲ, ୨ ଟି ବାଲ , ୩ ଟି ଟର୍ଚ୍ଚ, ୩ ଟି ଛୁରୀ, ୪ ହଳ ଜୋତା, ୫ ଟି କଇଁଚି, ୩ ଟି କ୍ରକର୍ସ, ୨ ଟି ଶାଳ, ୨ ଟି ଷ୍ଟିଲ ଟିଫିନ କ୍ୟାରିଆର, ୨ ଟି ଆଇଡି, ବାସନକୁସନ, ଔଷଧ, ମାଓବାଦୀ ପୁସ୍ତିକା, ପୋଷାକ ସମେତ ବହୁତ ସାମଗ୍ରୀ ଜବତ କରିଛି । ଅପରେସନ ଟିମ ମାଓବାଦୀମାନଙ୍କୁ ଧରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ପାହାଡିଆ ଅଞ୍ଚଳ ଏବଂ ଘଞ୍ଚ ଜଙ୍ଗଲର ସୁଯୋଗ ନେଇ ସେମାନେ ଚମ୍ପଟ ମାରିଥିବା କଳାହାଣ୍ଡି ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ
ପୋଲିସ ଏସପି ଅଭିଳଷ ଜି. ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।