Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମୁରଶୁଣ୍ଢୀ ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ରେ ହେବାକୁ ଥିବା ୪୨ତମ ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଜଲକ୍ଷ୍ମୀ ପୂଜା କମିଟୀର ସଭାପତି ଲବ କୁମାର ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକରେ ପୂଜା କମିଟୀର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ । ପୂଜା କମିଟୀର ସମ୍ପାଦକ ତ୍ରୟଞ୍ଜିବ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କୋଷାଧ୍ୟକ୍ଷ ସତ୍ୟ ମୋହନ ବେଦପାଣି ଗତ ଗଜଲକ୍ଷ୍ମୀ ପୂଜାର ଆୟବ୍ୟୟର ବିବରଣୀ ପ୍ରଦାନ କରିଥିଲେ । ଚଳିତ ବର୍ଷ ପୂଜା କୁ ଅହୁରୀ ଆକର୍ଷଣୀୟ କରିବାକୁ ଉପସ୍ଥିତ ସଭ୍ୟମାନେ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଚଳିତ ବର୍ଷ ଗଜଲକ୍ଷ୍ମୀ ପୂଜା ରେ ରାମାୟଣ ପାରାୟଣ , ମୁରାସୁର ଦରବାର , ଅପେରା , ସଂକୀର୍ତ୍ତନ୍ୟ , ସମ୍ବଲପୁରୀ ଡ୍ୟାନ୍ସ ଆଦି ପରିବେଷଣ ହେବ । ଏହା ସହିତ ସୁଉଚ୍ଚ ମେଢ , ରଙ୍ଗୀନ ତୋରଣ, ଆକର୍ଷଣୀୟ ମେଢ଼ ସହିତ ସାଜସଜ୍ଜା କରାଯିବାକୁ ନିସ୍ପତ୍ତି କରାଯାଇଛି। ଏହା ସହିତ ଭଷାଣି ଶୋଭାଯାତ୍ରାରେ ରୋଡ ଡ୍ୟାନ୍ସ , ଦୁଲଦୁଲି , ସଂକିର୍ତ୍ତନ୍ୟ , ବାଡିଖେଳ , ଘଣ୍ଟବାଦ୍ୟ ସମେତା ପାରମ୍ପରିକ ଓ ଅଣପାରମ୍ପରିକ ନୃତ୍ୟ ପରିବେଷଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଅବସର ରେ ସର୍ବସମ୍ମତିକ୍ରମେ ଏକ ପରିଚାଳନା କମିଟି କରାଯାଇଛି । ଏଥିରେ ସଭାପତି ଭାବେ ଜିଲାପରିଷଦ ସଭ୍ୟ ଲବ କୁମାର ସାହୁ ଙ୍କୁ ସଭାପତି , ସମ୍ପାଦକ ଭାବେ ତ୍ରୟଞ୍ଜିବ ମିଶ୍ର , ଉପସଭାପତି- ଧନଞ୍ଜୟ ସାହୁ , ସହସମ୍ପାଦକ – ବିଦ୍ୟାଧର ଖୁର୍ଡିଆ , କୋଷାଧ୍ୟକ୍ଷ ଭାବେ ସତ୍ୟମୋହନ ବେଦପାଣି , ଉପଦେଷ୍ଟା ଭାବେ ରାଜଗୋପାଳ ପାଣିଗ୍ରାହୀ ଓ କୁଶ କୁମାର ସାହୁ ଙ୍କୁ ମନୋନିତ କରାଯାଇଛି। ଚଳିତ ବର୍ଷ ଲକ୍ଷ୍ମୀ ମଣ୍ଡପରେ କର୍ତ୍ତା ଭାବେ ରାଜଗୋପାଳ ପଣିଗ୍ରାହୀ ଓ ସାରଳା ପାଣିଗ୍ରାହୀ ସପତ୍ନିକ ଙ୍କୁ ଚୟନ କରାଯାଇଛି। ସେହିପରି ରାମାୟଣ ପାରାୟଣ ମଣ୍ଡପ ରେ ସନ୍ତୋଷ ସୁମୂର୍ଥା ସପତ୍ନିକ ଏବଂ ଯଜ୍ଞ ମଣ୍ଡପ ରେ ଟଙ୍କଧର ଦ୍ୱାରୀ ସପତ୍ନିକ କର୍ତ୍ତା ଭାବେ କାର୍ଯ୍ୟ ତୁଲାଇବା ପାଇଁ ଚୟନ କରାଯାଇଛି।ରାମାୟଣ ପାରାୟଣ ରେ ପୂରାଣ ଗାୟକ ପଣ୍ଡିତ ଅଜିତ ଦାଶ ବ୍ୟାସ ଭାବେ ପୂରାଣ ଗାନ କରିବେ ବୋଲି ସ୍ଥିରିକୃତ ହୋଇଛି । ପରବର୍ତ୍ତି ବୈଠକ ମାନଙ୍କରେ ପୂଜା ପାଇଁ ଅନ୍ୟ ସମସ୍ତ ନିସ୍ପତ୍ତି ନିଆଯିବ । ଶେଷରେ ଉପସଭାପତି ଧନଞ୍ଜୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।