Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅରବିନ୍ଦ ପାଠଚକ୍ରରେ ଶ୍ରୀମାଁଙ୍କ ଦର୍ଶନ ଦିବସ

ବରପାଲି:ବରପାଲି ଅରବିନ୍ଦ ପାଠଚକ୍ର ପରିସର ପ୍ରାର୍ଥନା ଭବନରେ ଦିବ୍ଯଜନନୀ ଶ୍ରୀମାଁଙ୍କ ଦର୍ଶନ ଦିବସ ପାଠଚକ୍ର ପରିଚାଳନା କମିଟି ଦ୍ବାରା ଆୟୋଜିତ ହୋଇଯାଇଛି। ସୋମବାର ପୂର୍ବାହ୍ନରେ ମୂଖ୍ଯବକ୍ତା ଭାବେ ପ୍ରଧ୍ଯାପକ ଉତ୍ତର କୁମାର ଗଡତିୟା ଯୋଗ ଦେଇ କାର୍ଯ୍ଯକ୍ରମକୁ ଉଦଘାଟନ କରିଥିଲେ। ପରିଚାଳନା କମିଟି ସଭାପତି ପ୍ରାକ୍ତନଃ ମହାବିଦ୍ଯାଳୟ ଅଧ୍ଯକ୍ଷ ବିନୋଦାନନ୍ଦ ସାହୁଙ୍କ ଅଧ୍ଯକ୍ଷତାରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା। କାର୍ଯ୍ଯକ୍ରମ ପ୍ରାରମ୍ଭରୁ ଅରବିନ୍ଦ ଓ ଶ୍ରୀମାଁଙ୍କ ଫଟଚିତ୍ର ସମ୍ମୁଖରେ ପୂଜାର୍ଚ୍ଚନା ସହ ଅର୍ଘ୍ଯ ପ୍ରଦିପ ପ୍ରଜ୍ବଳନ କରିଥିଲେ। ପରେ ସମବେତ ଧ୍ଯାନ ସହ ପ୍ରାର୍ଥନା କରିଥିଲେ। ସମ୍ମାନିତ ବକ୍ତା ଭାବରେ ଡା.ସୂବଳ ଚନ୍ର୍ଦ ମାଝି ଓ କ୍ରୁପା ଚରଣ ପ୍ରୁଷ୍ଟି ପ୍ରମୁଖ ଭାଗ ନେଇଥିଲେ। ଉପସ୍ଥିତ ଅତିଥି ମାନେ ଦର୍ଶନ ଦିବସର ତାତ୍ପର୍ଯ୍ଯ,ଦିଗଦର୍ଶନ,ବାଣି ଓ ତତ୍ବ ଜ୍ଞାନ ବିଜ୍ଞାନ ମାନବିୟ ସଦଗୁଣ ଉପରେ ଆଲୋଚନା କରିଥିଲେ। ପରେ ମାଁଙ୍କ ବନ୍ଦନା ଗାନ ସହ ପ୍ରାର୍ଥନା କରାଯାଇଥିଲା। କାର୍ଯ୍ଯକ୍ରମରେ ବିଜୟାନନ୍ଦ ସାହୁ,ବିଚିତ୍ରାନନ୍ଦ ସାହୁ, ଗଙ୍ଗାଧର ସାହୁ,ଚନ୍ର୍ଦକାନ୍ତି ସୂନା, ଶଂଖନାଥ ଥପା,ସୌରଭ ବିଶ୍ବାଲ, ଦିପ୍ତିମୟୀ ଭୋଇ,ରୋଜା ବିଶ୍ବାଲ, ନନ୍ଦିନୀ ସାହୁ ଓ ଚନ୍ଦନ ସାହୁ ପରିଚାଳନାଗତ ସହାୟତା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ