Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ନାତୁଣି ସହ ଶୋଇଥିବା ବେଳେ ପଡ଼ିଲା କାନ୍ଥ, ଜେଜେମାଆ ମୃତ

ସୋନପୁର: ଖାଇପିଇ ନିଜ ଦୁଇ ବର୍ଷର ନାତୁଣିକୁ ଧରି ଶୋଇବାକୁ ଗଲେ । ବିଛଣାରେ ନାତୁଣି ସହ ଖେଳୁ ଖେଳୁ ଶୋଇଲେ । ହେଲେ କାହାକୁ ଜଣା ନଥିଲା ଏହା ତାଙ୍କ ଶେଷନିଦ୍ରା ବୋଲି । ରାତିରେ ଶୋଇଥିବା ଅବସ୍ଥାରେ ମହିଳା ଓ ତାଙ୍କ ନାତୁଣିଙ୍କ ଉପରେ କାଳ ରୂପୀ କାନ୍ଥ ପଡ଼ି ଯାଇଥିଲା । ଘଟଣା ସ୍ଥଳରେ ଜେଜେମାଆଙ୍କ ଜୀବନ ଚାଲିଯାଇଥିବା ବେଳେ ୨ ବର୍ଷର ନାତୁଣି ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛି । ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଲଚ୍ଛିପୁର ଥାନା ଅନ୍ତର୍ଗତ ସଉରାପାଲି ଗାଁରେ । ଲଗାଣ ବର୍ଷା ଯୋଗୁଁ ଘଟଣା ଘଟିଥିବା କୁହାଯାଉଛି ।

କାନ୍ଥ ପଡିବା ପରେ ଜେଜେମାଆ ଓ ନାତୁଣିର ଚିକ୍ତାର ଶୁଣି ପରିବାର ଲୋକେ ଓ ପାଖ ପଡ଼ୋଶୀ ଦୌଡ଼ି ଆସିଥିଲେ । ପିଲାଟିକୁ ପ୍ରଥମେ ଉଦ୍ଧାର କରାଯାଇଥିଲା । ତାକୁ ଗୁରୁତର ଅବସ୍ଥାରେ ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଶିଶୁକନ୍ୟା ପରେ ତାଙ୍କ ଜେଜେମାଆଙ୍କୁ ଉଦ୍ଧାର କରାଯାଇଥିଲା । ହେଲେ ସେତେବେଳକୁ ତାଙ୍କ ଜୀବନ ଯାଇସାରିଥିଲା ।

ସୂଚନାଯୋଗ୍ୟ, କିଛି ଦିନ ହେବ ରାଜ୍ୟରେ ବର୍ଷା ଲାଗି ରହିଛି । ବର୍ଷା ଯୋଗୁଁ ଘରର ମାଟି କାନ୍ଥ ଦୁର୍ବଳ ହୋଇ ଭୁଶୁଡ଼ି ପଡ଼ିଥିବା କୁହାଯାଉଛି ।

More Stories