Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

୨୧ତମ ପଶୁଧନ ଗଣନାକାରୀ ଓ ପର୍ଯ୍ୟବେକ୍ଷକ ପ୍ରଶିକ୍ଷଣ ଶିବିର

କଳାହାଣ୍ଡି, ୩୦/୦୮- କଳାହାଣ୍ଡି ଜିଲ୍ଲାସ୍ତରୀୟ ୨୧ତମ ପଶୁଧନ ଗଣନାକାରୀ ଓ ପର୍ଯ୍ୟବେକ୍ଷକ ମାନଙ୍କ ପ୍ରଶିକ୍ଷଣ ଶିବିର ଭବାନୀପାଟଣାସ୍ଥିତ ଯୋଜନା ଓ ସମ୍ମନ୍ୱୟ ସମ୍ମିଳନୀ ଗୃହରେ ଉଦଘାଟିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଯୋଜନା ଓ ସମ୍ମନ୍ୱୟ ଉପନିର୍ଦ୍ଦେଶକ ଶ୍ରୀକାନ୍ତ ଦଳେଇ , ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ରଜନୀକାନ୍ତ ରଥ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଏହି ଦୁଇଦିନିଆ ଶିବିରରେ କଳାହାଣ୍ଡି ଜିଲ୍ଲାର ସର୍ବମୋଟ ୧୩୩ ଟି ପଶୁଧନ ଗଣନାକାରୀ ଏବଂ ୩୬ ଜଣ ପର୍ଯ୍ୟବେକ୍ଷକଙ୍କୁ ପ୍ରଶିକ୍ଷଣ ଦିଆଯିବ ବୋଲି ଜଣାପଡିଛି। ଜିଲ୍ଲା ପ୍ରଶିକ୍ଷଣ ସଂଯୋଜକ କେଦାରନାଥ ଖମାରୀ ସଭା ପରିଚାଳନା କରିଥିବାବେଳେ ଧର୍ମଗଡ଼ ଏସଡିଭିଓ ଡା. ମଧୁସୂଦନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।