ବିଦୁତ ଆଘାତରେ ଯୁବକ ମୃତ


ବିଦୁତ୍ ଆଘାତରେ ଯୁବକ ମୃତ ।
ଅସ୍ତରଙ୍ଗ,,ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନ ଛୁରିଆନା ଗ୍ରାମପଞ୍ଚାୟତ ର ଆଇଶିଣିଆଁ ଗ୍ରାମର ଘଟିଛି ଏକ ଅଘଟଣ । ସେହି ଗ୍ରାମର ଅନିରୁଦ୍ଧ ସେଠୀ ରବିବାର ଦିନ ବାର ଘଟିକା ସମୟ ରେ ଗାଧୋଇ ସାରୀ ଘରକୁ ଆସିଥିଲେ ଓ ଘର ର ପଙ୍ଖା ସୁଇଯ ମାରିଥିଲେ । ହେଲେ ପଂଖା ନ ବୁଲିବାରୁ ଓଦା ଗାମୁଛା ଟି ଦେହରେ ପିନ୍ଧି ପଙ୍ଖା ଟି ସଜାଡୁ ଥିବା ବେଳେ,ତାଙ୍କୁ କରେଣ୍ଟ ମାରିଥିଲା । ସେହି ଠାରେ ଚିକ୍ତାର କରି ଟଳି ପଡ଼ିଥିଲେ । ପରିବାର ଲୋକ ସାଥୀ ସାଥୀ ତାଙ୍କୁ ଅସ୍ତରଙ୍ଗ ମେଡିକାଲ କୁ ନେବାପରେ ଡକ୍ଟର ମୃତ ଘୋଷଣା କରିଥିଲେ । ସେଠୁ ଚାରିଛକ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇ ସବ ପାଞ୍ଚନାମା ପରେ ପରିବାର ଲୋକ ନିଜ ଗ୍ରାମକୁ ଆଣିଛନ୍ତି । ତାଙ୍କର ସ୍ତ୍ରୀ ଙ୍କ ସହ ଗୋଟିଏ ପୁଅ ଅଛନ୍ତି । ପୁଅ ୯ ମ ଶ୍ରେଣୀରେ ପଢୁଥିବା ବେଳେ,ସେ ଏକ ଗରିବ ପରିବାର ହୋଇ ଥିବାରୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।