Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଲଗୁଣ୍ଠା ଆମ ପୋଲିସ ସମିତି ପକ୍ଷରୁ ଗଣେଶ ପୂଜା ସଚେତନତା ବୈଠକ

ବେଲଗୁଣ୍ଠା, 06/09,ଶନିବାର ଦିନ ଗଣେଶ ଚତୁର୍ଥୀ ପାଳନ ହେବାକୁ ଯାଉଥିବା ବେଳେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବେଲଗୁଣ୍ଠା ଆମ ପୋଲିସ ସମିତି ପକ୍ଷରୁ ଗଣେଶ ପୂଜା ସଚେତନତା ବୈଠକ ବେଲଗୁଣ୍ଠା ଥାନା ପରିସରରେ ଅନୁଷ୍ଠିତ ହୋଇ ଯାଇଛି I ଉକ୍ତ ବୈଠକରେ ବେଲଗୁଣ୍ଠା ଥାନା ଅଧିକାରୀ ବନବିହାରୀ ପ୍ରଧାନ, ତହସିଲଦାର କଳାକୃଷ୍ଣ ପ୍ରଧାନ,ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଫିରୋଜ କୁମାର ସେଠୀଙ୍କ ସମେତ ସମସ୍ତ ଥାନା କର୍ମଚାରୀ,ବେଲଗୁଣ୍ଠା ସହର ଏବଂ କିଛି ଗ୍ରାମର ଗଣେଶ ପୂଜା କମିଟି ସଦସ୍ୟ ଉପସ୍ଥିତ ଥିଲେ I ଏହି ବୈଠକରେ ଗଣେଶ ପୂଜା ଓ ଭସାଣି ଉତ୍ସବ କିପରି ଶୃଙ୍ଖଳିତ ଏବଂ ସରସ ସୁନ୍ଦର ଭାବେ ପାଳନ ହେବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା I ଏହି ବୈଠକରେ ଆଗାମୀ 13 ତାରିଖ ସନ୍ଧ୍ୟା ବିସର୍ଜନ ସମୟରେ ଡିଜେ ବେସ୍ ଲେସ୍ ସାଉଣ୍ଡ ରହିବା ସହିତ ଶାନ୍ତି ଶୃଙ୍ଖଳାର ସହ ଉତ୍ସବ ପାଳନ ହେବା ପାଇଁ ଥାନା ଅଧିକାରୀ ଶ୍ରୀ ବନବିହାରୀ ପ୍ରଧାନ ସୂଚନା ଦେଇଛନ୍ତି I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ