Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏହା କହିବା ଭୁଲ୍ ଯେ ପଦ ଛାଡିବା ପରେ ମୁଁ ପୁଲଓ୍ଵାମା ହମଲା ଉପରେ ପ୍ରଶ୍ନ କରୁଛି: ସତ୍ୟପାଲ ମଲିକ

ନୂଆଦିଲ୍ଲୀ: ଏହା କହିବା ଭୁଲ୍ ଯେ ପଦ ଛାଡିବା ପରେ ମୁଁ ୨୦୧୯ ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ଉପରେ ପ୍ରଶ୍ନ ଉଠାଉଛି। ଏହା କହିଛନ୍ତି ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ। ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା ନିକଟରେ ଦେଇଥିବା ବୟାନ ପରେ ମଲିକଙ୍କ ଏହି ଟିପ୍ପଣୀ ସାମ୍ନାକୁ ଆସିଛି।

ସେ କହିଛନ୍ତି, ଏହା କହିବା ଭୁଲ୍ ଯେ, ପଦ ଛାଡିବା ପରେ ମୁଁ ଏହି ପ୍ରସଙ୍ଗ ଉଠାଉଛି। ବାସ୍ତବରେ ତ ହମଲା ଦିନ ବି ମୁଁ ଏହି କଥା ଉଠାଇଥିଲି। ୨୦୧୯ ଫେବୃଆରୀରେ ଜମ୍ମୁ-କାଶ୍ମୀରର ପୁଲଓ୍ଵାମାରେ ଆତଙ୍କବାଦୀ ଆକ୍ରମଣରେ ୪୦ ସିଆରପିଏଫ ଯବାନ ସହିଦ ହୋଇଥିଲେ। ସେହି ସମୟରେ ସତ୍ୟପାଲ୍ ମଲିକ୍ ଜମ୍ମୁ-କାଶ୍ମୀରର ରାଜ୍ୟପାଳ ଥିଲେ।

ନିକଟରେ ଦ ଓ୍ଵାୟରକୁ ଦେଇଥିବା ସ୍ଵତନ୍ତ୍ର ସାକ୍ଷାତକାରରେ ମଲିକ ଗୁଇନ୍ଦା ବିଫଳତା ଏବଂ ସରକାରଙ୍କ ତ୍ରୁଟି କାରଣରୁ ପୁଲଓ୍ଵାମା ଆକ୍ରମଣ ଘଟିଥିଲା ବୋଲି ଚାଞ୍ଚଲ୍ୟକର ଖୁଲାସା କରିଥିଲେ। କେନ୍ଦ୍ର ସରକାର ସୁରକ୍ଷାକର୍ମୀଙ୍କ ସ୍ଥାନାନ୍ତର ପାଇଁ ବିମାନ ଦେବାକୁ କେନ୍ଦ୍ର ସରକାର ମନା କରିଥିଲେ ବୋଲି ସେ କହିଛନ୍ତି।

ମଲିକ୍ କହିଛନ୍ତି ଯେ, ଯଦି ଅଲଗା ହେବା ପରେ କିଏ କୌଣସି ଆରୋପ ଲଗାଉଛି ତେବେ ଗଣମାଧ୍ୟମ ଏବଂ ଜନତା ଏହାର ଆକଳନ କରିବା ଉଚିତ୍। ସୋମବାର ଇଣ୍ଡିଆ ଟୁଡେ ସହ ସାକ୍ଷାତକାରରେ ସେ କହିଛନ୍ତି, ରାଜନାଥ ସିଂ ପ୍ରଧାନମନ୍ତ୍ରୀ ପଦ ପାଇଁ ଜଣେ ଗମ୍ଭୀର ପ୍ରାର୍ଥୀ। ଯଦି ତାଙ୍କର ଭାଗ୍ୟରେ ଅଛି ତେବେ ସେ ପ୍ରଧାନମନ୍ତ୍ରୀ ହୋଇ ପାରିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ