Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଛାତ୍ର ସଂସଦ ନିର୍ବାଚନ ଦାବିରେ ଧର୍ମଗଡ ପଞ୍ଚାୟତ କଲେଜ ସମ୍ମୁଖରେ ଏଆଇଏସ୍ଏଫ୍ ର ଭିକ୍ଷୋଭ ପ୍ରଦର୍ଶନ ଓ ଦାବିପତ୍ର ପ୍ରଦାନ ।

କଳାହାଣ୍ଡି:୨୭/୦୮
ଚଳିତ ବର୍ଷ ଛାତ୍ର ସଂସଦ ହେବନି ବୋଲି ଆଇନ ମନ୍ତ୍ରି ଗଣମାଧ୍ୟମ କୁ ବିବୃତି ଦେଇଥିଲେ। ଏହାକୁ ବିଭିନ୍ନ ମହଲରେ ତୀବ୍ର ବିରୋଧ କରାଯାଉଥିବା ବେଳେ ଅଖିଳ ଭାରତୀୟ ରାଜ୍ୟ ପରିଷଦ ମଧ୍ୟ ଏହାକୁ ତୀବ୍ର ବିରୋଧ କରି ରାଜ୍ୟ ବ୍ୟାପି ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିବା ବେଳେ ଅଖିଳ ଭାରତୀୟ ଛାତ୍ର ସଙ୍ଘ ପକ୍ଷରୁ ବିଭିନ୍ନ କଲେଜ, ବିଶ୍ୱବିଦ୍ୟାଳୟ, ଶିକ୍ଷାନୁଷ୍ଠାନ ଗୁଡିକରେ ପ୍ରତିବାଦ ଓ ବିରୋଧ କରାଯାଉଛି।ଚଳିତ ବର୍ଷ ସମସ୍ତ କଲେଜ, ଵିଶ୍ଵ ଵିଦ୍ଯାଳୟ ଓ ଶିକ୍ଷାନୁଷ୍ଠାନରେ ଛାତ୍ର ସଂସଦ ନିର୍ବାଚନ ଦାବିରେ ଏଆଇଏସ୍ଏଫ୍ ପକ୍ଷରୁ କଳାହାଣ୍ଡି ଜିଲ୍ଲା ଧର୍ମଗଡ ପଞ୍ଚାୟତ ମହାବିଦ୍ୟାଳୟ ସମ୍ମୁଖରେ ମଙ୍ଗଳବାର ସକାଳ ୧୧ ଟା ରେ ବିକ୍ଷୋଭ ପ୍ରଦର୍ଶନ ସହ ଦାବିପତ୍ର ପ୍ରଦାନ କରାଯାଇଛି। ଗତ ୨୦୧୮ମସିହା ଠାରୁ ଓଡ଼ିଶାରେ ଛାତ୍ର ସଂସଦ ନିର୍ଵାଚନ ବନ୍ଦ କରାଯାଇଛି। ଭାରତୀୟ ସଂସଦୀୟ ଗଣତନ୍ତ୍ର, ନେତୃତ୍ଵ ବିକାଶ, ସାମାଜିକ ଦାୟିତ୍ୱବୋଧ ଓ ଉତ୍ତରଦାୟିତ୍ଵର ମୂଳ ଭିତ୍ତି ଛାତ୍ର ସଂସଦ ନିର୍ଵାଚନକୁ ବନ୍ଦ କରି ଗଣତନ୍ତ୍ରକୁ ଦୁର୍ଵଳ କରିବାର ଷଡ଼ଯନ୍ତ୍ର କରାଯାଉଛି। ସମାଜର ନେତୃତ୍ଵ ବିକାଶର ଏନ୍ତୁଡ଼ିଶାଳ ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରି ନେତୃତ୍ଵ ସୃଷ୍ଟିର ଭୃଣ ହତ୍ୟା କରାଯାଇ ଥିବା ଦାବିପତ୍ର ରେ ଉଲ୍ଲେଖ ରହିଛି । ଏହି ପୃଷ୍ଠଭୂମିରେ ଛାତ୍ର ସମାଜର ହକ ଏବଂ ଅଧିକାର ହାସଲ ପାଇଁ ଚଳିତ ବର୍ଷରୁ ଛାତ୍ର ସଂସଦ ନିର୍ବାଚନ ପାଇଁ ଏଆଇଏସ୍ଏଫ୍ ପକ୍ଷରୁ ଦାବି କରାଯାଇଛି । ପ୍ରତିବାଦ ଦିବସ ରେ ଜିଲ୍ଲା ସଭାପତି ରାଜାରାମ ଡଙ୍ଗରି,ସମ୍ପାଦକ ଡୋଳେଶ୍ୱର ଖମାରୀ , ଲିଲାମ୍ବର ଗୋପାଳ, ନିହାର ରଞ୍ଜନ ଚଣ୍ଡୀ ,ପ୍ରବୀଣ କୁମାର ବାନିଆ, ଦୀପକ ବୋଡେକ, ଅଭିମନ୍ୟୁ ଧଙ୍ଗଡାମାଝୀ, ସିଦ୍ଧାନ୍ତ ଖଡିକାର, ବରୁଣ ହଂସ,ଖୁସିଆ ମାଝୀ, ସୁନୀତା ଲହଜାଲ, ପୁଜା ନାଏକ ବୈଷ୍ଣବି ଲହଜଲ୍ ଏବଂ କଲେଜ ର ଛାତ୍ର ଛାତ୍ରୀ ଛାତ୍ର ସଂସଦ ନିର୍ବାଚନ ଦାବୀ କରିବା ସହ କଲେଜ ପ୍ରିନ୍ସୀପାଳ ଜଗନ୍ନାଥ ରାଓ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।