Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଘୁଚାପ ଜନିତ ବର୍ଷାରେ ଭୁଶୁଡିଲା ଘର ଅଳ୍ପକେ ବର୍ତ୍ତିଲେ ଜୟନ୍ତୀ ମାଝୀ ଚୌଧରୀ ମାଝୀ ପୁଅ ବହୂ ଓ ନାତିଙ୍କ ସହ ପରିବାର ଲୋକେ

କଳାହାଣ୍ଡି, ୧୭/୦୮ (ଜଗନ୍ନାଥ ନାଏକ) :
ଗତକାଳି ବିଳମ୍ବିତ ରାତିରେ ତାଣ୍ଡବ ରଚିଲା ଲଘୁଚାପ ଜନିତ ବର୍ଷା । ପ୍ରବଳ ପବନ ଓ ବର୍ଷା ହୋଇଥିବାରୁ ଭୂଷଡ଼ି ପଡିଲା ଜୟନ୍ତୀ ମାଝୀଙ୍କ ଘର ଅଳ୍ପକେ ବର୍ତ୍ତି ଯାଇଛନ୍ତି ପରିବାର ଲୋକେ। ପ୍ରାପ୍ତ ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ସଦର ମହକୁମା ଅଧୁଷିତ ଆଦିବାସୀ ଅଞ୍ଚଳ ର କର୍ଲାଗୁଡ଼ା ପଞ୍ଚାୟତ ର ଗ୍ରାମ କର୍ଲାଗୁଡ଼ା ମାଝୀପଡା ୱାର୍ଡ଼ ନଂ ୪ ର ଜୟନ୍ତୀ ମାଝୀଙ୍କ ପରିବାର ଶୋଇଥିବା ବେଳେ ବିଳମ୍ବିତ ରାତ୍ର ପ୍ରାୟ ୧୧ ଘଣ୍ଟା ସମୟରେ ପ୍ରବଳ ପବନ ଓ ବର୍ଷା ହେବା ଯୋଗୁଁ ଭୁଶୁଡି ପଡିଲା ଘର ଫଲରେ ଘର ଭୁଶୁଡି ପଡ଼ିଥିବାରୁ ଘରର ଖପର ଓ ଫ୍ରୀଜ଼, କୁଳର ଭଳି ବ୍ୟବହାର କରୁଥିବା ଅନେକ ସାମଗ୍ରୀ ନଷ୍ଟ ହେବା ସହ ଜୟନ୍ତୀଙ୍କ ଘରଭାଙ୍ଗି ଯାଇଛି। ସେହି ଭଙ୍ଗା ଘରରେ ପରିବାର ୬ ଜଣ ଲୋକ ରାତିସାରା ବର୍ଷା ପାଣିରେ ଭିଜି ରହିଥିବା ସହ ଘରର ଅନ୍ୟ ଜିନିଷ ଗୁଡିକ ଭିଜି ନଷ୍ଟ ହୋଇଛି ବୋଲି ତାଙ୍କ ପ୍ରତିକ୍ରିୟା ରେ ପ୍ରକାଶ କରିଥିଲେ। ଜୟନ୍ତୀ ମାଝୀ ଓ ଚୌଧାରୀ ମାଝୀ ଜଣେ ନିରୀହ ଗରିବ ଶ୍ରେଣୀ ର ଲୋକ ଦୀର୍ଘ ୩୦ ବର୍ଷ ହେବ ତାଙ୍କର ଶାସ ଶଶୁର ଆର ପାରିକୁ ଚାଲିଯିବା ପରେ ସେହି ଘରକୁ ସଜାଡି ପୁଅ ଚୌଧାରୀ ମାଝୀ, ବୋହୁ ଜୟନ୍ତୀ ମାଝୀ ତାଙ୍କ ପୁଅ ସନ୍ତୋଷ ମାଝୀ ଏବଂ ତାଙ୍କ ସହ ଜଣେ ନାତି ସହ ପରିବାର ଲୋକ ସହ ହସ ଖୁସିରେ ଚଳି ଆସୁଥିଲେ ଚିନ୍ତାଗୁଡ଼ିକ ଲଘୁଚାପ ଜନିତ ବର୍ଷାରେ ଘର ଭୂଷଡ଼ି ଯିବାରୁ ଜୟନ୍ତୀ ମାଝୀଙ୍କ ବେସାହାରା ହୋଇ ପଡିଛନ୍ତି । ଏବେ କେଉଁଠି ୬ ପରିବାର କୁ ନେଇ ରଖିବେ ତାହା ନେଇ ଚିନ୍ତା କରୁଛନ୍ତି ଜୟନ୍ତୀ, ବର୍ତ୍ତମାନ ଭଙ୍ଗାଘର କୁ ସଜାଡିବା ପାଇଁ ଅସକ୍ଷମ ହୋଇ ପଡିଛନ୍ତି। ଇଛାବତୀ ମାଝୀ କର୍ଲାଗୁଡ଼ା ଗ୍ରମ ପଞ୍ଚାୟତ ମାଝୀପଡା ର ୱାର୍ଡ଼ ନମ୍ବର ୪ ର ୱାର୍ଡ଼ ମେମ୍ବର ପ୍ରକାଶ କରିଛନ୍ତି ଯେ, ଗତ କାଲି ବିଳମ୍ବିତ ରାତ୍ର ୧୧ ଘଣ୍ଟା ସମୟରେ ବର୍ଷା ଯୋଗୁଁ ଘର ଭୁଶୁଡି ଗଲା ସମୟରେ ପଡାବାସିନ୍ଦା ତାଙ୍କୁ ସହଯୋଗ କରିଥିଲେ। ସେଥିରେ ଘରର ପରିବାର ଲୋକଙ୍କର କିଛି କ୍ଷ କ୍ଷତି ହୋଇ ନାହିଁ । ସେଥି ପାଇଁ ସରକାର ତାଙ୍କୁ କିଛି ଆର୍ଥିକ ସାହାଯ୍ୟ କରିଲେ ବହୁତ ଭଲ ହେବ ବୋଲି ମନ୍ତବ୍ୟ ପ୍ରକାଶ କରିଛନ୍ତି। ତେଣୁ ତାଙ୍କୁ ସରକାର ଙ୍କ ତରଫରୁ କିଛି ଆର୍ଥିକ ସୁବିଧା ସହ ପକ୍କା ଘର ଖଣ୍ଡିଏ ଯୋଗାଇ ଦେବା ପାଇଁ ଗଣମାଧ୍ୟମଙ୍କ ଜରିଆରେ ଜୟନ୍ତୀ, ଚୌଧାରୀ, ସନ୍ତୋଷ ମାଝୀଙ୍କ ସହ ଗ୍ରାମବାସୀ ଅନୁରୋଧ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ