Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମନ୍ଦିର ପ୍ରତିଷ୍ଠାତ୍ସବରେ ସର୍ପ ଆର୍ବିଭାବ

ବରପାଲି:ବରପାଲି ବ୍ଳକ ବାନ୍ଦୁମୁଣ୍ଡା ଗ୍ରାମରେ ନବନିର୍ମିତ ତିନୋଟି ମନ୍ଦିର ପ୍ରତିଷ୍ଠା ଏବଂ ବିଗ୍ରହ ପ୍ରବେସ କାର୍ଯ୍ଯକ୍ରମ ସୂଭାରମ୍ଭ ହୋଇଯାଇଛି। ଗତ ରବିବାର ପ୍ରତିଷ୍ଠାତ୍ସବ ଦ୍ବିତିୟ ଦିବସରେ ମନ୍ଦିର ପୂଜାମଣ୍ତପରେ ସ୍ଥାପିତ ପୂର୍ଣ୍ଣକୂମ୍ଭ ଉପରେ ରହିଥିବା ନାରିକେଲ ଉପରେ ଏକ ସାପ ଅନାୟସରେ ଖେଳୁଥିବା ପ୍ରଥମେ ପଣ୍ତିତ ମାନେ ଦେଖିଥିଲେ। ପରେ ଖବରଟି ପ୍ରସାରିତ ହୋଇ ଭଗବାନ ଶିବବାବାଙ୍କ ଆର୍ବିଭାବ ହୋଇଥିବା ବିଶ୍ବାଷ ନେଇ ଆଖପାଖ ଲୋକ ମାନଙ୍କ ଭିଡ ବଢିବାକୁ ଲାଗିଥିଲା। ପ୍ରତିଷ୍ଠା କାର୍ଯ୍ଯକ୍ରମ ଯଥାରିତି ଚାଲିଥିବା ବେଳେ ନବ ନିର୍ମିତ ମନ୍ଦିର ଭିତର ପାର୍ଶ୍ବରେ ମଧ୍ଯ ସାପ ମାନେ ବୁଲୁଥିବା ଭକ୍ତମାନେ ଦେଖିଥିଲେ। ସୋମବାର ପୁର୍ବାହ୍ନରେ ମନ୍ଦିର ସମ୍ମୁଖରେ ଆୟୋଜିତ ପୂଜା ମଣ୍ଡପରେ ପଣ୍ଡିତ ଓ ଆଚାର୍ଯ୍ଯ ମାନଙ୍କ ଦ୍ବାରା ରିତିନିତି ଅନୁକରଣରେ ପୂଜାର୍ଚ୍ଚନା କାର୍ଯ୍ଯ ଆଗେଇଥିଲା। ପ୍ରତିଷ୍ଠା ପୂଜା କାର୍ଯ୍ଯକ୍ରମ ନିତିକାନ୍ତି ଅନୁସାରେ ସଂଚାଳନ ହେଉଥିବା ବେଳେ ଅଙ୍କୁରା ରୋପଣ ସହ ପାଳନିୟ ପ୍ରଥା ମାନ ପରିଚାଳନା କମିଟି ତତ୍ବାଧାନରେ ଆଗେଇ ଚିଲିଛି। ଗତ ଶନିବାର ଅପରାହ୍ନରେ ସ୍ଥାନିୟ ଶିବ ମନ୍ଦିର ପ୍ରତିଷ୍ଠାତ୍ସବ ପାଇଁ କଳସ ଶୋଭାଯାତ୍ରା ବାହାରିଥିଲା। ପୂଜାକର୍ତ୍ତା ଭାବରେ ଗଣେଷ ମେହେର ଧର୍ମପତ୍ନୀ ଯଶୋବନ୍ତି ମେହେର,କାର୍ତ୍ତିକ ମେହେର ପତ୍ନୀ ବାରୁଣି ମେହେର ତଥା କ୍ଷିରୋଦ୍ର ମେହେର ପତ୍ନୀ ଝୁଲଣା ମେହେର ପ୍ରମୁଖଙ୍କ ସମେତ ବହୁ ମହିଳା ଓ ଯୁବତୀ ଭକ୍ତ ମାନେ ପରିକ୍ରମା ମାଧ୍ଯମରେ ପୂର୍ଣ୍ଣକୁମ୍ଭ ମାନ ମନ୍ଦିର ସମ୍ମୁଖ ପୂଜାମଣ୍ଡପ ନିକଟରେ ପହଚିଂଥିଲେ। ପରେ ପଣ୍ଡିତ ଗୁଣନିଧି ମିଶ୍ର ଆଚାର୍ଯ୍ଯ କ୍ରୁପାସିନ୍ଧୁ ଦାଶ,ବିଷ୍ଣୁ ଦାଶଙ୍କ ଦ୍ବାରା ପୂର୍ଣ୍ଣକୂମ୍ଭ ମାନ ସିଦ୍ଧିକାର୍ଯ୍ଯ ସମ୍ପର୍ଣ୍ଣ ପରେ ମଣ୍ତପରେ ସ୍ଥାପନ କରିଥିଲେ। ସଂଧ୍ଯାରେ ଅଧିବାସ ପର୍ବ ଭକ୍ତ ମାନଙ୍କ ଦ୍ବାରା ପାଳିତ ହୋଇଥିଲା। ଉତ୍ସବଟି ପଚଂ ଦିବସିୟ ଭାବରେ ପରିଚାଳିତ ହେଉଥିବା ବେଳେ ଆସନ୍ତା ବୁଧବାର ହୋମଯଞର ପୂର୍ଣ୍ଣାହୂତୀ ସହ ବିଗ୍ରହ ପ୍ରବେସ ପର୍ବ ସମ୍ପାଦିତ ହେବ ବୋଲି ପରିଚାଳନା କମିଟି ପକ୍ଷରୁ ଜଣାପଡିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ