Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଛୁଆ ବର୍ଗ ସର୍ଭେକ୍ଷଣ ପାଇଁ ପ୍ରଶିକ୍ଷଣ ଶିବିର

ତରଭା ,୨୪/୪ ପଛୁଆ ବର୍ଗର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସର୍ବେକ୍ଷଣ ପାଇଁ ଏକ ତାଲିମ ଶିବିର ତରଭା ବ୍ଲକ ସଭାଗୃହରେ ବିଡ଼ିଓ(ଦାୟିତ୍ୱ) ନିରଂଜନ ନାଏକଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ହୋଇଯାଇଛି l ଏଥିରେ ପର୍ଯ୍ୟବେକ୍ଷକ ଭାବେ ଓଡିଶା ରିଏଲ ଇଷ୍ଟେଟ ରେଗୁଲେଟେରି ଅଥରଟିର ସେକ୍ରେଟାରୀ ବିଜୟ କୁମାର ପୃଷ୍ଟି ଯୋଗଦେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ତଦାରଖ କରିବା ସହ ଯେପରି ନିର୍ଭୁଲ ଓ ସଠିକ ଭାବରେ ସର୍ଭେ କାର୍ଯ୍ୟ ହେବ ସେ ସମ୍ପର୍କରେ ମାର୍ଗଦର୍ଶନ ପ୍ରଦାନ କରିଥିଲେ l ପଛୁଆ ବର୍ଗର ଲୋକ ମାନଙ୍କର ଶିକ୍ଷାଗତ, ସାମାଜିକ ଓ ଅର୍ଥନୈତିକ ସ୍ଥିତି ସମ୍ବନ୍ଧରେ ସ୍ପଷ୍ଟ ଚିତ୍ର ହାସଲ କରିବା ହେଉଛି ଏହି ସର୍ଭେର ମୂଳଲକ୍ଷ୍ୟ ବୋଲି ଶ୍ରୀ ପୃଷ୍ଟି କହିଥିଲେ l ଏହି ସର୍ଭେ ମଇ ୧ତାରିଖରୁ ଆରମ୍ଭ ହୋଇ ମଇ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।ଏବଂ ମଇ ୨୧ ରୁ ୨୭ ପର୍ଯ୍ୟନ୍ତ ସ୍ୱତନ୍ତ୍ର ସର୍ବେକ୍ଷଣ କରାଯିବ। ଏଥିରେ ପଛୁଆ ବର୍ଗରେ ଆସୁଥିବା ୨୦୮ ପ୍ରକାର ଜାତିର ସର୍ଭେ ପାଇଁ ତାଲିମ ପ୍ରଦାନ କରାଯାଇଥିଲା। ଏହି ସର୍ଭେ ମାଧ୍ୟମରେ ମୁଖ୍ୟତଃ ପଛୁଆ ବର୍ଗର ଲୋକ ମାନଙ୍କର ବୃତ୍ତି, ଶିକ୍ଷାଗତ ଯୋଗ୍ୟତା ସହିତ ସେମାନଙ୍କର ପରିବାରର ଲୋକେ କେଉଁ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରିଛନ୍ତି ସେ ବିଷୟରେ ସୂଚନା ମିଳିବା ଦ୍ୱାର ସେମାନଙ୍କର ସାମାଜିକ, ଶିକ୍ଷାଗତ ଓ ଅର୍ଥନୈତିକ ସ୍ଥିତି ସମ୍ବନ୍ଧରେ ସଠିକ ତଥ୍ୟ ହାସଲ ହୋଇପାରିବ l ତରଭା ବ୍ଲକ ରେ ଏହି ସର୍ଭେ ପାଇଁ ୧୦୪ ଗୋଟି କେନ୍ଦ୍ର ପାଇଁ ୧୦୪ ଜଣ ଏନୁମୋରେଟର ନିଯୁକ୍ତି ପାଇଥିବା ବେଳେ ୨୧ ଜଣ ଏନୁମୋରେଟର ରିଜର୍ଭରେ ରହିବେ l ଏହା ବ୍ୟତୀତ ବ୍ଲକର ୨୧ ଗୋଟି ପଞ୍ଚାୟତ ପାଇଁ ୮ ଜଣ ସୁପରଭାଇଜର ନିଯୁକ୍ତି ହୋଇଥିବା ବେଳେ ୩ ଜଣ ସୁପରଭାଇଜର ରିଜର୍ଭରେ ରହିଛନ୍ତି ବୋଲି ବିଡ଼ିଓ ଶ୍ରୀ ନାଏକ ସୂଚନା ପ୍ରଦାନ କରିଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ