Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସମଗ୍ର ହିନ୍ଦୁ ସମାଜ ତରଫରୁ ପ୍ରତିବାଦ ସଭା ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ

ଖଡ଼ିଆଳ : ଗତ ଅପ୍ରେଲ ୧୨ ଓ ୧୪ ତାରିଖରେ ସମ୍ବଲପୁର ଠାରେ ହନୁମାନ ଜୟନ୍ତୀ ପାଳନ ଅବସରରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଗୁଣ୍ଡା ବଦମାସ୍ ଦ୍ୱାରା ଜଣେ ବନବାସୀ ଯୁବକକୁ ହତ୍ୟା ଓ ହିନ୍ଦୁମାନଙ୍କ ଉପରେ ଆକ୍ରମଣ କରାଯାଇଥିଲା। ଏପରିକି ଘଟଣା ସ୍ଥଳରେ ଶାନ୍ତି ସୁରକ୍ଷା ପାଇଁ ଉପସ୍ଥିତ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ମଧ୍ୟ ଭୟଙ୍କର ଆକ୍ରମଣ ହୋଇଥିଲା। କିନ୍ତୁ ସରକାରୀ ପ୍ରଶାସନ ଅପରାଧି ମାନଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ। ଗୁଣ୍ଡା, ବଦମାସ୍ ମାନେ ବିନା ଦ୍ୱିଧାରେ ବାହାରେ ବୁଲୁଛନ୍ତି। ସରକାରଙ୍କ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଗୁଣ୍ଡା ବଦମାସ୍ ପ୍ରତି କୋହଳ ମନୋଭାବ ପ୍ରଦର୍ଶନ କାରଣରୁ ଆଜି ଖଡ଼ିଆଳ ଠାରେ ସମଗ୍ର ହିନ୍ଦୁ ସମାଜ ତରଫରୁ ପ୍ରତିବାଦର ସଭା ଓ ଶୋଭାଯାତ୍ରା କରାଯାଇ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରେରଣ କରାଗଲା। ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବରିଷ୍ଠ ଅଧିକାରୀ ପୁସ୍ତମ ସୁନାନୀ, ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତି, ହିନ୍ଦୁ ସମାଜର ନେତୃବୃନ୍ଦ ଜଗବନ୍ଧୁ ବାରିକ, ସଞ୍ଜୟ କୁମାର ତିୱାରି, ପ୍ରଦୀପ ତ୍ରୀବେଦୀ, ସୋମେଶ ପଟ୍ଟନାୟକ, ଯାଦବ ସମାଜ ସଭାପତି ସୁକ୍ରୁ ବାଗ, ଆରଏସଏସର ବିନୋଦ କୁମାର ଅଗ୍ରୱାଲ, ସୁରେଶ ହଟୱାର, ଦିଲ୍ଲୀପ ତ୍ରିବେଦୀ, ବିଜେପି ନେତା ଅଜିତ କୁମାର ଚଲାନ, ହିନ୍ଦୁ ଜାଗରଣ ମଞ୍ଚର ଚିତ୍ତରଞ୍ଜନ ମହାପାତ୍ର, ବଜରଙ୍ଗ ଦଳ ପ୍ରମୁଖ ସୌମ୍ୟ ରଞ୍ଜନ ସିଂହ ଓ ବହୁ ସଂଖ୍ୟାରେ ହିନ୍ଦୁ ସମାଜର ଲୋକ ତଥା ବଜରଙ୍ଗ ଦଳ କର୍ମୀମାନେ ଯୋଗ ଦେଇଥିଲେ। ଶୋଭାଯାତ୍ରା ସମଲେଶ୍ଵରୀ ମନ୍ଦିର ଠାରୁ ଆରମ୍ଭ ହୋଇ ବ୍ଲକ ଅଫିସ ପର୍ଯ୍ୟନ୍ତ ପହଞ୍ଚି ଗୋଷ୍ଠୀ ଉନ୍ନୟନ ଅଧିକାରୀ ବୀରସେନ ବେହେରାଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା।