Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଲଗାଣ ବର୍ଷାରେ ଜନଜୀବନ ବେହାଲ : ଭାଙ୍ଗିଲା ଗଛ, ଉଜୁଡିଲା ରାସ୍ତା : ଘରେ ଘରେ ପଶିଲା ପାଣି

କଳାହାଣ୍ଡି, ୦୯/୦୯- ଗତକାଲିଠାରୁ ଆରମ୍ଭ ହୋଇଥିବା ଲଗାଣ ବର୍ଷା ଛାଡିବାର ନାଁ ଧରୁନାହିଁ। ୨୪ ଘଣ୍ଟାରୁ ଅଧିକ ସମୟ ଧରି ହେଉଥିବା ଲଘୁଚାପଜନିତ ଲଗାଣ ବର୍ଷାରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ଜନଜୀବନ ବେହାଲ ହୋଇପଡିଛି। ବିଭିନ୍ନ ଖାଲୁଆ ସ୍ଥାନଗୁଡ଼ିକରେ ପାଣି ଜମିବା ସହିତ ଘରଗୁଡିକରେ ମଧ୍ୟ ବର୍ଷା ପାଣି ପଶିଯାଇଥିବା ଦେଖିବାକୁ ମିଳିଛି। ବ୍ଲକର ବାତେଲିମା ପଞ୍ଚାୟତ ଚଣାଲିମା ଗାଁରେ ବର୍ଷାପାଣି ପଶିଯିବାରୁ ଲୋକେ ସଂପୂର୍ଣ୍ଣ ଭାବେ ଜଳବନ୍ଦୀ ହୋଇ ରହିଛନ୍ତି। ଲୋକଙ୍କ ଘରେ ଓ ଗୁହାଳ ଘରେ ଆଣ୍ଠୁଏ ବର୍ଷାପାଣି ପଶିଯିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ଛତ୍ରପୁର ପାଇକପଡା, ବଳଭଦ୍ରପୁର, ସିମିଳିଭଟା, ଲାଞ୍ଜିଗଡ ସହରର ମୁଖ୍ୟ ରାସ୍ତା, ହସ୍ପିଟାଲ, ଥାନା ପଛପଟ ଗଳି, ବଡପଡା, ଚମ୍ପାଦେଇପୁର, ବିଶ୍ୱନାଥପୁର, ଗୋବର୍ଦ୍ଧନପୁର ପଞ୍ଚାୟତ ଗୋପାଳପୁର ଗାଁରେ ମଧ୍ୟ ଘରଗୁଡ଼ିକରେ ପାଣି ପଶିଯାଇଥିବା ଦେଖିବାକୁ ମିଳିଛି। ଏପରିକି ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରରେ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଥିବାବେଳେ ଅଗ୍ନିଶମ ବିଭାଗ ଦ୍ୱାରା ଅବରୋଧ ହଟାଯାଇଛି। ଲାଞ୍ଜିଗଡ ଥାନା ପାଖରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ଚାରିକଡେ ପାଣି ଜମିଯିବାରୁ ବିପଦ ଆଶଙ୍କା କରି ଲାଞ୍ଜିଗଡ ସହରରେ ବିଦ୍ୟୁତକାଟ କରାଯାଇଛି। ଲାଞ୍ଜିଗଡ କାଶିବାଡି ନିକଟସ୍ଥ ପୋଲରେ ମାଟି ଧସି ରାସ୍ତା ଅଧା ଧୋଇଯାଇଛି। ଲଗାଣ ବର୍ଷା ଜାରି ରହିଥିବାବେଳେ ଲୋକେ ଏବେ ଆଶା ଆଶଙ୍କାରେ ରହିଛନ୍ତି।