ହିନ୍ଦୁ ସମାଜର ସୁରକ୍ଷା ତଥା ଆକ୍ରମଣ କାରୀ ଙ୍କୁ ତୁରନ୍ତ ଗିରଫ ଦାବିରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବ୍ଲକ ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ।


ଗତ ୧୨ ଏପ୍ରିଲରେ ସମ୍ବଲପୁରଠାରେ
ହନୁମାନ ଜୟନ୍ତୀ ସମନ୍ୱୟ ସମିତି ଦ୍ବାରା ଆୟୋଜିତ ଏକ ଶାନ୍ତିପୂର୍ଣ୍ଣ ବାଇକ୍‌ ରାଲି ଉପରେ ଏକ ଗୋଷ୍ଠୀ ଦ୍ଵାରା ହୋଇଥିବା ଅଚାନକ ଆକ୍ରମଣ ଏକ ସମ୍ବେଦନଶୀଳ ଘଟଣା କୁ ନେଇ ରଙ୍ଗେଇଲୁଣ୍ଡା ବ୍ଲକ ଅଞ୍ଚଳର ହିନ୍ଦୁ ସମାଜର କର୍ମକର୍ତ୍ତା ମାନେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ।ଏହି ଘଟଣାରେ ବିନା କାରଣରେ ହିନ୍ଦୁମାନଙ୍କ ଉପରେ ହୋଇଥିବା ଆକ୍ରମଣ ହୋଇଥିବାରୁ ଅନେକ ହିନ୍ଦୁ ଆହାତ ହୋଇଥିଲେ ଏହା ସହ ଗତ ୧୪ ଏପ୍ରିଲ ହନୁମାନ ଜୟନ୍ତୀ ଅବସରରେ ହିନ୍ଦୁମାନଙ୍କ ଉପରେ ଦଳେଇପଡ଼ା ଛକରେ ରାତି ୧୧.୩୦ ବେଳେ ଦୁଇଜଣ ହିନ୍ଦୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହେବା ଫଳରେ ଜଣେ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ ଏବଂ ଅନ୍ୟ ଜଣେ ଗମ୍ଭୀରରୂପେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ତଥାପି ଆଇନଶୃଙ୍ଖଳା ପ୍ରତି ହିନ୍ଦୁ ସମାଜର ସଦସ୍ୟମାନେ ଶାନ୍ତିପୂର୍ଣ୍ଣ ବ୍ୟବହାର ପ୍ରଦର୍ଶନ ପୂର୍ବକ କୌଣସି ପ୍ରତିକ୍ରିୟା ପ୍ରଦର୍ଶନ କରି ନାହାନ୍ତି ଏବଂ ପ୍ରତ୍ୟାକ୍ରମଣର ପନ୍ଥା ଆପଣେଇ ନାହାନ୍ତି । ଉପରୋକ୍ତ ଘଟଣାରୁ ହିନ୍ଦୁ ସମାଜର ସୁରକ୍ଷା ତଥା ନ୍ୟାଯ୍ୟ ଦାବୀ ପ୍ରତି ସରକାରୀ ଉଦାସୀନତା ମନୋଭାବ ସୁଚାଉଥିବା ଅଭିଯୋଗ ସହ ସରକାର ସମ୍ବଲପୁର ସହର ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ସକ୍ରିୟ ମୁସଲମାନମାନଙ୍କ ମଧ୍ୟରେ କାର୍ଯ୍ୟରତ ଅତିବାଦୀମାନଙ୍କୁ ଦୃଢ଼ହସ୍ତରେ ଦମନ କରିବା ଷଡ଼ଯନ୍ତ୍ରକାରୀମାନଙ୍କୁ ଚିହ୍ନଟ କରି ନିରୀହ
ହିନ୍ଦୁସମାଜ ଉପରେ ଆକ୍ରମଣ କରିଥିବା ଅପରାଧୀମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ରାଜ୍ୟର ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ପ୍ରତିଷେଧାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ଦାବିପତ୍ର ରେ ଉଲ୍ଲେଖ ରହିବା ସହ ସମ୍ବଲପୁରଠାରେ ସଂଘଟିତ ଉପରୋକ୍ତ ଘଟଣା ସମଗ୍ର ହିନ୍ଦୁ ସମାଜକୁ ମାନସିକ ସ୍ତରରେ ଅସ୍ଥିର କରି ଦେଇଥିବା ବେଳେ।ଅପରାଧୀମାନଙ୍କୁ ତୁରନ୍ତ ଦଣ୍ଡିତ କରା ନ ଗଲେ ଯଦି ଭବିଷ୍ୟତରେ ଯଦି ଏପରି ଘଟଣାର ପୁନରାବୃତ୍ତି ଘଟେ, ତେବେ ଏଥିପାଇଁ ରାଜ୍ୟସରକାର ଦାୟୀ ରହିବେ ବୋଲି ଦାବୀ ପତ୍ରରେ ଉଲ୍ଲେଖ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ସୁଭାଶିଷ ସାହୁ,ଅଶ୍ଵିନୀ କୁମାର ପାତ୍ର,ଗୋପୀନାଥ ମହାରଣା,ବିକ୍ରମ ଦାସ,ସୁନିଲ କୁମାର ପାତ୍ର, ସନତ ନାହାକ, ରଜତ ପଣ୍ଡିତ , ଗଙ୍ଗାଧର ଶତପଥୀ, ଅଚ୍ୟୁତନନ୍ଦ ମହାରଣା, ଭୈରବ ସାହୁ,ଜଗନ୍ନାଥ ଦୋରା, ଅଶ୍ଵିନୀ ପଣ୍ଡା, ସଂଜୟ ବେହେରା, ଟୁନା ଜେନା, ରାମ ମହାରଣା, ଦୁର୍ଗା ପ୍ରସାଦ ଦଳାଇ, ଉପେନ୍ଦ୍ର ମାଲିକ ପ୍ରମୁଖ ଯୋଗଦାନ କରିଥିଲେ।