Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗରେ ସ୍ଥାପନ ହେବ ଉନ୍ନତ ଜ୍ଞାନକୌଶଳ ସଂପର୍ଣ୍ଣ ଏଡିଟିଂ ଲେବ।

ଗୋପାଳପୁର,୧୨/୦୯
ଦୀର୍ଘ ଦିନର ଦାବୀ ପରେ ଏବେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗରେ ସ୍ଥାପନ ହେବାକୁ ଯାଉଛି ଉନ୍ନତ ଜ୍ଞାନକୌଶଳ ସଂପର୍ଣ୍ଣ ଏଡିଟିଂ ଲେବ୍ । ଏନେଇ ଆଜି ଡିଜିକମ୍ ଭିଜୁଆଲ ଟେକନଲୋଜି ସହ ଏକ ଚୁକ୍ତିପତ୍ର ସ୍ଵାକ୍ଷରିତ ହୋଇଛି। ଯା‌ହା ଫଳରେ ଆଗାମୀ ଦିନରେ ବିଦ୍ୟାର୍ଥୀମାନେ ପ୍ରିଣ୍ଟ, ଭିଜୁଆଲ ଏବଂ ସାଉଣ୍ଡ ଏଡିଟଂ ସଂପର୍କରେ ଉନ୍ନତ ତାଲିମ ପାଇପାରିବେ। ଷ୍ଟେଟ ଅଫ ଆର୍ଟ ଏଡିଟିଂ ଲେବ ସ୍ଥାପନ ପାଇଁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସ୍ଥିତ ସାମ୍ବାଦିକ ଓ ଗଣ ଯୋଗାଯୋଗ ବିଭାଗ ପକ୍ଷରୁ ଡକ୍ଟର ଜୟନ୍ତ କୁମାର ପଣ୍ଡା ଗତବର୍ଷ ଅକ୍ଟୋବର ମାସରେ କୁଳସଚିବଙ୍କ ଜରିଆରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗକୁ ଏକ ପ୍ରସ୍ତାବ ଦେଇଥିଲେ। ଏହାପର ଚଳିତବର୍ଷ ମାର୍ଚ୍ଚ ୨୦୨୪ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଏହି ପ୍ରସ୍ତାବକୁ ଅନୁମୋଦନ କରିବା ସହ ଏଡିଟିଂ ଲେବ ସ୍ଥାପନ ପାଇଁ ବିଶ୍ବବିଦ୍ୟାଳୟକୁ ଏକ କୋଟି ଦଶ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ମଞ୍ଜୁର କରିଛି। ଏହାସହ ପ୍ରଥମ ପର୍ଯ୍ୟାୟରେ 36 ଲକ୍ଷ 30 ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଜୁନ ୩୦ ତାରିଖ ୨୦୨୪ସୁଦ୍ଧା ପ୍ରକଳ୍ପ ଶେଷ କରିବାକୁ କୁହାଯାଇଥିଲା। ଏପ୍ରିଲ ମାସରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବା ଯୋଗୁଁ ଆଚରଣ ବିଧି ଲାଗୁ ହୋଇ ଯାଇଥିଲା। ଯାହାଫଳରେ ଏହା କାର୍ଯ୍ୟକାରୀ ହେବାରେ ବିଳମ୍ୱ ହୋଇଥିଲା। ଯୋଜନା ସଂପର୍କିତ ବିଭିନ୍ନ ପ୍ରର୍ଯ୍ୟାୟରେ ଆଲୋଚନା ପର୍ଯ୍ୟାଲୋଚନା ସହ ବିଭିନ୍ନ ବୈଶୟିକ କମିଟର ସୁପାରିଶ ପରେ ଶୁକ୍ରବାର ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଡିଜିକମ୍ ଭିଜୁଆଲ ଟେକନଲୋଜି ପ୍ରାଇଭେଟ ଲିମିଟେଡ୍‌ (ଡିଭିପିଏଲ) ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ଆସନ୍ତା 12 ସପ୍ତାହ ମଧ୍ୟରେ ଡିଭିପିଏଲ ପକ୍ଷରୁ ଏହି କାମକୁ ସାରିବା ସହ ଏଡିଟିଂ ଲେବକୁ କାର୍ଯ୍ୟକ୍ଷମ କରିବାକୁ ଚୁକ୍ତିଧାର୍ଯ୍ୟ କରାଯାଇଛି। ଚଳିତବର୍ଷ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗକୁ 50 ବର୍ଷ ପୁରଣ ହେଉଥିବା ବେଳେ ଏଠାରେ ଅଧ୍ୟୟନରତ ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ପକ୍ଷରୁ ଦୀର୍ଘ ଦିନ ଧରି ଏକ ଉନ୍ନତମାନର ଷ୍ଟୁଡିଓ ସହ ଏଡିଟିଂ ଲ୍ୟାବ କରିବା ପାଇଁ ଦାବୀ ହୋଇଆସୁଥିଲା। ଏହାକୁ ଦୃଷ୍ଟିରେ ରଖି ପ୍ରଥମ ପର୍ଯ୍ୟାୟରେ ଏଡିଟିଂ ଲ୍ୟାବ କାର୍ଯ୍ୟକୁ ସଂପୂର୍ଣ୍ଣ କରିବା ପାଇଁ ଯୋଜନା କରାଯାଇଛି। ଏହାସହ ଆଗାମୀ ଦିନରେ ଷ୍ଟୁଡିଓ ସ୍ଥାପନ ପାଇଁ ପ୍ରସ୍ତାବ ଦିଆଯିବ ବୋଲି କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ କହିଛନ୍ତି। ରାଜ୍ୟରେ ଥିବା ଅନ୍ୟାନ୍ୟ ସରକାରୀ ବିଶ୍ବବିଦ୍ୟାଳୟ ତୁଳନାରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗରେ ସ୍ଥାପନ ହେବାକୁ ଯାଉଥିବା ଉନ୍ନତ ଜ୍ଞାନକୌଶଳ ସଂପର୍ଣ୍ଣ ଏଡିଟିଂ ଲ୍ୟାବ ଏଡିଟିଂ ଲ୍ୟାବ ରାଜ୍ୟରେ ପ୍ରଥମ ବୋଲି ଡିଭିପିଏଲ ପକ୍ଷରୁ କୁହାଯାଇଛି। ଏଥିରେ ଉଚ୍ଚକ୍ଷମତା ସଂପର୍ଣ୍ଣ ୨୫ଟି ଏଡିଟିଂ ଡେସ୍କ ସହ ଭୟସ ଓଭର ଓ ଏକ ମାଷ୍ଟର ଏଡିଟ୍ ସୁଟ ନିର୍ମାଣ କରାଯିବ। ଉଭୟ ଏନଲାଇନ ଓ ଅଫ ଲାଇନ ଏଡିଟିଂ ପାଇଁ ଏଥିରେ ବ୍ୟବସ୍ଥା ରହିବ। ଛାତ୍ରଛାତ୍ରୀମାନେ ଏଡିଟିଂ ସହ ବିଭିନ୍ନ ସଫୱାରେ ସଂଚାଳନର ସୁବିଧା ମଧ୍ୟ ପାଇପାରିବେ। ଏଡିଟିଂ ଲେବ ନିର୍ମାଣ କାର୍ଯ୍ୟ ସଂପର୍ଣ୍ଣ ହେବା ପରେ ବିଭାଗରେ ଅଧ୍ୟୟନରତ ବିଦ୍ୟାର୍ଥୀମାନେ ଏହାଦ୍ବାରା ବିଶେଷ ଉପକୃତ ହୋଇ ପାରିବେ ବୋଲି କୁଳପତି କହିଛନ୍ତି। ଡିଭିପିଏଲ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ଶେଷ କରିବା ସହିତ ଲ୍ୟାବ ସଂଚାଳନ କରିବା ପାଇଁ ପ୍ରଶିକ୍ଷଣ ମଧ୍ୟ ଦେବ। ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପକ୍ଷରୁ କୁଳସଚିବ ସଚିଦାନନ୍ଦ ନାୟକ ଓ ଡିଭିପିଏଲ ପକ୍ଷରୁ ଏହାର ନିର୍ଦ୍ଦେଶକ ଭବାନୀ ଶଙ୍କର ମହାପାତ୍ର ଚୁକ୍ତିନାମା ସ୍ବାକ୍ଷରିତ କରିଥିବା ବେଳେ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ବିଭାଗୀୟ ମୁଖ୍ୟ ଡକ୍ଟର ବନ୍ଦିତା କୁମାରୀ ପଣ୍ଡା, ଆସୋସିଏଟ ପ୍ରଫେସର ଡକ୍ଟର ଜୟନ୍ତ କୁମାର ପଣ଼୍ଡାଙ୍କ ସହ ଡିଭିପିଏଲ ପକ୍ଷରୁ ମ୍ୟାନେଜର ବିଶ୍ବନାଥ ମହାକୁଳ ଓ ଜ୍ୟୋତିରଞ୍ଜନ ସାମନ୍ତରା ପ୍ରମୂଖ ଚୁକ୍ତି ସ୍ବାକ୍ଷରିତ ସମୟରେ ଉପସ୍ଥିତ ଥିଲେ।
Key Points:
ଡିଭିପିଏଲ୍ ଓ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରତି
12 ସପ୍ତାହ ମଧ୍ୟରେ ସରିବ କାର୍ଯ୍ୟ
ବିନିଯୋଗ ହେବ ଏକ କୋଟି ଦଶ ଲକ୍ଷ ଟଙ୍କା
ଉବଲବ୍ଧ ହେବ ମାଷ୍ଟର ଏଡିଟ୍ ସୁଟ ସହ ଭୟସ ଓଭର ସୁବିଧା
ରାଜ୍ୟରେ ସରକାରୀ ବିଶ୍ବବିଦ୍ୟାଳୟ ମଧ୍ୟରେ ଏଭିଳି ଏଡିଟିଂ ଲ୍ୟାବ ସ୍ଥାପନ କରିବାରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପ୍ରଥମ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories