Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗାଳ୍ପିକ ଗୌରାଙ୍ଗ କୁମାର ସାହୁ ସମର୍ଦ୍ଧିତ

ଖଡ଼ିଆଳ : ଓଡ଼ିଶାର ସଂଭ୍ରାନ୍ତ ସାହିତ୍ୟ ପତ୍ରିକା “ଶ୍ୱେତ ସଂକେତ ” ତରଫରୁ ଗାଳ୍ପିକ ଗୌରାଙ୍ଗ କୁମାର ସାହୁଙ୍କୁ ଚଳିତ ବର୍ଷ ପାଇଁ ” ଶ୍ୱେତ ସଂକେତ ଗଳ୍ପ ସମ୍ମାନ” ପ୍ରଦାନ କରାଯାଇଛି। ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ଶ୍ୱେତ ସଂକେତର ୩୫ତମ ସାରସ୍ୱତ ସମାବର୍ତ୍ତନ ସମାରୋହରେ ଶ୍ରୀଯୁକ୍ତ ସାହୁଙ୍କୁ ମାନପତ୍ର ଓ ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ସଂପ୍ରତି ଗାଳ୍ପିକ ଗୌରାଙ୍ଗ କୁମାର ସାହୁ ଖଡ଼ିଆଳ ସ୍ଥିତ ରାଜା ଆର୍ତ୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି। ସେ ଓଡ଼ିଶାର ସର୍ବପୁରାତନ ସାହିତ୍ଯାନୁଷ୍ଠାନ ଖଡ଼ିଆଳ ସାହିତ୍ୟ ସମିତିର ସଂପାଦକ ତଥା ଅନ୍ୟାନ୍ୟ ଅନୁଷ୍ଠାନ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ରହି ସାରସ୍ୱତ ସାଧନାରେ ବ୍ରତୀ ଅଛନ୍ତି। ଶ୍ରୀଯୁକ୍ତ ସାହୁଙ୍କର ଗଳ୍ପ ସଂକଳନ କଥାରେ କଥାରେ ଓ କବିତା ସଂକଳନ ସମୟର ସରହଦ ପ୍ରକାଶିତ ହୋଇ ବହୁ ପାଠକୀୟ ଆଦୃତି ଲାଭ କରିଛି । ପ୍ରକାଶ ଥାଉକି, ଅନୁଷ୍ଠିତ ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବରେ ରାଷ୍ଟ୍ରୀୟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ତିରୁପତି ଓ କିସ୍ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ଡକ୍ଟର ହରେକୃଷ୍ଣ ଶତପଥୀ, ମୁଖ୍ୟବକ୍ତା ଭାବରେ ବିଶିଷ୍ଟ ଶିଶୁ ସାହିତ୍ଯିକ ଦାଶ୍ ବେନହୁର ଯୋଗ ଦେଇଥିବା ବେଳେ ଅନୁଷ୍ଠାନର ପ୍ରତିଷ୍ଠାତା ସଂପାଦକ ଦେବେନ୍ଦ୍ର ନାଥ ଦାଶ ପ୍ରମୁଖ ମଞ୍ଚାସୀନ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ