ନିମ୍ନ ମାନର ପୋଷାକ ଦେଇ  ଅଙ୍ଗନବାଡି ପ୍ରି ସ୍କୁଲ  ଡ୍ରେସ ରୁ ମଧ୍ୟ ଖାଇଗଲେ ୩୦ ପ୍ରତିଶତ କମିଶନ।କିଛି ସୁପରଭାଇଜର ଙ୍କ ନାମରେ ଅଭିଯୋଗ..


ଲକ୍ଷ୍ମୀପୁର ୦୧/୦୯ …. କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳି ର ବନ୍ଧୁଗାଁ, ନାରାୟଣପାଟଣା ଓ ଲକ୍ଷ୍ମୀପୁର ବ୍ଳକ ରେ ଚଳିତ ବର୍ଷ ଅଙ୍ଗନବାଡି ରେ ପଢ଼ୁଥିବା ଛାତ୍ର ଛାତ୍ରୀ ଙ୍କୁ ପ୍ରଦାନ କରାଯାଇଥିବା ପ୍ରି ସ୍କୁଲ  ଡ୍ରେସ ଅତି ନିମ୍ନ ମାନର ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି।ପ୍ରତ୍ୟକ ବର୍ଷ  ସରକାରଙ୍କ ଶିଶୁବିଭାଗ ତରଫରୁ କୁନି କୁନି ଛାତ୍ର ଛାତ୍ରୀ କିପରି ଅଙ୍ଗନବାଡି ମୁହାଁ ହୋଇପାରିବେ ଓ ସେମାନଙ୍କୁ ଆକୃଷ୍ଠ କରିବା ସକାଶେ ପ୍ରତ୍ୟେକ ବର୍ଷ ଶହେ ଟଙ୍କା ମୂଲ୍ୟରେ ଝିଅ ଓ ପୁଅ ଙ୍କୁ ଡ୍ରେସ ଯୋଗାଇ ଦିଆଯାଇଥାଏ, ଚଳିତ ବର୍ଷ ଏଥିରେ ପରିବର୍ତନ କରାଯାଇ ପୁଅ ଙ୍କ ସକାଶେ ଶହେ ଟଙ୍କା ସୀମିତ ରଖାଯାଇଥିବା ବେଳେ ଝିଅ ମାନଙ୍କ ଡ୍ରେସ ସକାଶେ ୫୦ ଟଙ୍କା ବୃଦ୍ଧି କରାଯାଇ ୧୫୦ ଟଙ୍କା ପ୍ରଦାନ କରାଯାଇଥିଲା। ଲକ୍ଷ୍ମୀପୁର ଶିଶୁ ବିକାଶ ଯୋଜନା ରେ ୧୮୪ଟି ସେଣ୍ଟର  ରହିଥିବା ବେଳେ ୩୮୧୮ଛାତ୍ର ଛାତ୍ରୀ ରହିଛନ୍ତି, ଏହି ଛାତ୍ର ଛାତ୍ରୀ ମାନଙ୍କ ସକାଶେ ଚଳିତ ବର୍ଷ ୯ଲକ୍ଷ ,୫୮ହଜାର ,୧୦୦  ଟଙ୍କା ଆସିଥିବା ଜଣା ପଡିଛି  ।
ଶିଶୁବିଭାଗ ତରଫରୁ ଡ୍ରେସ କିପରି ବଣ୍ଟନ କରାଯିବ ସେଥି ସକାଶେ ସରକାର ଙ୍କ ତରଫରୁ ବିଭାଗ କୁ ଟଙ୍କା ଆସିଥିଲା। ନିୟମ ଅନୁଯାୟୀ କୌଣସି ଏସଏଚଜି ଗ୍ରୁପ  ର ଯଦି ସିଲେଇ ୟୁନିଟ  ଥାଏ ତାହେଲେ ସେହି ସିଲେଇ ୟୁନିଟ କୁ ଏକ ଟିମ ଯାଞ୍ଚ କରିବା ପରେ ଉକ୍ତ ସିଲେଇ ୟୁନିଟ କୁ ଡ୍ରେସ ବଣ୍ଟନ ର ଦାୟିତ୍ୱ ପ୍ରଦାନ କରାଯିବାର ନିୟମ ରହିଥିଲା, ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳି ରେ ସେମିତି କିଛି ସିଲେଇ ୟୁନିଟ ନଥିବା କାରଣରୁ ଅଙ୍ଗନବାଡି ସେଣ୍ଟର ର  ପିଲା ଙ୍କ ସଂଖ୍ୟା ଅନୁଯାୟୀ ତାଙ୍କ ଆକାଉଣ୍ଟ କୁ ଟଙ୍କା ଟ୍ରାନ୍ସଫର କରାଯାଇଥିଲା। ନିୟମ ମୁତାବକ ଅଙ୍ଗନବାଡି କର୍ମୀ ମାନେ ନିକଟସ୍ଥ ବଜାରରୁ ଭଲ କ୍ୱାଲିଟି ଡ୍ରେସ ଦେଖିକି ନିଜେ ବିଲ ସଂଗ୍ରହ କରି ଡ୍ରେସ କିଣି ଅଗଷ୍ଟ ମାସ ୧୫ ତାରିଖ ପୂର୍ବରୁ ଛାତ୍ର ଛାତ୍ରୀ ଙ୍କୁ ପ୍ରଦାନ କରିବାର ନିୟମ ରହିଥିଲା। ଏପରି ସ୍ଥିତି ରେ ଉପରକ୍ତ ତିନଟି ବ୍ଳକ ରେ କିଛି ସୁପର ଭାଇଜର ଅଙ୍ଗନବାଡି କର୍ମୀ ମାନଙ୍କୁ ତାଗିଦ କରିବା ସହ  ଅଙ୍ଗନବାଡି କର୍ମୀଙ୍କ ଟଙ୍କା କୁ ବ୍ୟାଙ୍କ ରୁ ଉଠାଇ ବାକୁ କହି ସୁପରଭାଇଜର ମାନେ ଆଦାୟକରି ଜୟପୁର ର ଏକ ବ୍ୟବସାୟୀ ଙ୍କ ସହ ଡିଲ କରି ଜଣେ ଜଣେ ଛାତ୍ର ଛାତ୍ରୀ ଙ୍କ ଡ୍ରେସ ପିଛା ୨୦ ରୁ ୩୦ ପ୍ରତିଶତ କମିଶନ ମୁନଫା ନେଇଥିବା ଅଞ୍ଚଳ ରେ ଚର୍ଚ୍ଚା ଧରିଛି। ପୁଅ ପିଲାଙ୍କ ଡ୍ରେସ କୁଆଡେ ୭୦ ରୁ ୭୫ ଟଙ୍କା ଭିତରେ ଖରିଦ କରି ପ୍ରଦାନ କରାଯାଇଥିବା ବେଳେ ଝିଅ ପିଲା ଙ୍କ ଡ୍ରେସ ୧୧୦ ଟଙ୍କା ଭିତରେ ଖରିଦ କରି ପ୍ରଦାନ କରାଯାଇଥିବା ଶୁଣିବାକୁ ମିଳିଛି। ଅଧିକାଂଶ ଅଙ୍ଗନବାଡି କର୍ମୀ ସେମାନଙ୍କ ନାମ ଯେମିତି କେହି ନ ଜାଣିବେ ବୋଲି କହି ପ୍ରକାଶ କରିଛନ୍ତି କି ଲକ୍ଷ୍ମୀପୁର ବ୍ଳକ ରେ କିଛି ସୁପରଭାଇଜର ବାଧ୍ୟ କରି ସେମାନଙ୍କ ତରଫରୁ ଡ୍ରେସ ଦିଆଯିବ କହି ସେମାନଙ୍କ ଠାରୁ ଟଙ୍କା ନେଇଁ ଡ୍ରେସ ପ୍ରଦାନ କରିଛନ୍ତି,  କିନ୍ତୁ ନିମ୍ନ ମାନର ଡ୍ରେସ ପ୍ରଦାନ କରିଛନ୍ତି ବୋଲି ଅଭିଯୋଗ ମଧ୍ୟ କରିଛନ୍ତି,ବ୍ଳକ ର ଅନ୍ୟ କିଛି ସେକ୍ଟର ର ଅଙ୍ଗନବାଡି କର୍ମୀ କିନ୍ତୁ ସୁପରଭାଇଜର ଙ୍କ କଥା କୁ ଭୟଭୀତ ନହୋଇ ସେମାନେ ନିଜେ ଅନ୍ୟ ବଜାର ରୁ ଡ୍ରେସ କିଣିଛନ୍ତି।କୁନି କୁନି ପିଲାଙ୍କ ସକାଶେ ପ୍ରଦାନ କରାଯାଉଥିବା ଡ୍ରେସ ଏତେ ନିମ୍ନ ମାନର ଜେ ତାହା ବର୍ଷେ କଣ ୬ମାସ ମଧ୍ୟ ବ୍ୟବହାର କରି ପାରିବେ କି ନାହିଁ ତାହା ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ଡ୍ରେସ ପ୍ରଦାନ ର ସପ୍ତାହକ ମଧ୍ୟ ରେ କାହାର ବଟମ ଛିଣ୍ଡି ଗଲାଣି ତ କାହାର ପେଣ୍ଟ ଫାଟି ଯାଉଥିବା ଅଭିଯୋଗ ହୋଇଛି। ଏନେଇଁ ସ୍ଥାନୀୟ ବିଡ଼ିଓ ଗୁରେଶ୍ୱର ଭୋଇ ଙ୍କୁ ଅଭିଯୋଗ ପହଂଚିବା ପରେ ଡ୍ରେସ କିଣା ର ତଦନ୍ତ କରାଯିବ ଓ ବିଭାଗୀୟ କର୍ମଚାରୀ ଯଦି ଏଥିରେ ସମ୍ପୃକ୍ତ ଥିବେ ତାହେଲେ କାର୍ଯ୍ୟନୁଷ୍ଠାନ ସକାଶେ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି। ତଦନ୍ତ ପୂର୍ବରୁ କିଛି ସୁପରଭାଇଜର ଅଙ୍ଗନବାଡି କର୍ମୀ ମାନଙ୍କୁ ନିଜେ ହିଁ ଡ୍ରେସ କିଣିଥିବା ପ୍ରକାଶ କରିବାକୁ କହିବ ବୋଲି କର୍ମୀ ଙ୍କୁ ତାଗିଦ କରାଯାଉଥିବା ଶୁଣିବାକୁ ମିଳିଛି। ଯଦି ପିଲାଙ୍କ ଶହେ ଓ ଶହେ ପଚାଶ ଟଙ୍କା ର ଡ୍ରେସ ରେ ୨୦ ରୁ ୩୦ ପ୍ରତିଶତ କମିସନ ଖାଇଯାଆନ୍ତି ତାହେଲେ କେମିତି ଡ୍ରେସ ପ୍ରଦାନ କରାଯାଇଥିବ ତାହା ସହଜେ ଅନୁମେୟ ବୋଲି ଚର୍ଚ୍ଚା ଜୋର ଧରିଛି।ଆଗକୁ ସ୍କୁଲ ରେ  ଡ୍ରେସ ପ୍ରଦାନ କରାଯିବାର ସମୟ ଆସିଯାଇଛି, ସ୍କୁଲ ଡ୍ରେସରେ ମଧ୍ୟ ଯେପରି ନିମ୍ନ ମାନର ନହୁଏ ସେଥି ସକାଶେ ପ୍ରଶାସନ ଆଗରୁ ତପ୍ତର ହୋଇଯିବା ଜରୁରୀ ହୋଇପଡିଛି।ଅନ୍ୟ ପକ୍ଷରେ ଗତ କିଛି ମାସ ତଳେ ମେଡ଼ିସିନ କିଣା ଯିବା ସକାଶେ ଶିଶୁ ବିଭାଗ କୁ ଲକ୍ଷା ଧିକ ଟଙ୍କା ଆସିଥିଲା, ଏଥିରେ ମଧ୍ୟ ନିମ୍ନ ମାନର ମେଡ଼ିସିନ ପ୍ରଦାନ କରାଯାଇଥିବା ଅଭିଯୋଗ କରି ହେମନ୍ତ କୁମାର ସାହୁ ନାମକ ଜଣେ ବ୍ୟବସାୟୀ ସୂଚନା ଅଧିକାର ନିୟମ ଅନୁଯାୟୀ ଲକ୍ଷ୍ମୀପୁର ଶିଶୁଵିକାଶ କାର୍ଯ୍ୟାଳୟ କୁ ସୂଚନା ମାଗିଥିଲେ, କିନ୍ତୁ ବର୍ତ୍ତମାନ ସୁଧା ସଠିକ ସୂଚନା ଦେଇ ପାରୁନାହାନ୍ତି କି ବିଲ ସବ ମିଟ କରି ପାରୁନଥିବା ହେମନ୍ତ ପ୍ରକାଶ କରିଛନ୍ତି।