Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାସ୍ତା ନିର୍ମାଣ ପାଇଁ ସହଯୋଗ ର ହାତ ବଢ଼ାଇଲେ ବ୍ଳକ ଉପାଧ୍ୟକ୍ଷ, ଜନ ପ୍ରତିନିଧି ଓ ଗ୍ରାମବାସୀଙ୍କ ପ୍ରଚେଷ୍ଟା ରେ ନିର୍ମାଣ ହେଲା ରାସ୍ତା ।

କଳାହାଣ୍ଡି:୨୩/୦୮
ବର୍ଷା ଦିନରେ ରାସ୍ତା ସମସ୍ୟା ନେଇ ଅନେକ।ଅସୁବିଧା ର ସମ୍ମୁଖୀନ ହେଉଥିଲେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସାନ ପୋଡ଼ାଗୁଡା ପଞ୍ଚାୟତ ମଙ୍ଗଳପୁର ଓ ମୂଷାପାଳି ପଞ୍ଚାୟତ ମାଲପଡା, ମୁର୍ଦୁଙ୍ଗିଆ ପଡା, ଖପ୍ରାମାଲ ଠାରୁ ବଗଡ଼ିଆପଡା ରାସ୍ତା ଅତି ଶୋଚନୀୟ ଅବସ୍ଥାରେ ରହିଥିବା ବେଳେ ଏହି ଅଞ୍ଚଳ ର ଗ୍ରାମବାସୀ ମାନେ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କ ଉଦ୍ୟମ ଓ ଗ୍ରାମବାସୀଙ୍କ ସହଯୋଗରେ ମୁଷାପାଲି ଗ୍ରାମର ଏକାଧିକ ରାସ୍ତା ମରାମତି ହୋଇଛି। ସୂଚନା ଅନୁସାରେ, ମୁଷାପାଲି ଗ୍ରାମର ମୁଷାପାଲି-ମାଲପଡା ରାସ୍ତା, ମୁର୍ଦୁଙ୍ଗିଆପଡା ଠାରୁ ବରଡିକୋଟ ରାସ୍ତା ଓ ମୁଷାପାଲି, ଖପରାମାଲା ରାସ୍ତା ଠାରୁ ବଗଡିଆପଡା ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଥିଲା। ରାସ୍ତା ରେ ପାଣି କାଦୁଅ ହେଉଥିବା କାରଣରୁ ଗ୍ରାମବାସୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ସହ ଛାତ୍ରଛାତ୍ରୀ ସ୍କୁଲ, କଲେଜ ଓ କୋମଳମତୀ ଶିଶୁ ମାନେ ଅଙ୍ଗନୱାଡ଼ି ଯିବାରେ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏନେଇ ଗ୍ରାମବାସୀ ମାନେ ବ୍ଲକ ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ। କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ମନରେଗା ଯୋଜନାରେ ଉକ୍ତ ରାସ୍ତା ସବୁକୁ ସାମିଲ କରି ଅନୁଦାନ ଆସିଲେ ମରାମତି କରିବା ପାଇଁ ପ୍ରତିଶ୍ରୁତି ଦିଆଯାଇଛି। ତେବେ ସାମୟିକ ଭାବେ ରାସ୍ତା ମରାମତି କରିବାକୁ ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ ଓ ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଙ୍କୁ ଦୁଇ ପଞ୍ଚାୟତ ର ଗ୍ରାମବାସୀ ମାନେ ଅନୁରୋଧ କରିଥିଲେ। ବ୍ଲକ ଉପାଧ୍ୟକ୍ଷ ସହଯୋଗ ର ହାତ ବଢ଼ାଇବା ସହ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ଙ୍କ ଉଦ୍ୟମରେ ଗ୍ରାମର ଟ୍ରାକ୍ଟର ମାଲିକ ଙ୍କୁ କହି ଗ୍ରାମବାସୀଙ୍କ ଶ୍ରମଦାନ ରେ ଗ୍ରାମର ମୁଷାପାଲି ମାଲପଡା ରାସ୍ତା, ମୁର୍ଦୁଙ୍ଗିଆପଡା ଠାରୁ ବରଡିକୋଟ ରାସ୍ତା ଓ ମୁଷାପାଲି, ଖପରାମାଲା ରାସ୍ତା ଠାରୁ ବଗଡିଆପଡା ରାସ୍ତା ମୋରମ ପକାଇ ଖାଲଖମା ଗୁଡ଼ିକ ପୋତି ମରାମତି କରାଯାଇଛି। କିଛିଦିନ ତଳେ ରାସ୍ତା ରେ ତଳି ରୋଇ ରାସ୍ତା ପାଇଁ ବ୍ଲକ ପ୍ରଶାସନ ନିକଟରେ ପ୍ରତିବାଦ କରିଥିବା ମଙ୍ଗଳପୁର ରାସ୍ତା ନିର୍ମାଣ କାର୍ଯ୍ୟ ମଧ୍ୟ ସମ୍ପୁର୍ଣ୍ଣ ହୋଇଛି। ବ୍ଳକ ଉପାଧ୍ୟକ୍ଷ ଶ୍ରୀ ଅଗ୍ରୱାଲ ଙ୍କ ପ୍ରଚେଷ୍ଟା ଓ ସହଯୋଗ ରେ ଏହି ସବୁ ରାସ୍ତା ମରାମତି କାର୍ଯ୍ୟ ହୋଇଥିବାରୁ ବ୍ଲକ ପ୍ରଶାସନ ଓ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ଙ୍କୁ ଅଞ୍ଚଳବାସୀ ଙ୍କ ପକ୍ଷରୁ ସାଧୁବାଦ ଦିଆଯାଇଛି।
ରିପୋର୍ଟ—ସନତ ପ୍ରଧାନୀ (କଳାହାଣ୍ଡି)