ମହାବିଦ୍ୟାଳୟରେ ଓଡ଼ିଆ ଓ ଭାଷା ସାହିତ୍ୟ ବିଭାଗର ଆଲୋଚନା ଚକ୍ର


ବେଲଗୁଣ୍ଠା, 04/09, ବେଲଗୁଣ୍ଠା ସ୍ଥିତ ସ୍ନାତକ ମହାବିଦ୍ୟାଳୟର ଓଡ଼ିଆ ଓ ଭାଷା ସାହିତ୍ୟ ବିଭାଗର ଆଲୋଚନା ଚକ୍ର ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ନିମନ୍ତେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଉତ୍ସବରେ ଅଧ୍ୟାପକ ଅଶୋକ କୁମାର ସ୍ୱାଇଁ,ସନ୍ତୋଷ କୁମାର ପାଣିଗ୍ରାହୀ,ଅଶୋକ କୁମାର ପ୍ରଧାନ,ଅଜୟ କୁମାର ବିଶ୍ୱାଳ, ଅଧ୍ୟାପିକା ପିଙ୍କି ପାତ୍ର,ବିଶ୍ୱରଞ୍ଜନ ସ୍ୱାଇଁ, ସାମ୍ବାଦିକ ଶିବରାମ ଚୌଧୁରୀ ପ୍ରମୁଖ ମଞ୍ଚାସୀନ ଥିଲେ I ଓଡ଼ିଆ ବିଭାଗ ମୁଖ୍ୟ ସପନ କୁମାର ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I ସେହିପରି କର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ଗଙ୍ଗାଧର ମେହେରଙ୍କ ସାହିତ୍ୟରେ ମୌଳିକତା ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା I ଏଥିରେ ମୁଖ୍ୟ ବକ୍ତା ରୂପେ ତେନ୍ତୁଳିଆ ଦେବସ୍ଥାନ ମହାବିଦ୍ୟାଳୟର ପୂର୍ବତନ ଓଡ଼ିଆ ଭାଷା ସାହିତ୍ୟ ବିଭାଗୀୟ ମୁଖ୍ୟ ଡ ଜଗନ୍ନାଥ ତ୍ରିପାଠି ଯୋଗ ଦେଇ ଗଙ୍ଗାଧର ସାହିତ୍ୟର ମୌଳିକତା ଏବଂ ମେହେରଙ୍କ ସାହିତ୍ୟ କୃତିର ବୈଶିଷ୍ଟ୍ୟତା ଏବଂ ମାଧୁର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ I କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ସମସ୍ତ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ I ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ସପନ କୁମାର ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଥିଲେ I ଅଧ୍ୟାପକ ପ୍ରଫୁଲ୍ଲ କୁମାର ଜେନା ଗ୍ରନ୍ଥାଗାରିକ ରଞ୍ଜିତ୍ କୁମାର ସାମଲ୍ ବିଶେଷ ସହଯୋଗ କରିଥିଲେ I