Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହନୁମାନ ମନ୍ଦିର ପାହାଡ ଉପରେ ହୋଇଥିବା ନୂତନ ଗୃହକୁ ସ୍ଥାନାନ୍ତରିତ ହେଲା ପୁରାତନ ଥାନା ନାହିଁ ପାଣିନାହିଁ ସୁରକ୍ଷିତ ରାସ୍ତା

ପଟ୍ଟାଙ୍ଗି୦୨/୦୯ପୁର୍ବ ପୁରୁଷ ରୁ ପରିଚାଳିତ ହୋଇ ଆସିଥିବା ପୁରାତନ ଥାନା କୁ ନୂତନ ସ୍ଥାନ ତଥା ଗୃହକୁ ସ୍ଥାନାନ୍ତରିତ ହୋଇଥିବା ବେଳେ ଥାନାରେ ନା ଅଛି ପାନୀୟ ଜଳ ବ୍ୟବସ୍ଥା ନା ଅଛି ସୁରକ୍ଷିତ ରାସ୍ତା । ଏହିପରି ଅବ୍ୟବସ୍ଥା ଦୃଶ୍ୟ କୁ ନେଇ ସାଧାରଣ ଲୋକ ଙ୍କ ମଧ୍ୟରେ ନିଜର ସୁରକ୍ଷା ତଥା ଥାନା ରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀ ଙ୍କ ସୁରକ୍ଷା କୁ ନେଇ ଅନେକ କିଛି ପ୍ରଶ୍ନ ଉଠିଥିବା ସହ ଏହା ପ୍ରତି ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ ପଦାଧିକାରୀ ଦୃଷ୍ଟି ଦେଇ ଉଚିତ ପଦକ୍ଷେପ ନେବା ନିମନ୍ତେ ମତପ୍ରକାଶ ପାଇଛି । ଏହିପରି ଦୃଶ୍ୟ ଦେଖିବା କୁ ମିଳିଛି କୋରାପୁଟ ଜିଲ୍ଲାର ସୀମାନ୍ତ ତଥା ଗୁରୁତ୍ୱପୂର୍ଣ୍ଣ ପଟ୍ଟାଙ୍ଗି ଥାନା କ୍ଷେତ୍ରରେ । ସୂଚନା ମୁତାବକ ଉକ୍ତ ଥାନା ଟି ପୂର୍ବପୁରୁଷରୁ ଗ୍ରାମ ଭିତରେ ତଥା ଜଗନ୍ନାଥ ମନ୍ଦିର ନିକଟରେ ପ୍ରଚଳିତ ହୋଇ ଆସୁଥିଲା । କିନ୍ତୁ ବର୍ତ୍ତମାନ ଉକ୍ତ ଥାନା ଟି ଗାଁ ମଝିରୁ ଉଠିଯାଇ ଗ୍ରାମର ଶେଷ ଭାଗ ତଥା ଆନ୍ଧ୍ର ରାଜ୍ୟରୁ କୋରାପୁଟ ଅଭିମୁଖେ ଆସିଥିବା ଜାତୀୟ ରାଜପଥ କଡରେ ବା ପ୍ରଥମ ଭାଗରେ ପଡୁଥିବା ଡାହାଣ ଦିଗରେ ରହିଥିବା ହନୁମାନ ମନ୍ଦିର ପାହାଡ ଉପରେ ନୂତନ କରି ନିର୍ମାଣ ହୋଇ ଥିବା ଥାନା ଗୃହକୁ ସ୍ଥାନାନ୍ତରିତ ହୋଇଛି । ଯାହାକି ସ୍ଥାନାନ୍ତରିତ ହୋଇଥିବା ସ୍ଥାନକୁ ଜଣେ ସାଧାରଣ ଲୋକ ନିଜର ଯେକୋୖଣସି ସମସ୍ୟା ନେଇ ପହଞ୍ଚିବା କୁ ହେଲେ ପ୍ରଥମ ପ୍ରାୟ ୩୦୦ ମିଟର ଘାଟି ରାସ୍ତା ତଥା ଅତିକ୍ରମ କରି ଥାନା ପହଞ୍ଚି ବା ପରେ ତାକୁ ଦିର୍ଘ ଅଧଘଣ୍ଟା ବିଶ୍ରାମ ନେବା ପରେ ହିଁ ନିଜର ସମସ୍ୟା ସମ୍ପର୍କରେ ଥାନାରେ ଉପସ୍ଥିତ ରହିଥିବା ଅଧିକାରୀ ଙ୍କୁ ଅବଗତ କରାଇବ । ସେହିପରି ଜାତୀୟ ରାଜପଥର ଥାନା ପର୍ଯ୍ୟନ୍ତ ସଂଯୋଗ ହୋଇଥିବା ରାସ୍ତା ଟି ସମ୍ପୂର୍ଣ୍ଣ ଉଠାଣିଆ ହୋଇଥିବା ସହ ବିପଦ ସଙ୍କେତ ଭାବେ ରହିଅଛି । ଯାଥା ଉକ୍ତ ଥାନା ଅଧିନରେ ରହିଥିବା ସ୍ଥାନ ମାନଙ୍କରେ ଯଦି ହଟାତ୍ କେଉଁଠି କିଛି ଅଘଟଣ ଘଟି ଗଲେ ଥାନାରେ ଉପସ୍ଥିତ ରହିଥିବା ପୋଲିସ ଅଧିକାରୀ ହୁଅନ୍ତୁ ବା କର୍ମଚାରୀ ତରବରିଆ ହୋଇ ବାହାରି ଯିବାକୁ ଚେଷ୍ଟା କଲେ ଅତି ସତର୍କତା ସହ ଯିବା କୁ ହେବ । ସେହିପରି ଥାନାରେ ଏତେ ସଂଖ୍ୟକ ଫୋର୍ସ ରହିଥିବା ବେଳେ ପାନୀୟଜଳ ର କୈଣସି ବ୍ୟବସ୍ଥା ନାହିଁ । ଅନ୍ୟପଟେ ରାତି ବିକାଳି ସମୟରେ ହଟାତ୍ କିଛି ଅଘଟଣ ଘଟିଗଲେ ଗୋଟିଏ ଲୋକ ଉକ୍ତ ଉଠାଣ ରାସ୍ତାରେ ଅନ୍ଧାର ରାସ୍ତାରେ ଥାନାରେ ଯାଇ ପହଞ୍ଚିବା ଅନେକ ସମସ୍ୟା ସୃଷ୍ଟି ହେବା ସମ୍ଭାବନା ରହିଛି । ଏହିପରି ସ୍ଥିତିରେ ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଅଧିକାରୀ ଉପରୋକ୍ତ ସମସ୍ୟା ଗୁଡ଼ିକ ଉପରେ ଦୃଷ୍ଟି ପକାଇ ଥାନାକୁ ଆସିବା କୁ ଥିବା ଜନସାଧାରଣ ସୁରକ୍ଷା ଦୃଷ୍ଟିରୁ ଉଚିତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ରହିଛି ବୋଲି ସ୍ଥାନୀୟ ଲୋକଙ୍କ ମଧ୍ୟରେ ତଥା ଜନପ୍ରତିନିଧି ଙ୍କ ମଧ୍ୟରେ ମତପ୍ରକାଶ ପାଇଛି । ଏଠାରେ ସୂଚନା ଥାଉକି ହନୁମାନ ମନ୍ଦିର ପାହାଡ଼ ଉପରେ ୨୦୨୧ ଡିସେମ୍ବର ୧୨ ତାରିଖରେ ତତ୍କାଳୀନ ପୋଲିସ ମହାନିର୍ଦ୍ଦେଶକ ଅଭୟ ଙ୍କ ଦ୍ଵାରା ନୂତନ ଥାନା ଗୃହ ଉଦଘାଟନ ହୋଇଥିଲେ ମଧ୍ୟ ଉପରୋକ୍ତ ସମସ୍ୟା ଗୁଡିକ କୁ କୈଣସି ସମାଧାନ କରା ଯାଇପାରି ନଥିବା ବେଳେ ବର୍ତ୍ତମାନ ଦିର୍ଘ ୩୨ ମାସ ତଥା ୦୩ ବର୍ଷ ପରେ ପୁରାତନ ସ୍ଥାନରୁ ନୂତନ ସ୍ଥାନକୁ ଥାନା ସ୍ଥାନାନ୍ତରିତ ହୋଇଛି ।