ସଂରକ୍ଷଣ ରାୟକୁ ବିରୋଧ କରି ପଟ୍ଟାଙ୍ଗି ଓ ସୁଙ୍କି ରେ ଭାରତ ବନ୍ଦ ପାଳନ


ପଟ୍ଟାଙ୍ଗି୨୨/୦୮ଅନୁସୂଚିତ ଜାତି ଓ ଜନଜାତି ଙ୍କ ପାଇଁ ସ୍ଥାନ ସଂରକ୍ଷଣ ସଂକ୍ରାନ୍ତରେ ସୁପ୍ରିମକୋର୍ଟ ଙ୍କ ରାୟକୁ ବିରୋଧ କରି ଅନୁସୂଚିତ ଜାତି ଜନଜାତି , ପଛୁଆବର୍ଗ , ସଂଖାଲଘୁ ମିଳିତ କ୍ରିୟାନୁଷ୍ଠାନ କମିଟିର ଆହ୍ୱାନ କ୍ରମେ ହୋଇଥିବା ଭାରତ ବନ୍ଦ ଡାକରା ର ପ୍ରଭାବ କୋରାପୁଟ ଜିଲ୍ଲା ତଥା ପଡୋଶୀ ଆନ୍ଧ୍ର ରାଜ୍ୟ ସୀମାକୁ ଲାଗି ରହିଥିବା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ଯଥା ବସଷ୍ଟାଣ୍ଡ ଉପରେ ଦେଖିବା କୁ ମିଳିଛି । ସୂଚନା କ୍ରମେ ଉକ୍ତ ବସଷ୍ଟାଣ୍ଡ ଉପରେ ବ୍ଲକର ଗଦବା ସମ୍ପ୍ରଦାୟର ଶୁକ୍ରା ଖରା , ଡମ ସମ୍ପ୍ରଦାୟର ଅର୍ଜୁନ ବାଙ୍କା , ପରଜା ସମ୍ପ୍ରଦାୟର ସୁବାଷ ଗାଲୁଙ୍ଗୁ ବଇ ଦୋରା ସମ୍ପ୍ରଦାୟର ବୈଦ୍ୟନାଥ ଗେମେଲ ଏବଂ କନ୍ଧ ସମ୍ପ୍ରଦାୟର ପୁଲୁ ମାରି ପ୍ରମୁଖ ଙ୍କ ନେତୃତ୍ୱରେ ଜାତୀୟ ରାଜପଥ ଉପରେ ଧାରଣା ଦେଇ ଆନ୍ଦୋଳନ କରା ଯାଇଥିବା ସହ ସମସ୍ତ ଦୋକାନ ବଜାର , ଶିକ୍ଷା ଅନୁଷ୍ଠାନ , ସରକାରୀ କାର୍ଯ୍ୟାଳୟ ଏବଂ ବ୍ୟାଙ୍କ ଗୁଡିକ ପ୍ରମୁଖ କୁ ମଧ୍ୟ ବନ୍ଦ କରାଇ ସୁପ୍ରିମକୋର୍ଟ ଙ୍କ ରାୟ ଅନୁସୂଚିତବର୍ଗଙ୍କ ସଂରକ୍ଷଣ ବ୍ୟବସ୍ଥାକୁ ଅକାମୀ କରିଦେବ ଓ ଅଧିକ ସଂଖ୍ୟକ ସାଧାରଣ ବର୍ଗର ବ୍ୟକ୍ତିମାନେ ଏହାଦ୍ୱାରା ଉପକୃତ ହେବେ । ସୁପ୍ରିମକୋର୍ଟ ଅନୁସୂଚିତ ଜାତି ଓ ଜନଜାତି ଙ୍କ ସାମାଜିକ , ଆର୍ଥିକ , ଶିକ୍ଷାଗତ ସ୍ଥିତି ଠିକ୍ ଆକଳନ ନ କରି ଏବଂ ଏହି ବର୍ଗର ସୁରକ୍ଷା ନିମନ୍ତେ ରହିଥିବା ସାମ୍ବିଧାନିକ ଅନୁଷ୍ଠାନ ଓ ମନ୍ତ୍ରଣାଳୟ ସହ ପରାମର୍ଶ ନ କରି ରାୟ ଦେଇଥିବାରୁ ଏହାର ପୁନର୍ବିଚାର ପାଇଁ ସ୍ଲୋଗାନ ଦେଇ ଦାବି ଉଠାଇଛନ୍ତି । ଉକ୍ତ ବନ୍ଦ ପାଳନ ପ୍ରଭାବରେ ଉଭୟ ଆନ୍ଧ୍ର ଏବଂ ଛତିଶଗଡ଼ ରାଜ୍ୟ କୁ ଯାତାୟାତ କରୁଥିବା ସହ ସହ ମାଲବାହୀ ଟ୍ରକ ରାଜପଥ ଉପରେ ଅଟକି ରହିଛି । ସେହିପରି ସୁଙ୍କି ରେ ମଧ୍ୟ ସେହି ଅନୁରୂପ ପରିସ୍ଥିତି ଦେଖିବା କୁ ମିଳିଛି । ଏଠାରେ ସୂଚନା ଥାଉକି ଉକ୍ତ ବନ୍ଦ ପାଳନ ସମୟରେ ଉପରୋକ୍ତ ସମସ୍ତ ସଙ୍ଗଠନ ବା ସମ୍ପ୍ରଦାୟ ପକ୍ଷରୁ ସ୍ୱାସ୍ଥ୍ୟ ଗତ ସମସ୍ୟା ପାଇ ଯାତାୟାତ କରୁଥିବା ଆମ୍ବୁଲାନ୍ସ ଏବଂ ଘରୋଇ ଛୋଟ ଗାଡ଼ି କୁ ଛାଡ଼ି ଦେବା ସହ ସୁରକ୍ଷିତ ଭାବେ ଧାରଣା ସ୍ଥଳରୁ ପାର୍ କରିବା କୁ ସହଯୋଗ କରୁଛନ୍ତି । ଉକ୍ତ ବନ୍ଦ ପାଳନ ପ୍ରଭାବରେ ସମସ୍ତ ଯାତ୍ରୀ ଅସୁବିଧା ର ସମୁଖିନ କରିଥିବା ବେଳେ କୈଣସି ଅପ୍ରୀତିକର ପରିସ୍ଥିତି କୁ ଦୃଷ୍ଟିରେ ରଖି ପଟ୍ଟାଙ୍ଗି ଓ ସୁଙ୍କି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏହି ବନ୍ଦ ପାଳନ କୁ ସମର୍ଥନ ଜଣାଇ ପୂର୍ବତନ ସାଂସଦ ତଥା କଂଗ୍ରେସ ଦଳର ବରିଷ୍ଠ ରାଜନେତା ଜୟରାମ ପାଙ୍ଗି , ପୁର୍ବତନ ବ୍ଲକ ଅଧ୍ୟକ୍ଷ ଜଗତ ଜ୍ୟୋତି ପାଙ୍ଗି , ଶେମିଳିଗୁଡା ଜିଲ୍ଲା ପରିଷଦ ସଭ୍ୟ ମୋହ ଜାନି , ପଟ୍ଟାଙ୍ଗି ଜୋନ୍ ୦୧ ଜିଲ୍ଲା ପରିଷଦ ସଭ୍ୟା ଟିକାଇ ଗେମେଲ , ଜୋନ୍ ୦୨ ଜିଲ୍ଲା ପରିଷଦ ସଭ୍ୟ ଲଇଚନ ଖରା , ବ୍ଲକ ଅଧ୍ୟକ୍ଷା କଳ୍ପନା ପାଙ୍ଗି , ସରପଞ୍ଚ ଆଲମେ ଫୁଲ , ଦେଓପଟ୍ଟାଙ୍ଗି ସରପଞ୍ଚ ନରେନ୍ଦ୍ର ବଡନାୟକ , ପୁକାଲି ସରପଞ୍ଚ ତ୍ରିପତି ସାରା , ମାଳିପୁଟ ସରପଞ୍ଚ ସୋମନାଥ ଗୁଣ୍ଠା , ସମ୍ପାଇ ପଞ୍ଚାୟତ ର ପୁର୍ବତନ ସରପଞ୍ଚ ପିଲକ ପାଙ୍ଗି , ତ୍ରିନାଥ ପାଙ୍ଗି , ଗୋବିନ୍ଦ ଖରା , ସମିତି ସଭ୍ୟା ବିମଳା ପାଙ୍ଗି , ନୁଆଗାଁ ସରପଞ୍ଚ ସୁବାଷ ଖରା ପ୍ରମୁଖ ସାମିଲ ହୋଇଥିଲେ । ଏହି ସମୟରେ ରାଷ୍ଟ୍ରପତି , ପ୍ରଧାନମନ୍ତ୍ରୀ , କେନ୍ଦ୍ର ବିରୋଧୀ ଦଳ ନେତା ପ୍ରମୁଖ ଙ୍କ ଉଦ୍ଦେଶ୍ୟ ରେ ସ୍ଥାନୀୟ ତହସିଲଦାର ଙ୍କ ମାଧ୍ୟମରେ ଏକ ତିନି ପୃଷ୍ଠା ଦାବିପତ୍ର ପ୍ରଦାନ କରିଥିଲେ ।