Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗାଁ କୁ ଗାଁ ବୁଲି ମହିଳା ଙ୍କୁ ସଚେତନ କରିବ ସୁଭଦ୍ରା ରଥ

ପଟ୍ଟାଙ୍ଗି୧୪/୦୯(ଶରତ ଧଳ)ସାରା ରାଜ୍ୟରେ ସୁଭଦ୍ରା
ଯୋଜନା କୁନେଇ ଚଳ ଚଞ୍ଚଳ ଦେଖିବା କୁ ମିଳିଥିବା ବେଳେ ମହିଳା ମାନେ କିପରି ଉକ୍ତ ଯୋଜନା ସମ୍ପର୍କରେ ସଚେତନ ରହିବେ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନିକ କ୍ଷେତ୍ରରେ ଦେଖା ଦେଇଛି ତପ୍ତରତା । ଏହିପରି ଦୃଶ୍ୟ ଦେଖିବା କୁ ମିଳିଛି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ମାଳିପୁଟ ପଞ୍ଚାୟତ କ୍ଷେତ୍ରରେ । ସୂଚନା ମୁତାବକ ସ୍ଥାନୀୟ ବ୍ଲକ ପ୍ରଶାସନ ନିର୍ଦ୍ଦେଶ କ୍ରମେ ଉକ୍ତ ପଞ୍ଚାୟତ କାର୍ଯ୍ୟାଳୟ ସମୁଖରେ ଆୟୋଜିତ ସୁଭଦ୍ରା ରଥ ଉଦଘାଟନ କାର୍ଯ୍ୟକ୍ରମ ରେ ବ୍ଲକ ଅଧ୍ୟକ୍ଷା କଳ୍ପନା ପାଙ୍ଗି , ଜିଲ୍ଲା ପରିଷଦ ସଭ୍ୟା ଟିକାଇ ଗେମେଲ , ମିଶନ ଶକ୍ତି ସଭାପତି ମାଳତୀ ସାନ୍ତା , ବିଡ଼ିଓ ସୁକାନ୍ତ କୁମାର ପଟ୍ଟନାୟକ ଏବଂ ସିଡିପିଓ ବି ଅର୍ଣ୍ଣ ପୁର୍ଣ୍ଣା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ବିଭିନ୍ନ ମହିଳା ସଙ୍ଗଠନ ର ସଦସ୍ୟ ଙ୍କୁ ସୁଭଦ୍ରା ଯୋଜନା ପାଇଁ ନିଜ ନିଜର ନାମ କିପରି ପଞ୍ଜିକରଣ କରିବେ ଏବଂ ଉକ୍ତ ପଞ୍ଜିକରଣ ର କୈଣସି ନିର୍ଦ୍ଦିଷ୍ଟ ତାରିଖ ସରକାରଙ୍କ ପକ୍ଷରୁ ଘୋଷଣା ହୋଇ ନଥିବା ସହ ପଞ୍ଜିକରଣ ନିମନ୍ତେ କୈଣସି ଖର୍ଚ୍ଚ ଦେବାକୁ ପଡିବ ନାହିଁ ଏବଂ ଫର୍ମ ରେ ଯେଉଁ ସବୁ ତଥ୍ୟ ପୂରଣ କରିବା କୁ କୁହାଯାଇଛି । ତାକୁ କିପରି ଧ୍ୟାନ ର ସହ ପୂରଣ କରି ଆଧାର ସେଣ୍ଟର ଏବଂ ଜନ ସେବା କେନ୍ଦ୍ର ରେ ପହଞ୍ଚି ଅନଲାଇନ୍ କରି ଆବେଦନ କରିବା ପାଇଁ ଉପରୋକ୍ତ ସମସ୍ତ ଅତିଥି ନିଜ ନିଜର ଅଭିଭାଷଣ ରେ ବୁଝାଇ ଥିଲେ । ଏହିପରି କି ଉକ୍ତ ସମସ୍ତ ତଥ୍ୟ ପୂରଣ କରିବାରେ ନିଜ ନିଜ ଅଞ୍ଚଳର ଅଙ୍ଗନବାଡ଼ି କର୍ମୀ ସମସ୍ତ କାର୍ଯ୍ୟ କରାଇବାରେ ସହଯୋଗ କରିବେ ବୋଲି ସିଡିଓ ବି ଅର୍ଣ୍ଣ ପୁର୍ଣ୍ଣା ମତ ପ୍ରକାଶ କରିଥିଲେ । ଶେଷରେ ବ୍ଲକ ଅଧ୍ୟକ୍ଷା ପାଙ୍ଗି ଙ୍କ ସମେତ ଅନ୍ୟ ସମସ୍ତ ଅତିଥି ସବୁଜ ପତାକା ଦେଖାଇ ସୁଭଦ୍ରା ରଥ କୁ ଉଦଘାଟନ କରିଥିବା ବେଳେ ଉକ୍ତ ରଥ ସମସ୍ତ ପଞ୍ଚାୟତ ରେ ପହଞ୍ଚି ଗ୍ରାମବାସୀ ଙ୍କୁ ଡାକବାଜି ମାଧ୍ୟମରେ ସଚେତନ କରାଇବ ବୋଲି ଅତିଥି ଗଣ ଘୋଷଣା କରିଥିଲେ । ଉକ୍ତ କାର୍ଯ୍ୟକ୍ରମ କୁ ପଞ୍ଚାୟତ ର ପିଇଓ ଚିନ୍ମୟୀ ମିଶ୍ର , ଦିବାକର ପୁରୋହିତ , BSSO ସୁଧିର ସାହୁ , ପେଶା କୋଡିନେଟର ସୁଜାତା ଦାସ , ମିଶନ ଶକ୍ତି ସଂଯୋଜକ ଅଜୟ ପାଙ୍ଗି ଙ୍କ ସମେତ ଅନ୍ୟ ପଞ୍ଚାୟତ ର ପିଇଓ ମାନେ ପରିଚାଳନା ରେ ସହଯୋଗ କରିଥିବା ବେଳେ ଅନ୍ୟତମ ଅତିଥି ରୂପେ ଏଇଇ ବିଶ୍ୱନାଥ ମାଦଲି , କନିଷ୍ଠ ଯନ୍ତ୍ରୀ ଅଜୟ ରାମ ତରାଇ ଓ ଅନ୍ୟ ସମସ୍ତ ଯନ୍ତ୍ରୀ ଯୋଗ ଦେଇଥିଲେ ।